ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଜି ଇଡିରେ ହାଜର ହେବେନି ମହୁଆ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବେନି। ସେ ପଶ୍ଚିମବଙ୍ଗ କୃଷ୍ଣନଗରରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିବେ ବୋଲି କହିଛନ୍ତିି ଏହି ବିବାଦୀୟ ନେତ୍ରୀ। ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ପଚରାଉଚରା ପାଇଁ ଇଡି ମହୁଆ ମୈତ୍ରଙ୍କ ସହ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ଗତକାଲି ସାନି ସମନ ଜାରି କରିଥିଲା । ଉଭୟଙ୍କୁ ଜେରା ପାଇଁ ମାର୍ଚ୍ଚ ୨୮ ଅର୍ଥାତ୍ ଆଜି [...]

Admin•ମାର୍ଚ୍ଚ 28, 2024
Share Article:

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବେନି। ସେ ପଶ୍ଚିମବଙ୍ଗ କୃଷ୍ଣନଗରରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିବେ ବୋଲି କହିଛନ୍ତିି ଏହି ବିବାଦୀୟ ନେତ୍ରୀ।

ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ପଚରାଉଚରା ପାଇଁ ଇଡି ମହୁଆ ମୈତ୍ରଙ୍କ ସହ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ଗତକାଲି ସାନି ସମନ ଜାରି କରିଥିଲା । ଉଭୟଙ୍କୁ ଜେରା ପାଇଁ ମାର୍ଚ୍ଚ ୨୮ ଅର୍ଥାତ୍ ଆଜି ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କହିଥିଲା କେନ୍ଦ୍ରୀୟ ସଂସ୍ଥା।

ଏହା ପୂର୍ବରୁ ଇଡିର ଦୁଇଟି ସମନ ବି ଟାଳି ଦେଇଥିଲେ ମହୁଆ । ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ ମୈତ୍ରଙ୍କୁ ଡିସେମ୍ବରରେ ଲୋକସଭାରୁ ବହିଷ୍କାର କରାଯାଇଥିଲା। ସେ ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ଜିତି ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଦଳ ତାଙ୍କୁ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପୁଣି କୃଷ୍ଣନଗର ଆସନରୁ ପ୍ରାର୍ଥୀ କରିଛି।

‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ ମହୁଆଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକପାଲଙ୍କ ନିକଟରେ ଅଭିଯୋଗ କରିଥିଲେ । ନିକଟରେ ଲୋକପାଳ ଏନେଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶନାମାର କିଛି ଦିନ ପରେ ସିବିଆଇ ମହୁଆଙ୍କ ଘରେ ଚଢ଼ାଉ କରିଥିଲା ।

ବିଜେପି ସାଂସଦ ଦୁବେ ଅଭିଯୋଗ କରିଥିଲେ ଯେ, ଶିଳ୍ପପତି ଗୌତମ ଆଦାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିବା ଉଦ୍ଦେଶ୍ୟରେ ଦୁବାଇର ବ୍ୟବସାୟୀ ହିରାନନ୍ଦାନୀଙ୍କଠାରୁ ‘ନଗଦ ଏବଂ ଦାମୀ ଉପହାର’ ନେଇ ମହୁଆ ମୈତ୍ର ସଂସଦରେ ପ୍ରଶ୍ନ ପଚାରିଥିଲେ।

ମୈତ୍ର ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ । ଆଦାନୀ ଗ୍ରୁପ୍ ସମ୍ପର୍କରେ ପ୍ରଶ୍ନ ଉଠାଇଥିବାରୁ ତାଙ୍କୁ‌ କେନ୍ଦ୍ର ଟାର୍ଗେଟ୍ କରୁଛି ବୋଲି ଦାବି କରିଥିଲେ ଏ‌ହି ଟିଏମସି ନେତ୍ରୀ ।

#Odia#Odisha#News
Share Article:

Related Articles