କୋର୍ଟରେ କାନ୍ଦି ପକାଇଲେ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ, କହିଲେ ଜେଲରେ ମରିବା ଭଲ ହେବ
ମୁମ୍ବାଇ: କାନାରା ବ୍ୟାଙ୍କ ସହ ଜଡ଼ିତ ୫୩୮ କୋଟି ଟଙ୍କା ଠକେଇ ମାମଲାର ଅଭିଯୁକ୍ତ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ ଶନିବାର ଏକ ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ବେଳେ କାନ୍ଦି ପକାଇଥିଲେ। ସେ କୋର୍ଟଙ୍କୁ ହାତଯୋଡ଼ି କହିଛନ୍ତି ସେ ବଞ୍ଚିବା ଆଶା ଛାଡ଼ି ଦେଲେଣି । ଜେଲରେ ହିଁ ମରିଯିବା ତାଙ୍କ ପାଇଁ ଭଲ ହେବ | ୭୦ ବର୍ଷ ବୟସ୍କ ଗୋୟଲ କର୍କଟ ରୋଗରେ ପୀଡ଼ିତ ତାଙ୍କ ପତ୍ନୀ ଅନୀତାଙ୍କୁ ମିସ୍ କରୁଛନ୍ତିି ବୋଲି [...]
ମୁମ୍ବାଇ: କାନାରା ବ୍ୟାଙ୍କ ସହ ଜଡ଼ିତ ୫୩୮ କୋଟି ଟଙ୍କା ଠକେଇ ମାମଲାର ଅଭିଯୁକ୍ତ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ ଶନିବାର ଏକ ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ବେଳେ କାନ୍ଦି ପକାଇଥିଲେ। ସେ କୋର୍ଟଙ୍କୁ ହାତଯୋଡ଼ି କହିଛନ୍ତି ସେ ବଞ୍ଚିବା ଆଶା ଛାଡ଼ି ଦେଲେଣି । ଜେଲରେ ହିଁ ମରିଯିବା ତାଙ୍କ ପାଇଁ ଭଲ ହେବ | ୭୦ ବର୍ଷ ବୟସ୍କ ଗୋୟଲ କର୍କଟ ରୋଗରେ ପୀଡ଼ିତ ତାଙ୍କ ପତ୍ନୀ ଅନୀତାଙ୍କୁ ମିସ୍ କରୁଛନ୍ତିି ବୋଲି କହି ଏଭଳି ହତାଶାଭାବ ପ୍ରକାଶ କରି କାନ୍ଦି ପକାଇଥିଲେ। ତାଙ୍କ ପତ୍ନୀ ଅନୀତା ଏବେ କର୍କଟ ରୋଗର ଶେଷ ପର୍ଯ୍ୟାୟରେ ଅଛନ୍ତି ।
ବ୍ୟାଙ୍କ ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ବର୍ଷ ସେପ୍ଟେମ୍ବର ୧ରେ ଗୋୟଲଙ୍କୁ ଗିରଫ କରିଥିଲା। ସେ ବର୍ତ୍ତମାନ ଆର୍ଥର ରୋଡ୍ ଜେଲରେ ଅଛନ୍ତି। ସେ ସ୍ୱତନ୍ତ୍ର ଜଜ୍ ଏମ.ଜି ଦେଶପାଣ୍ଡେଙ୍କ ନିକଟରେ ଜାମିନ ଆବେଦନ କରିଥିଲେ।
ଶନିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେ ବ୍ୟକ୍ତିଗତ ଶୁଣାଣି ପାଇଁ ଅନୁରୋଧ କରିଥିଲେ, ଯାହାକୁ ଜଜ୍ ଗ୍ରହଣ କରିଥିଲେ । କୋର୍ଟ ‘ଡାଏରୀ’ ଅନୁଯାୟୀ, ଗୋୟଲ ହାତ ଯୋଡ଼ି ତାଙ୍କ ସ୍ୱାସ୍ଥ୍ୟ ବହୁତ ବିଗିଡ଼ି ଯାଇଛି ବୋଲି କହିଥିଲେ । ତାଙ୍କର ଏକମାତ୍ର ଝିଅ ମଧ୍ୟ ଅସୁସ୍ଥ। ଏଭଳି ସ୍ଥିତିରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ତାଙ୍କ ପତ୍ନୀଙ୍କ ସେବା କରିବାକୁ କେହି ନାହାଁନ୍ତି ।
ଗୋୟଲ ଏହି ସବୁ କଥା କହିବାବେଳେ ଥରୁଥିଲେ। ଛିଡା ହେବା ପାଇଁ ମଧ୍ୟ ତାଙ୍କୁ ସାହାରା ଦରକାର ପଡ଼ିଥିଲା ।
ଗୋୟଲ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ପତ୍ନୀଙ୍କ ଅସୁସ୍ଥତା ସହ ତାଙ୍କର ବିଭିନ୍ନ ସମସ୍ୟା ବିଷୟରେ ବିସ୍ତୃତ ଭାବରେ କହିଥିଲେ । ଗୋୟଲଙ୍କ କଥା ଶୁଣିବା ପରେ ତାଙ୍କୁ ବେସାହାରା ଛାଡ଼ି ଦିଆଯିବ ନାହିଁ ବୋଲି ଆଶ୍ବାସନା ଦେଇଥିଲେ କୋର୍ଟ । ତାଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଯଥାସମ୍ଭବ ଯତ୍ନ ନିଆଯିବ ବୋଲି ଜଜ୍ ତାଙ୍କୁ କହିଥିଲେ । କୋର୍ଟ ଗୋୟଲଙ୍କ ଓକିଲମାନଙ୍କୁ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଗତ ମାସରେ ତାଙ୍କ ଜାମିନ ଆବେଦନ ପତ୍ରରେ ଗୋୟଲ ତାଙ୍କ ହୃଦ୍ ସମସ୍ୟା, ପ୍ରୋଷ୍ଟେଟ, ହାଡ଼ ଆଦି ବିଭିନ୍ନ ରୋଗ ସମ୍ପର୍କରେ ଦର୍ଶାଇ କହିଥିଲେ ଯେ ସେ ଦୋଷୀ ନୁହଁନ୍ତି ବୋଲି ବିଶ୍ୱାସ କରିବା ଏହା ଏକ ଯୁକ୍ତିସଙ୍ଗତ ଆଧାର । ତାଙ୍କ ଆବେଦନ ଉପରେ ଇଡି ଜବାବ ଦାଖଲ କରିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୬ରେ ହେବ।
ପୁଣି ଖସିଲା ପାରଦ, ୧୦ ଡିଗ୍ରୀ ତଳେ ରାଜ୍ୟର ୫ ସହର
Next ArticleBhitarakanika Bird Census: Number of Migratory Birds Rise
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
