୩୩ ବଲରେ ୧୦୦ ! ଅନ୍ତର୍ଜାତୀୟ ଟି-୨୦ରେ ଦ୍ରୁତତମ ଶତକ ମାରିଲେ ନାମିବ୍ୟା ବ୍ୟାଟ୍ସମ୍ୟାନ୍ ଲଫ୍ଟି-ଇଟନ୍
କିର୍ତ୍ତିପୁର (ନେପାଳ): ଅନ୍ତର୍ଜାତୀୟ ଟି-୨୦ରେ ଦ୍ରୁତତମ ଶତକ ରେକର୍ଡ କରିଛନ୍ତିି ନାମିବ୍ୟା ବ୍ୟାଟ୍ସମ୍ୟାନ୍ ନିକୋଲ ଲଫ୍ଟି-ଇଟନ । ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ସିରିଜର ପ୍ରଥମ ମ୍ୟାଚରେ ନେପାଳ ବିପକ୍ଷରେ ଲଫ୍ଟି-ଇଟନ ମାତ୍ର ୩୩ଟି ବଲରେ ଶତକ ମାରିଛନ୍ତି । ଅନ୍ତର୍ଜାତୀୟ ଟି-୨୦ରେ ଏହା ହେଉଛି ଦ୍ରୁତତମ ଶତକ । ନାମିବ୍ୟାର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଲଫ୍ଟି-ଇଟନ୍ ନେପାଳର କୁଶଲ ମଲ୍ଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ଗତ ବର୍ଷ ହାଙ୍ଗଝୁ ଏସିଆନ୍ ଗେମ୍ସରେ ମଲ୍ଲ ମୋଙ୍ଗୋଲିଆ ବିପକ୍ଷ ମ୍ୟାଚରେ ୩୪ [...]
କିର୍ତ୍ତିପୁର (ନେପାଳ): ଅନ୍ତର୍ଜାତୀୟ ଟି-୨୦ରେ ଦ୍ରୁତତମ ଶତକ ରେକର୍ଡ କରିଛନ୍ତିି ନାମିବ୍ୟା ବ୍ୟାଟ୍ସମ୍ୟାନ୍ ନିକୋଲ ଲଫ୍ଟି-ଇଟନ । ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ସିରିଜର ପ୍ରଥମ ମ୍ୟାଚରେ ନେପାଳ ବିପକ୍ଷରେ ଲଫ୍ଟି-ଇଟନ ମାତ୍ର ୩୩ଟି ବଲରେ ଶତକ ମାରିଛନ୍ତି । ଅନ୍ତର୍ଜାତୀୟ ଟି-୨୦ରେ ଏହା ହେଉଛି ଦ୍ରୁତତମ ଶତକ । ନାମିବ୍ୟାର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଲଫ୍ଟି-ଇଟନ୍ ନେପାଳର କୁଶଲ ମଲ୍ଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ଗତ ବର୍ଷ ହାଙ୍ଗଝୁ ଏସିଆନ୍ ଗେମ୍ସରେ ମଲ୍ଲ ମୋଙ୍ଗୋଲିଆ ବିପକ୍ଷ ମ୍ୟାଚରେ ୩୪ ବଲରେ ଶତକ ହାସଲ କରିଥିଲେ।
ଲଫ୍ଟି-ଇଟନ୍ ମାତ୍ର ୩୬ ବଲରେ ୧୦୧ ରନର ଇନିଂସ ଖେଳିଥିଲେ। ସେ ୧୧ଟି ଚୌକା ଓ ୮ ଛକା ମାରିଥିବା ବେଳେ ୨୮୦.୫୫ ଷ୍ଟ୍ରାଇକ୍ ହାରରେ ରନ୍ କରିଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ କେବଳ ବାଉଣ୍ଡରୀରେ ୯୨ ରନ୍ ସଂଗ୍ରହ କରିଥିଲେ। ନାମିବ୍ୟାର ୨୨ ବର୍ଷୀୟ ଲଫ୍ଟି-ଇଟନ୍ ଏପର୍ଯ୍ୟନ୍ତ ୩୩ଟି ଅନ୍ତର୍ଜାତୀୟ ଟି-୨୦ ଏବଂ ୩୬ଟି ଦିନିକିଆ ଖେଳିଛନ୍ତି । ଏହା ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ଶତକ | ଲଫ୍ଟି-ଇଟନ୍ ବ୍ୟତୀତ ଓପନର୍ ମାଲାନ୍ କ୍ରୁଗର ମଧ୍ୟ ୫୯ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ନାମିବ୍ୟା ୪ ୱିକେଟ୍ ହରାଇ ୨୦୬ ରନ୍ କରିଥିଲା। ଏହାର ଜବାବରେ ନେପାଳ ଦଳ ୧୯ ଓଭରରେ ୧୮୬ ରନ୍ କରିବାକୁ ସମର୍ଥ ହୋଇଥିଲା। ଏହି ତ୍ରିରାଷ୍ଟ୍ରୀୟ ଟି-୨୦ ଟୁର୍ଣ୍ଣାମେଣ୍ଟର ତୃତୀୟ ଦଳ ହେଉଛି ନେଦରଲ୍ୟାଣ୍ଡସ୍ ।
୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ୧୪ଟି ଅନୁଷ୍ଠାନ ଓ ସଂଘର କର୍ମକର୍ତ୍ତା
Next ArticleOdisha Govt’s World Skill Center Offers Advanced Course in Lift Technology for Global Career Opportunities
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
