ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ପଶ୍ଚିମବଙ୍ଗର ମିଦନାପୁରରେ ଏନଆଇଏ ଟିମ୍ ଉପରେ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମିଦନାପୁରରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଟିମ୍ ଉପରେ ଆକ୍ରମଣ ହୋଇଛି। କିଛି ଲୋକ ଏନଆଇଏ ଗାଡ଼ିକୁ ଘେରି ଟେକାମାଡ଼ କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏନଆଇଏ ଟିମ୍ ଏକ ବୋମା ବିସ୍ଫୋରଣ ମାମଲାର ତଦନ୍ତ ପାଇଁ ଶନିବାର ମିଦନାପୁରର ଭୂପତି ନଗରରେ ପହଞ୍ଚିଥିଲା। ଏନ୍ଆଇଏ ଟିମ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ନେଉଥିବା ବେଳେ ଏହାକୁ ବିରୋଧ କରି ଗ୍ରାମବାସୀ ତଦନ୍ତକାରୀ ସଂସ୍ଥାର [...]

Admin•ଅପ୍ରେଲ 6, 2024
Share Article:

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମିଦନାପୁରରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଟିମ୍ ଉପରେ ଆକ୍ରମଣ ହୋଇଛି। କିଛି ଲୋକ ଏନଆଇଏ ଗାଡ଼ିକୁ ଘେରି ଟେକାମାଡ଼ କରିଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏନଆଇଏ ଟିମ୍ ଏକ ବୋମା ବିସ୍ଫୋରଣ ମାମଲାର ତଦନ୍ତ ପାଇଁ ଶନିବାର ମିଦନାପୁରର ଭୂପତି ନଗରରେ ପହଞ୍ଚିଥିଲା। ଏନ୍ଆଇଏ ଟିମ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ନେଉଥିବା ବେଳେ ଏହାକୁ ବିରୋଧ କରି ଗ୍ରାମବାସୀ ତଦନ୍ତକାରୀ ସଂସ୍ଥାର ଗାଡ଼ିକୁ ଘେରିଯାଇ ଟେକା ମାଡ଼ କରିଥିଲେ। ଏହି ଆକ୍ରମଣରେ ଏନ୍ଆଇଏ ଟିମର ଗାଡ଼ି କାଚ ଭାଙ୍ଗିଯାଇଥିବା କୁହାଯାଇଛି ।

ଚଳିତ ବର୍ଷ ଜାନୁୟାରୀରେ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ମଧ୍ୟ ଇଡି ଟିମ୍ ଉପରେ ଆକ୍ରମଣ ହୋଇଥିଲା। ରାସନ ଦୁର୍ନୀତି ମାମଲାରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଚଢ଼ାଉ କରିବାକୁ ଯାଇଥିବା ବେଳେ ଇଡି ଅଧିକାରୀଙ୍କୁ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ।

#Odia#Odisha#News
Share Article:

Related Articles