ମୁମ୍ବାଇ ଜିତିଲା ରେକର୍ଡ ୪୨ତମ ରଣଜୀ ଟ୍ରଫି ଟାଇଟଲ୍
ମୁମ୍ବାଇ: ଶେଷରେ ୮ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ମୁମ୍ବାଇ ରଣଜୀ ଟ୍ରଫି ଟାଇଟଲ୍ ଜିତିଛି । ଫାଇନାଲର ପଞ୍ଚମ ତଥା ଶେଷ ଦିନରେ ବିଦର୍ଭକୁ ୧୬୯ ରନରେ ହରାଇ ରେକର୍ଡ ୪୨ତମ ଥର ପାଇଁ ଏହି ସମ୍ମାନଜନକ ଟ୍ରଫି ଜିତିଛି ମୁମ୍ବାଇ। ଏହି ଟୁର୍ଣ୍ଣାମେଣ୍ଟ ୯୦ ବର୍ଷ ଇତିହାସରେ ମୁମ୍ବାଇ ୪୮ତମ ଥର ଫାଇନାଲରେ ପ୍ରବେଶ କରିଥିଲା | ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲର ଫଳାଫଳ ପ୍ରାୟ ସେତେବେଳେ ନିଶ୍ଚିତ ହୋଇଯାଇଥିଲା ଯେତେବେଳେ ବିଦର୍ଭକୁ ୫୩୮ [...]
ମୁମ୍ବାଇ: ଶେଷରେ ୮ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ମୁମ୍ବାଇ ରଣଜୀ ଟ୍ରଫି ଟାଇଟଲ୍ ଜିତିଛି । ଫାଇନାଲର ପଞ୍ଚମ ତଥା ଶେଷ ଦିନରେ ବିଦର୍ଭକୁ ୧୬୯ ରନରେ ହରାଇ ରେକର୍ଡ ୪୨ତମ ଥର ପାଇଁ ଏହି ସମ୍ମାନଜନକ ଟ୍ରଫି ଜିତିଛି ମୁମ୍ବାଇ।
ଏହି ଟୁର୍ଣ୍ଣାମେଣ୍ଟ ୯୦ ବର୍ଷ ଇତିହାସରେ ମୁମ୍ବାଇ ୪୮ତମ ଥର ଫାଇନାଲରେ ପ୍ରବେଶ କରିଥିଲା | ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲର ଫଳାଫଳ ପ୍ରାୟ ସେତେବେଳେ ନିଶ୍ଚିତ ହୋଇଯାଇଥିଲା ଯେତେବେଳେ ବିଦର୍ଭକୁ ୫୩୮ ରନ୍ର ଅସମ୍ଭବ ପ୍ରାୟ ଟାର୍ଗେଟ୍ ଦେଇଥିଲା ମୁମ୍ବାଇ।
ତେବେ ପ୍ରଥମ ସେସନରେ ବିଦର୍ଭ ଅଧିନାୟକ ଅକ୍ଷୟ ୱାଡକର (୧୦୨) ଏବଂ ହର୍ଷ ଦୁବେ (୬୫) ମୁମ୍ବାଇ ବୋଲରଙ୍କୁ ହଇରାଣ କରିଥିଲେ । ବିଦର୍ଭ ଆଜି ପଞ୍ଚମ ତଥା ଅନ୍ତିମ ଦିନରେ ୨୪୮/୫ ସ୍କୋରରୁ ଖେଳ ଆରମ୍ଭ କରିଥିଲା। ଦଳକୁ ବିଜୟ ପାଇଁ ଆହୁରି ୨୯୦ ରନ୍ ଆବଶ୍ୟକ ହେଉଥିଲା। ତେବେ ବିଦର୍ଭ ଦଳ ୩୬୮ ରନରେ ଆଉଟ୍ ହୋଇଯାଇଥିଲା ।
ୱାଡକର ଚଳିତ ବର୍ଷ ତାଙ୍କର ପ୍ରଥମ ଶତକ ହାସଲ କରିଥିଲେ ଏବଂ ସିଜନରେ ୬୦୦ ରନ୍ ଟପିଥିଲେ । ଦୁବେ ମଧ୍ୟ ନିଜ ପ୍ରଥମ ଶ୍ରେଣୀ କ୍ୟାରିୟରରେ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ | ଦୁହେଁ ୧୯୪ ମିନିଟ୍ ଏବଂ ୨୫୫ ବଲ୍ ଧରି କ୍ରିଜ୍ ଅକ୍ତିଆର କରି ମୁମ୍ବାଇକୁ ପାଣି ପିଆଇଥିଲେ।
ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବାର କିଛି ମିନିଟ୍ ପରେ ୱାଡକରଙ୍କୁ ଆଉଟ୍ କରି ତନୁଶ କୋଟିୟାନ୍ ଶେଷରେ ଏହି ଯୋଡ଼ି ଭାଙ୍ଗିଥିଲେ। ଏହି ଭାଗିଦାରୀ ଭାଙ୍ଗିବା ପରେ ବିଦର୍ଭର ପରାଜୟ ନିଶ୍ଚିତ ହୋଇଯାଇଥିଲା | କ୍ରମାଗତ ଦୁଇଥର ଟାଇଟଲ ଜିତିବା ପରେ ବିଦର୍ଭ ଏଥରକୁ ମିଶାଇ ତିନିଥର ଫାଇନାଲ ହାରିଛି ।
ମୁମ୍ବାଇ ପକ୍ଷରୁ ତନୁଶ କୋଟିୟାନ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ ଓ ମୁସୀର ଖାନ୍ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ ।
ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର ହେବେ ନୂଆ ନିର୍ବାଚନ କମିଶନର
Next ArticleCM Inaugurates Modern Educational Complex in Swabhiman Anchal
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
