ଇତିହାସ ରଚିଲା ମୁମ୍ବାଇ ଇଣ୍ଡିଆନ୍ସ, ବିଶ୍ୱର ପ୍ରଥମ ଦଳ ଭାବେ ଜିତିଲା ୧୫୦ ଟି-୨୦ ମ୍ୟାଚ୍
ମୁମ୍ବାଇ: କ୍ରମାଗତ ତିନୋଟି ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ବିଜୟ ଖାତା ଖୋଲିଛି । ରବିବାର ଅନୁଷ୍ଠିତ ଏକ ହାଇସ୍କୋରିଂ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନରେ ହରାଇ ଶେଷରେ ବିଜୟ ସ୍ବାଦ ଚାଖିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଏହି ବିଜୟ ସହ ଦଳ ଇତିହାସ ରଚିଛି। ଟି-୨୦ କ୍ରିକେଟରେ ମୁମ୍ବାଇ ଇଣ୍ଡିଆନ୍ସର ଏହା ହେଉଛି ୧୫୦ ତମ ବିଜୟ। ବିଶ୍ବର ପ୍ରଥମ ଦଳ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ଏହି ମାଇଲଖୁଣ୍ଟ [...]
ମୁମ୍ବାଇ: କ୍ରମାଗତ ତିନୋଟି ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ବିଜୟ ଖାତା ଖୋଲିଛି । ରବିବାର ଅନୁଷ୍ଠିତ ଏକ ହାଇସ୍କୋରିଂ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନରେ ହରାଇ ଶେଷରେ ବିଜୟ ସ୍ବାଦ ଚାଖିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଏହି ବିଜୟ ସହ ଦଳ ଇତିହାସ ରଚିଛି। ଟି-୨୦ କ୍ରିକେଟରେ ମୁମ୍ବାଇ ଇଣ୍ଡିଆନ୍ସର ଏହା ହେଉଛି ୧୫୦ ତମ ବିଜୟ। ବିଶ୍ବର ପ୍ରଥମ ଦଳ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ଏହି ମାଇଲଖୁଣ୍ଟ ଛୁଇଁଛି । ଟି-୨୦ କ୍ରିକେଟରେ ସର୍ବାଧିକ ବିଜୟ ହାସଲ କରିଥିବା ଦଳ ତାଲିକାରେ ଆଉ ଏକ ସଫଳ ଆଇପିଏଲ୍ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ଦ୍ୱିତୀୟ ସ୍ଥାନରେ ରହିଛି | ଚେନ୍ନାଇ ସୁପର କିଙ୍ଗ୍ସ ଟି-୨୦ କ୍ରିକେଟରେ ମୋଟ ୧୪୮ଟି ମ୍ୟାଚ୍ ଜିତିଛି | ଭାରତୀୟ ଦଳ ୧୪୪ ବିଜୟ ସହ ତୃତୀୟ ସ୍ଥାନରେ ଅଛି ।
ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ପାଞ୍ଚ ୱିକେଟ୍ ହରାଇ ୨୩୪ ରନର ବିଶାଳ ସ୍କୋର୍ କରିଥିଲା। ଏହାର ଜବାବରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟରେ ୨୦୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ତିନୋଟି ପରାଜୟ ପରେ ଏହା ମୁମ୍ବାଇର ପ୍ରଥମ ବିଜୟ ହୋଇଥିବାବେଳେ ପାଞ୍ଚଟି ମ୍ୟାଚରେ ଦିଲ୍ଲୀର ଚତୁର୍ଥ ପରାଜୟ। ଏହି ପରାଜୟ ସହିତ ଦିଲ୍ଲୀ ପଏଣ୍ଟ ଟେବୁଲର ସବା ଶେଷକୁ ଖସିଛି।
କଂଗ୍ରେସ ଭଲ ପ୍ରଦର୍ଶନ ନ କଲେ ରାହୁଲ ରାଜନୀତିରୁ ବ୍ରେକ୍ ନେବା ଉଚିତ: ପ୍ରଶାନ୍ତ କିଶୋର
Next Articleଚନ୍ଦ୍ରଗିରି: ୭ ବାଘ ଛାଲ ଓ ବଜ୍ରକାପ୍ତା କାତି ଜବତ, ୭ ଗିରଫ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
