ଟି-୨୦ ବିଶ୍ୱକପ : ଆଜି ଚୟନ କମିଟି ବୈଠକ, ଚୂଡ଼ାନ୍ତ ହେବ ଭାରତୀୟ ଦଳ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ମଙ୍ଗଳବାର ଅହମ୍ମଦାବାଦରେ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଜାତୀୟ ଚୟନ କମିଟିର ବୈଠକ ବସିବ। ଏହି ବୈଠକରେ ବିସିସିଆଇ ସମ୍ପାଦକ ଜୟ ଶାହ ମଧ୍ୟ ସାମିଲ ହେବେ । ତେବେ ଆନୁଷ୍ଠାନିକ ଦଳ ଘୋଷଣା ଦିନକ ପରେ ଅର୍ଥାତ୍ ବୁଧବାର ହୋଇପାରେ। ବିସିସିଆଇ ସମ୍ପାଦକ ହେଉଛନ୍ତି ବରିଷ୍ଠ ଚୟନ କମିଟି (ପୁରୁଷ)ର ଆବାହକ । ତାଙ୍କର ରାଜନୈତିକ ବ୍ୟସ୍ତବହୁଳତା ଯୋଗୁଁ ଏହି [...]
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ମଙ୍ଗଳବାର ଅହମ୍ମଦାବାଦରେ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଜାତୀୟ ଚୟନ କମିଟିର ବୈଠକ ବସିବ। ଏହି ବୈଠକରେ ବିସିସିଆଇ ସମ୍ପାଦକ ଜୟ ଶାହ ମଧ୍ୟ ସାମିଲ ହେବେ । ତେବେ ଆନୁଷ୍ଠାନିକ ଦଳ ଘୋଷଣା ଦିନକ ପରେ ଅର୍ଥାତ୍ ବୁଧବାର ହୋଇପାରେ।
ବିସିସିଆଇ ସମ୍ପାଦକ ହେଉଛନ୍ତି ବରିଷ୍ଠ ଚୟନ କମିଟି (ପୁରୁଷ)ର ଆବାହକ । ତାଙ୍କର ରାଜନୈତିକ ବ୍ୟସ୍ତବହୁଳତା ଯୋଗୁଁ ଏହି ବୈଠକ ଅହମ୍ମଦାବାଦରେ ଅନୁଷ୍ଠିତ ହେଉଛି।
ଦଳରେ ଦ୍ୱିତୀୟ ୱିକେଟ୍ କିପର ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ଚୟନ କମିଟି ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବ।
ଲୋକେଶ ରାହୁଲ (ଏପର୍ଯ୍ୟନ୍ତ ଆଇପିଏଲରେ ୧୪୪ ଷ୍ଟ୍ରାଇକ୍ ରେଟରେ ୩୭୮ ରନ୍) ଏବଂ ସଞ୍ଜୁ ସାମସନ୍ (୧୬୧ ଷ୍ଟ୍ରାଇକ୍ ରେଟରେ ୩୮୫ ରନ୍)ଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ କିପର ସ୍ଥାନ ପାଇଁ ପ୍ରତିଯୋଗିତା ଚାଲିଥିବା ସଙ୍କେତ ମିଳୁଛି।
ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଥର ପାଇଁ ରାଜସ୍ଥାନ ରୟାଲ୍ସର ଅଧିନାୟକ ଥିବା ସାମସନ୍ ତାଙ୍କ ଆଇପିଏଲ୍ ଦଳ ପାଇଁ କ୍ରମାଗତ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ତୃତୀୟ ନମ୍ବରରେ ବ୍ୟାଟିଂ ଆଧାରରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳି ନପାରେ।
ଆଉ ଏକ ଧାରଣା ହେଉଛି ଏପର୍ଯ୍ୟନ୍ତ ୨୫ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ମାତ୍ର ୨୦ ଆଭରେଜ୍ ଓ ୧୩୫ ଷ୍ଟ୍ରାଇକ୍ ରେଟରେ ରନ୍ ସଂଗ୍ରହ କରିଥିବା ସାମସନଙ୍କୁ କେବଳ ଭଲ ଆଇପିଏଲ୍ ସିଜନ ଆଧାରରେ ବିଶ୍ବକପ୍ ଦଳରେ ସ୍ଥାନ ମିଳିପାରିବ ନାହିଁ।
ରାହୁଲଙ୍କ କ୍ଷେତ୍ରରେ ଏହା କୁହାଯାଇପାରେ ଯେ କୋଚିଂ ଷ୍ଟାଫର ଜଣେ ବରିଷ୍ଠ ସଦସ୍ୟ ତାଙ୍କୁ ଦଳରେ ସାମିଲ କରିବା ପାଇଁ ନିଶ୍ଚିତ ଭାବେ ସମସ୍ତ ପ୍ରକାର ଉଦ୍ୟମ କରିବେ। କିନ୍ତୁ ଅନେକେ ବିଶ୍ୱାସ କରନ୍ତି ଯେ ଟି-୨୦ କ୍ରିକେଟ୍ ରେ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କ ଦୃଷ୍ଟିକୋଣ ବା ବ୍ୟାଟିଂ ଶୈଳୀ ପୁରୁଣା କାଳିଆ।
ଅବଶ୍ୟ ମନ୍ଥର କାରିବିଆନ୍ ପିଚ୍ ରେ ତାଙ୍କୁ ୫ କିମ୍ବା ୬ ନମ୍ବରରେ ସାମସନଙ୍କ ଅପେକ୍ଷା ଭଲ ବିକଳ୍ପ ଭାବେ ବିବେଚନା କରାଯାଏ ।
ଅନ୍ୟ ଏକ ବିକଳ୍ପ ଜିତେଶ ଶର୍ମା ବହୁତ ଖରାପ ଫର୍ମ ଦେଇ ଗତି କରୁଥିବା ବେଳେ ଧ୍ରୁବ ଜୁରେଲ ୱିକେଟ୍ କିପିଂ ସୁଯୋଗ ପାଇନାହାଁନ୍ତି। ଲକ୍ଷ୍ନୌର ଗତ ମ୍ୟାଚରେ ସେ କ୍ରିଜରେ ସମୟ କଟାଇବା ସୁଯୋଗ ପାଇଥିଲେ ଏବଂ ଅର୍ଦ୍ଧଶତକ ହାସଲ କରିଥିଲେ।
ବାମହାତୀ ବ୍ୟାଟ୍ସମ୍ୟାନ୍ ତଥା ଉପଯୋଗୀ ଅଫ୍ ସ୍ପିନର ତିଲକ ବର୍ମାଙ୍କ ସହ ପଞ୍ଜାବର ଦ୍ରୁତ ବୋଲର ସନ୍ଦୀପ ଶର୍ମାଙ୍କ ମଧ୍ୟ ଟି-୨୦ ବିଶ୍ୱକପ ପାଇଁ ଅନ୍ୟତମ ବିକଳ୍ପ।
ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ
Next ArticleNaveen to Take Blessings of Maa Tara Tarini Before Filing Nomination Papers Today
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
