ଆଜିଠାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ, ଏହି ସବୁ ନିୟମ ବଦଳିଲା
ନୂଆଦିଲ୍ଲୀ: ଆଜି (ଏପ୍ରିଲ୍ ୧)ଠାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଛି | ପ୍ରତି ମାସ ଆରମ୍ଭରେ ଆର୍ଥିକ ନିୟମ ବଦଳିଥାଏ | ଆଜି ବି ଅନେକ ଆର୍ଥିକ ନିୟମ ବଦଳିଛି। ନିୟମ ପରିବର୍ତ୍ତନ ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ | ଆଜିଠୁ କ’ଣ ସବୁ ନିୟମ ବଦଳିବ ଆସନ୍ତୁ ଜାଣିବା.. ପିଏଫ୍ ଆକାଉଣ୍ଟ୍ ଟ୍ରାନ୍ସଫର: ଯେତେବେଳେ ଆମେ ଚାକିରି ବଦଳାଇଥାଉ, ଆମକୁ ନିଜ ପିଏଫ୍ ଆକାଉଣ୍ଟ୍ ମଧ୍ୟ ଟ୍ରାନ୍ସଫର କରିବାକୁ ପଡୁଥିଲା । [...]
ନୂଆଦିଲ୍ଲୀ: ଆଜି (ଏପ୍ରିଲ୍ ୧)ଠାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଛି | ପ୍ରତି ମାସ ଆରମ୍ଭରେ ଆର୍ଥିକ ନିୟମ ବଦଳିଥାଏ | ଆଜି ବି ଅନେକ ଆର୍ଥିକ ନିୟମ ବଦଳିଛି। ନିୟମ ପରିବର୍ତ୍ତନ ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ | ଆଜିଠୁ କ’ଣ ସବୁ ନିୟମ ବଦଳିବ ଆସନ୍ତୁ ଜାଣିବା..
ପିଏଫ୍ ଆକାଉଣ୍ଟ୍ ଟ୍ରାନ୍ସଫର: ଯେତେବେଳେ ଆମେ ଚାକିରି ବଦଳାଇଥାଉ, ଆମକୁ ନିଜ ପିଏଫ୍ ଆକାଉଣ୍ଟ୍ ମଧ୍ୟ ଟ୍ରାନ୍ସଫର କରିବାକୁ ପଡୁଥିଲା । କିନ୍ତୁ ଆଜିଠାରୁ ପିଏଫ୍ ଆକାଉଣ୍ଟ୍ ଟ୍ରାନ୍ସଫର ନେଇ ନିୟମରେ ପରିବର୍ତ୍ତନ ହୋଇଛି। କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) କହିଛି ଯେ, ଏପ୍ରିଲ ୨୦୨୪ ରୁ ପିଏଫ୍ ଆକାଉଣ୍ଟ ଏଣିକି ଆପେ ଟ୍ରାନ୍ସଫର ହେବ। ଅର୍ଥାତ୍ ବର୍ତ୍ତମାନ ଉପଭୋକ୍ତାଙ୍କୁ ଆକାଉଣ୍ଟ ଟ୍ରାନ୍ସଫର ପାଇଁ ଆନୁଷ୍ଠାନିକ ଭାବେ ଅନୁରୋଧ କରିବାକୁ ପଡ଼ିବ ନାହିଁ।
କର ବ୍ୟବସ୍ଥା: ଏପ୍ରିଲ୍ ୧, ୨୦୨୪ରୁ ନୂଆ କର ବ୍ୟବସ୍ଥା ଲାଗୁ ହୋଇଛି। ଯେଉଁମାନେ କର ବ୍ୟବସ୍ଥା ଚୟନ କରିନାହାଁନ୍ତି ସେମାନେ ବର୍ତ୍ତମାନ ସ୍ବତଃ ନୂଆ କର ବ୍ୟବସ୍ଥାରେ ଆଇଟିଆର୍ ଦାଖଲ କରିବେ |
ଫାଷ୍ଟଟ୍ୟାଗ୍ କେଓ୍ବାଇସି: ଯେଉଁମାନେ ଏପର୍ଯ୍ୟନ୍ତ ଫାଷ୍ଟଟ୍ୟାଗ୍ କେଓ୍ବାଇସି ଅପଡେଟ୍ କରିନାହାଁନ୍ତି, ସେମାନଙ୍କର ଫାଷ୍ଟଟ୍ୟାଗ୍ ଆଜିଠାରୁ ଅଚଳ ହୋଇଯିବ | ସେମାନଙ୍କୁ ଦୁଇ ଗୁଣ ଟୋଲ୍ ଟ୍ୟାକ୍ସ ଦେବାକୁ ପଡ଼ିପାରେ । ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଫାଷ୍ଟଟ୍ୟାଗ୍ କେଓ୍ବାଇସି ବାଧ୍ୟତାମୂଳକ କରିଥିଲା | ଫାଷ୍ଟଟ୍ୟାଗ୍ କେଓ୍ବାଇସି ପାଇଁ ସମୟସୀମା ୩୧ ମାର୍ଚ୍ଚ ରଖାଯାଇଥିଲା ।
ଏନପିଏସ୍ ଆକାଉଣ୍ଟ୍ ଲଗ୍ ଇନ୍ ପ୍ରକ୍ରିୟା: ଆଜିଠାରୁ ଏନପିଏସ୍ ଆକାଉଣ୍ଟ୍ ର ଲଗ୍ ଇନ୍ ପ୍ରକ୍ରିୟା ବଦଳିବ | ପିଏଫ୍ଆରଡିଏ ଲଗଇନ୍ ପାଇଁ ଆଧାର ଭେରିଫିକେସନ୍ ବାଧ୍ୟତାମୂଳକ କରିଛି | ବର୍ତ୍ତମାନ ଉପଭୋକ୍ତାଙ୍କୁ ଆଇଡି ପାସୱାର୍ଡ ସହିତ ଆଧାର ସହ ଲିଙ୍କ୍ ମୋବାଇଲ୍ ନମ୍ବରରେ ଆସିଥିବା ଓଟିପି ଏଣ୍ଟ୍ରି କରିବାକୁ ପଡ଼ିବ ।
ଏଲପିଜି ସିଲିଣ୍ଡର : ତୈଳ କମ୍ପାନୀଗୁଡିକ ଆଜିଠୁ ଏଲପିଜି ସିଲିଣ୍ଡରର ମୂଲ୍ୟ ଅପଡେଟ୍ କରିଛନ୍ତି | ନିର୍ବାଚନ ପୂର୍ବରୁ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟରେ ୩୨ ଟଙ୍କା ହ୍ରାସ ଘୋଷଣା କରାଯାଇଛି। ଆଜିଠାରୁ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡରର ଦର ୧୭୬୪.୫୦ ଟଙ୍କା ହୋଇଛି। କୋଲକାତାରେ ଏହାର ମୂଲ୍ୟ ୧୮୭୯ ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ୧୭୧୭.୫୦ ଟଙ୍କା ଏବଂ ଚେନ୍ନାଇରେ ୧୯୩୦.୦୦ ଟଙ୍କା ହୋଇଛି। ସୂଚନାଯୋଗ୍ୟ ଯେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଏସବିଆଇ କ୍ରେଡିଟ କାର୍ଡ ମେଣ୍ଟେନାନ୍ସ ଚାର୍ଜ: ଆଜିଠାରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) କ୍ରେଡିଟ କାର୍ଡର ମେଣ୍ଟେନାନ୍ସ ବା ରକ୍ଷଣାବେକ୍ଷଣ ଚାର୍ଜ ବୃଦ୍ଧି କରିଛି। ଏହାଛଡ଼ା କାର୍ଡରେ ‘ରିଓ୍ବାର୍ଡ ପଏଣ୍ଟ୍’ ବି ଆଜିଠାରୁ ବନ୍ଦ ହୋଇଯାଇଛି । ଅର୍ଥାତ୍ ଯଦି କୌଣସି ଏସବିଆଇ ଗ୍ରାହକ କ୍ରେଡିଟ୍ କାର୍ଡ ମାଧ୍ୟମରେ ରେଣ୍ଟ୍ ପେମେଣ୍ଟ କରନ୍ତି, ତେବେ ସେମାନେ କୌଣସି ‘ରିଓ୍ବାର୍ଡ ପଏଣ୍ଟ୍’ ପାଇବେ ନାହିଁ |
ବୀମା ସରେଣ୍ଡର ନିୟମରେ ପରିବର୍ତ୍ତନ: ଆଜିଠାରୁ ବୀମା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ । ଗ୍ରାହକ କେତେ ବର୍ଷ ଧରି ପଲିସି ସରେଣ୍ଡର ପାଇଁ ଅନୁରୋଧ କରିଆସୁଛନ୍ତି ତାହା ଉପରେ ବର୍ତ୍ତମାନ ପଲିସି ସରେଣ୍ଡର ମୂଲ୍ୟ ନିର୍ଭର କରିବ ।
ଔଷଧ ହେବ ମହଙ୍ଗା: ଆଜିଠାରୁ କିଛି ଔଷଧ ମଧ୍ୟ ମହଙ୍ଗା ହୋଇଛି | ଡ୍ରଗ୍ ମୂଲ୍ୟ ନିୟନ୍ତ୍ରକ ନ୍ୟାସନାଲ ଲିଷ୍ଟ ଅଫ୍ ଏସେନସିଆଲ୍ ମେଡିସିନ୍ (ଏନ୍ଏଲ୍ଇଏମ୍)ରେ ସ୍ଥାନ ପାଇଥିବା ଅନେକ ଔଷଧର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି।
ପାନ୍-ଆଧାର ଲିଙ୍କ୍: ଯେଉଁମାନେ ୩୧ ମାର୍ଚ୍ଚ ସୁଦ୍ଧା ଆଧାର-ପାନ୍ କାର୍ଡ ଲିଙ୍କ୍ କରିନାହାଁନ୍ତି, ସେମାନଙ୍କର ପାନ୍ କାର୍ଡ ଆଜିଠାରୁ ଅଚଳ ହୋଇଯିବ | ପାନ୍ କାର୍ଡକୁ ପୁଣି ସଚଳ କରିବାକୁ ହେଲେ ଏହାକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ପଡ଼ିବ । ଏଥିପାଇଁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।
କାର୍ ହେବ ମହଙ୍ଗା: ଯଦି ଆପଣ କାର୍ କିଣିବାକୁ ଭାବୁଛନ୍ତି, ତେବେ ଆପଣଙ୍କୁ ଏବେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଆଜିଠାରୁ କିଆ ମୋଟର୍ସ ଏବଂ ଟୟୋଟାର କିଛି ମଡେଲ ମହଙ୍ଗା ହୋଇଛି | କମ୍ପାନୀ ଗତ ମାସରେ ଏପ୍ରିଲ ପହିଲାରୁ ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଥିଲା ।
Let Us Strengthen Our Pride and Self Respect and Move Forward To Building A Developed Odisha: Naveen On Odisha Dibasa
Next Articleରାଜ୍ୟରେ ଖରା ପ୍ରକୋପ ଜାରି, ଦିନ ୧୧ଟା ୩୦ ସୁଦ୍ଧା ୮ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
