ନୂତନ ବର୍ଷ ଏକ ଅନୁଚିନ୍ତା
ଆଜି ବିଶ୍ଵବ୍ୟାପୀ ନୂତନ କ୍ୟାଲେଣ୍ଡର ଅନୁସାରେ ୨୦୨୪ ମସିହା ଆରମ୍ଭ ହୋଇଛି। କିନ୍ତୁ ନୂତନ ବର୍ଷ ଏକ ଉତ୍ସବ ରୂପେ ସମସ୍ତ ବିଶ୍ୱରେ ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ତିଥି ତଥା ବିଧିରେ ପାଳନ କରାଯାଏ ।ବିଭିନ୍ନ ସମ୍ପ୍ରଦାୟର ନବବର୍ଷ ସମାରୋହ ଭିନ୍ନଭିନ୍ନ ହୋଇଥାଏ ଏବଂ ଏହାର ମହତ୍ୱର ମଧ୍ୟ ବିଭିନ୍ନ ସଂସ୍କୃତିରେ ପରସ୍ପର ଭିନ୍ନତା ହୋଇଥାଏ । ହିବୃ ନବବର୍ଷ ହିବୃ ମାନ୍ୟତା ଅନୁସାରେ ଭଗବାନଦ୍ୱାରା ବିଶ୍ୱକୁ ତିଆରି କରିବାରେ ସାତଦିନ ଲାଗିଥିଲା । [...]
ଆଜି ବିଶ୍ଵବ୍ୟାପୀ ନୂତନ କ୍ୟାଲେଣ୍ଡର ଅନୁସାରେ ୨୦୨୪ ମସିହା ଆରମ୍ଭ ହୋଇଛି। କିନ୍ତୁ ନୂତନ ବର୍ଷ ଏକ ଉତ୍ସବ ରୂପେ ସମସ୍ତ ବିଶ୍ୱରେ ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ତିଥି ତଥା ବିଧିରେ ପାଳନ କରାଯାଏ ।ବିଭିନ୍ନ ସମ୍ପ୍ରଦାୟର ନବବର୍ଷ ସମାରୋହ ଭିନ୍ନଭିନ୍ନ ହୋଇଥାଏ ଏବଂ ଏହାର ମହତ୍ୱର ମଧ୍ୟ ବିଭିନ୍ନ ସଂସ୍କୃତିରେ ପରସ୍ପର ଭିନ୍ନତା ହୋଇଥାଏ ।
ହିବୃ ନବବର୍ଷ
ହିବୃ ମାନ୍ୟତା ଅନୁସାରେ ଭଗବାନଦ୍ୱାରା ବିଶ୍ୱକୁ ତିଆରି କରିବାରେ ସାତଦିନ ଲାଗିଥିଲା । ଏହି ସାତଦିନ ସନ୍ଧାନ ପରେ ନୂଆବର୍ଷ ମନାଯାଏ।ଏହି ଦିନ ଗ୍ରେଗରୀ କ୍ୟାଲେଣ୍ଡର ଅନୁସାରେ ୫ସେପ୍ଟେମ୍ବର ରୁ ୫ ଅକ୍ଟୋବର ମଧ୍ୟରେ ଆସିଥାଏ ।
ହିନ୍ଦୁ ନବବର୍ଷ
ହିନ୍ଦୁମାନଙ୍କ ନବବର୍ଷ ଚୈତ୍ରମାସ ନବରାତ୍ରିର ପ୍ରଥମ ଦିନ ପାଳନ କରାଯାଇଥାଏ।
ଚିନି ନବବର୍ଷ
ଚିନି କ୍ୟାଲେଣ୍ଡର ଅନୁସାରେ ପ୍ରଥମ ମାସର ପ୍ରଥମ ଚନ୍ଦ୍ରଦିବସକୁ ନବବର୍ଷ ରୂପେ ପାଳନ କରାଯାଏ । ଏହା ପ୍ରାୟତଃ ୨୧ ଜାନୁଆରୀରୁ ୨୧ ଫେବୃଆରୀ ମଧ୍ୟରେ ପଡିଥାଏ ।
ପଶ୍ଚିମୀ ନବବର୍ଷ
ନବବର୍ଷ ଉତ୍ସବ ୪୦୦୦ ବର୍ଷ ପୂର୍ବରୁ ବେବିଲୋନ ରେ ପାଳିତ ହେଉଥିଲା । କିନ୍ତୁ ନୂଆବର୍ଷର ଏହି ଉତ୍ସବ ୨୧ ମାର୍ଚ୍ଚରେ ପାଳିତ ହେଉଥିଲା ଯାହା ବସନ୍ତର ଆଗମନ ତିଥି ମଧ୍ୟ ଭାବିନିଆ ଯାଉଥିଲା । ପ୍ରାଚୀନ ରୋମରେ ମଧ୍ୟ ନବ ବର୍ଷୋତ୍ସବ ପାଇଁ ବଛା ଯାଇଥିଲା ।
ରୋମର “ତାନାଶାହା” ଜୁଲିୟସ ସିଜରଈସା ପୂର୍ବ ୪୫ବିଂ ବର୍ଷରେ ଯେବେ “ଜୁଲିୟସ କ୍ୟାଲେଣ୍ଡର” ସ୍ଥାପନା କରିଥିଲେ, ସେହି ସମୟରେ ବିଶ୍ୱରେ ପ୍ରଥମଥର ୧ ଜାନୁଆରୀକୁ ନୂତନ ବର୍ଷର ଉତ୍ସବ ପାଳନ କରାଗଲା । ଏହାକୁ କରିବା ପାଇଁ ଜୁଲିୟସ ସିଜରଙ୍କୁ ପୂର୍ବବର୍ଷ ,ମାନେ ୪୬ ବର୍ଷ ତଳେ ୪୪୫ ଦିନର କରିବାକୁ ପଡିଥିଲା ।
ଭାରତୀୟ ନବବର୍ଷ
ଭାରତର ବିଭିନ୍ନ ଅଂଶରେ ନବବର୍ଷ ଅଲଗା ଅଲଗା ତିଥିରେ ପାଳନ କରାଯାଏ।ପ୍ରାୟତଃ ଏହି ତିଥି ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ପଡିଥାଏ । ପଞ୍ଜାବରେ ନୂଆ ବର୍ଷ “ବୈଶାଖୀ” ନାମରେ ୧୩ ଏପ୍ରିଲରେ ପାଳନ କରାଯାଏ।”ଶିଖ” ନାନକ ଶାହୀ କ୍ୟାଲେଣ୍ଡର ଅନୁସାରେ ୧୪ ମାର୍ଚ୍ଚରେ ହୋଲା ମୋହଲ୍ଲା ନୂଆବର୍ଷ ହୋଇଥାଏ । ଏହି ତିଥି ପାଖାପାଖି ବଙ୍ଗାଳୀ ତଥା ତାମିଲ ନବବର୍ଷ ମଧ୍ୟ ଆସିଥାଏ । ତେଲୁଗୁ ନବବର୍ଷ ମାର୍ଚ୍ଚ-ଏପ୍ରିଲ ମଧ୍ୟରେ ଆସିଥାଏ । ଆନ୍ଧ୍ରପ୍ରଦେଶରେ ଏହାକୁ “ଗୁଡ଼ି ପର୍ବ” (ୟୁଗାଦୀ=ୟୁଗ+ଆଦୀର ଅପଭ୍ରଂଶ) ରୂପେ ପାଳିତ ହୁଏ । ଏହା ଚୈତ୍ର ମାସର ପ୍ରଥମ ଦିନ ହୋଇଥାଏ । ତାମିଲ ନବବର୍ଷ ବିଶୁ ୧୩ କିମ୍ବା ୧୪ ଏପ୍ରିଲରେ ତାମିଲନାଡୁ ଏବଂ କେରଳରେ ପାଳିତ ହୁଏ।ତାମିଲନାଡୁରେ ପୋଙ୍ଗଲ ୧୫ ଜାନୁଆରୀ ରେ ନବବର୍ଷ ରୂପେ ପାଳନ କରାଯାଏ । କାଶ୍ମୀରୀ କ୍ୟାଲେଣ୍ଡର ନବରେହ ୧୯ ମାର୍ଚ୍ଚରେ ହୋଇଥାଏ । ମହାରାଷ୍ଟ୍ରରେ ଗୁଡ଼ିପର୍ବ ରୂପେ ମାର୍ଚ୍ଚ -ଏପ୍ରିଲ ମାସରେ ପାଳନ କରାଯାଏ । କନ୍ନଡ଼ ନବବର୍ଷ ଉଗାଡ଼ି କର୍ଣ୍ଣାଟକ ଲୋକ ଚୈତ୍ର ମାସ ପୂର୍ବଦିନରୁ ପାଳିତ ହୁଏ । ସିନ୍ଧି ଉତ୍ସବ “ଚେଟି ଚଣ୍ଡ”, ଉଗାଡୀ ଏବଂ ଗୁଡ଼ି ପର୍ବ ଗୋଟିଏ ଦିନରେ ପାଳିତ ହୁଏ । “ମଦୁରୋ”ରେ ଚୈତ୍ର ମାସରେ ଚୈତ୍ର ତେରୁବିଜା ନବବର୍ଷ ରୂପେ ପାଳନ ହୁଏ ।
“ଓଡ଼ିଆ” ମାନଙ୍କ ନବବର୍ଷ ବୈଶାଖ ମାସର ମହାବିଷୁବ ପଣା ସଂକ୍ରାନ୍ତି ଦିନ ପାଳନ କରାଯାଏ। ଏହା ଇଂରାଜୀ ଏପ୍ରିଲ ମାସର ୧୪ ତାରିଖରେ ପ୍ରତିବର୍ଷ ପଡେ। “ମାରୁଆଡ଼ି” ମାନଙ୍କ ନବବର୍ଷ ଦୀପାବଳୀ ଦିନ ହୋଇଥାଏ । “ଗୁଜୁରାଠୀ” ନବବର୍ଷ ଦୀପାବଳୀର ଦ୍ୱିତୀୟ ଦିନ ହୋଇଥାଏ ଯାହା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ପଡିଥାଏ ।
ବଙ୍ଗାଳୀ ନବବର୍ଷ ପ୍ରଥମ ବୈଶାଖୀ ୧୪ କିମ୍ବା ୧୫ ଏପ୍ରିଲରେ ପଡିଥାଏ । ପଶ୍ଚିମ ବଙ୍ଗାଳୀ ଏବଂ ବଙ୍ଗଳାଦେଶରେ ଏହି ଦିନ ନବବର୍ଷ ପାଳିତ ହୁଏ ।
ଇସ୍ଲାମୀ ନବବର୍ଷ
ଇସ୍ଲାମୀ କ୍ୟାଲେଣ୍ଡରର ନବବର୍ଷ ମହରମ ହୋଇଥାଏ । ଏହି କ୍ୟାଲେଣ୍ଡର ଏକ ପୂର୍ଣ୍ଣତଚନ୍ଦ୍ର ଆଧାରିତ କ୍ୟାଲେଣ୍ଡର ଅଟେ ଯେଉଁ କାରଣରୁ ଏହାର ବାରମାସର ଚକ୍ର ୩୩ ବର୍ଷରେ ସୌର୍ଯ୍ୟ କ୍ୟାଲେଣ୍ଡର କୁ ଗୋଟେଥର ବୁଲିଥାଏ । ଏହି କାରଣରୁ ନବବର୍ଷ ପ୍ରଚଳିତ (ଗ୍ରେଗୋରୀ କ୍ୟାଲେଣ୍ଡର) ରେ ଅଲଗାଅଲଗା ମାସରେ ପଡିଥାଏ ।
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
Next Articleରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
