ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଅନ୍ତର୍ଜାତୀୟ କ୍ରିକେଟରୁ ନିଲ୍ ୱାଗନରଙ୍କ ଅବସର

ଓ୍ବେଲିଂଟନ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଦ୍ରୁତ ବୋଲର ନିଲ୍ ୱାଗନର୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ତାଙ୍କୁ ଦଳରେ ସୁଯୋଗ ନ ମିଳିବା ପରେ ୱାଗନର୍ ଏହି ନିଷ୍ପତ୍ତି ନେଇଛନ୍ତି। ଦକ୍ଷିଣ ଆଫ୍ରିକାର ମୂଳର ୱାଗନର୍ ୨୦୧୨ରେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଆନ୍ତର୍ଜାତୀୟ କ୍ୟାରିଅର୍ ଆରମ୍ଭ କରିଥିଲେ | ଏହି ଅବଧି ମଧ୍ୟରେ ସେ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୨୬୦ ୱିକେଟ୍ ନେଇଥିଲେ। ୱେଲିଙ୍ଗଟନ୍‌ରେ [...]

Admin•ଫେବୃଆରୀ 27, 2024
Share Article:

ଓ୍ବେଲିଂଟନ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଦ୍ରୁତ ବୋଲର ନିଲ୍ ୱାଗନର୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ତାଙ୍କୁ ଦଳରେ ସୁଯୋଗ ନ ମିଳିବା ପରେ ୱାଗନର୍ ଏହି ନିଷ୍ପତ୍ତି ନେଇଛନ୍ତି।

ଦକ୍ଷିଣ ଆଫ୍ରିକାର ମୂଳର ୱାଗନର୍ ୨୦୧୨ରେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଆନ୍ତର୍ଜାତୀୟ କ୍ୟାରିଅର୍ ଆରମ୍ଭ କରିଥିଲେ | ଏହି ଅବଧି ମଧ୍ୟରେ ସେ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୨୬୦ ୱିକେଟ୍ ନେଇଥିଲେ। ୱେଲିଙ୍ଗଟନ୍‌ରେ ଗୁରୁବାର ଠାରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ସେ ନିଜ ଅବସର ଘୋଷଣା କରିଛନ୍ତି।

୩୭ ବର୍ଷୀୟ ଏହି ଦ୍ରୁତ ବୋଲର କହିଛନ୍ତି, ସେ ଆଗାମୀ ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡ ଦଳର ଅଂଶ ହେବେ ନାହିଁ ବୋଲି ତାଙ୍କୁ ଚୟନକର୍ତ୍ତାମାନେ ଜଣାଇଛନ୍ତି ‌। ଗତ ସପ୍ତାହରେ କୋଚ୍ ଗ୍ୟାରି ଷ୍ଟେଡଙ୍କ ସହ କଥା ହେବା ପରେ ସେ ଅବସର ନିଷ୍ପତ୍ତି ନେଇଥିଲେ।

ଓ୍ବାଗନର୍ ୨୦୦୬ରେ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିଥିଲେ। ସେ ୨୦୫ ପ୍ରଥମ ଶ୍ରେଣୀ ମ୍ୟାଚରେ ୮୨୧ ୱିକେଟ୍ ନେଇଛନ୍ତି | ସେ ୩୬ ଥର ୫ ୱିକେଟ୍ ଏବଂ ଦୁଇଟି ୧୦ ୱିକେଟ୍ ସଫଳତା ହାସଲ କରିଛନ୍ତି । ଏଥି ସହିତ ୱାଗନର୍ ୧୧୬ ଲିଷ୍ଟ ଏ’ ମ୍ୟାଚ୍ ରେ ୧୭୬ ୱିକେଟ୍ ନେଇଛନ୍ତି | ଟେଷ୍ଟ କ୍ରିକେଟରେ ଦ୍ରୁତ ବୋଲରଙ୍କ ନାଁରେ ୯ ଥର ପାଞ୍ଚ କିମ୍ବା ତଦୁର୍ଦ୍ଧ୍ବ ୱିକେଟ୍ ନେଇଛନ୍ତି। ଭାରତ ବିପକ୍ଷ ୨୦୨୧-୨୨ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ବିଜୟୀ ଦଳର ସଦସ୍ୟ ଥିଲେ ଓ୍ବାଗନର୍ ।

#Odia#Odisha#News
Share Article:

Related Articles