ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ନୂତନ ପରଭା ଏବଂ ଛତରରେ ଶୋଭା ପାଇଲେ ମାଁ ସମଲେଇ

ସମ୍ବଲପୁର: ନୂଆଁବର୍ଷରେ ନୂଆଁ ରୂପରେ ମାଁ ସମଲେଶ୍ବରୀ। ମାଁ ଆଜି ବିଶାଳକାୟ ରୂପା ପରଭା ସମ୍ମୁଖରେ ବିରାଜମାନ କରିଛନ୍ତି। ସେହିପରି ବିଗ୍ରହ ଉପରେ ୩ଟି ବଡ ବଡ ରୂପାର ଛତର୍ ଶୋଭା ପାଉଥିବା ବେଳେ ମାଁ ଭୁବନେଶ୍ବରୀଙ୍କ ବିଗ୍ରହ ବି ଆକର୍ଷଣୀୟ ପରଭାରେ ସଜ୍ଜିତ ହୋଇଛି। ୩ ବର୍ଷ ତଳୁ ମାଁଙ୍କ ଏହି ବିଶାଳକାୟ ପରଭା ପାଇଁ ଭକ୍ତଙ୍କ ଠାରୁ ରୂପା ସଂଗ୍ରହ ଚାଲିଥିଲା। ତେବେ, ପୂର୍ବରୁ ଗର୍ଭ ଗୃହରେ ଲାଗିଥିବା ସମସ୍ତ ରୂପା ଅଳଙ୍କାର ସମଲେଇ [...]

Admin•ଜାନୁଆରୀ 1, 2024
Share Article:

ସମ୍ବଲପୁର: ନୂଆଁବର୍ଷରେ ନୂଆଁ ରୂପରେ ମାଁ ସମଲେଶ୍ବରୀ। ମାଁ ଆଜି ବିଶାଳକାୟ ରୂପା ପରଭା ସମ୍ମୁଖରେ ବିରାଜମାନ କରିଛନ୍ତି। ସେହିପରି ବିଗ୍ରହ ଉପରେ ୩ଟି ବଡ ବଡ ରୂପାର ଛତର୍ ଶୋଭା ପାଉଥିବା ବେଳେ ମାଁ ଭୁବନେଶ୍ବରୀଙ୍କ ବିଗ୍ରହ ବି ଆକର୍ଷଣୀୟ ପରଭାରେ ସଜ୍ଜିତ ହୋଇଛି। ୩ ବର୍ଷ ତଳୁ ମାଁଙ୍କ ଏହି ବିଶାଳକାୟ ପରଭା ପାଇଁ ଭକ୍ତଙ୍କ ଠାରୁ ରୂପା ସଂଗ୍ରହ ଚାଲିଥିଲା। ତେବେ, ପୂର୍ବରୁ ଗର୍ଭ ଗୃହରେ ଲାଗିଥିବା ସମସ୍ତ ରୂପା ଅଳଙ୍କାର ସମଲେଇ ପ୍ରକଳ୍ପରେ ନିର୍ମାଣାଧୀନ ମ୍ୟୁଜିୟମରେ ଭକ୍ତଙ୍କ ପାଇଁ ଶୋଭା ପାଇବ ବୋଲି ଜଣାପଡିଛି।

ପ୍ରାୟ ୩ବର୍ଷ ତଳୁ ମାଁଙ୍କ ବିଗ୍ରହ ପଛପଟେ ଏକ ବଡ ରୂପା ପରଭା ସ୍ଥାପନ କରିବାକୁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଥିଲା। ବିଗ୍ରହ ପଛପଟେ କେବଳ ପିପିଲି ଚାନ୍ଦୁଆ ଶୋଭା ପାଉଥିବା ବେଳେ ତାହା ମିଳିନ ପଡିବା ସତ୍ତ୍ବେ ନିୟମିତ ପରିବର୍ତ୍ତନ ସମ୍ଭବପର ହେଉନଥିଲା। ଏଥିପାଇଁ ରୂପା ପରଭା ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ, ଇତିମଧ୍ୟରେ ଭକ୍ତଙ୍କ ଠାରୁ ସଂଗୃହୀତ ରୂପାରେ ୩ଟି ବଡ ବଡ ଛତର ବା ଛତା ସମେତ ମାଁଙ୍କ ପଛପଟେ ବିରାଟ ପରଭା ସ୍ଥାପନ କରାଯାଇଛି। ସେହିପରି ମାଁଙ୍କ ବିଗ୍ରହକୁ ଲାଗି ରହିଥିବା ମାଁ ଭୁବନେଶ୍ବରୀଙ୍କ ମୂର୍ତ୍ତି ପାଇଁ ବି ଏକ ଆକର୍ଷଣୀୟ ପରଭା ସ୍ଥାପନ କରାଯାଇଛି। ଏହି ସମସ୍ତ ଅଳଙ୍କାର ପାଇଁ ୭୫ କେଜି ରୂପା ବ୍ୟବହାର ହୋଇଛି।

ସେହିପରି ଆଉ ଏକ ବଡ ଛତର ସମେତ ମାଁଙ୍କ ବିଗ୍ରହର ଉଭୟ ପାର୍ଶ୍ବରେ ଥିବା ୨ଟି ଶିଲା ସ୍ତମ୍ଭ ପାଇଁ ବି ୨ଟି ରୂପା ମୁକୁଟ ନିର୍ମ।ଣ କାମ ଜାରି ରହିଛି। ଅପରପକ୍ଷେ, ଗର୍ଭଗୃହରୁ କଢା ଯାଇଥିବା ପୁରୁଣା ଅଳଙ୍କାର ଗୁଡିକ ଭକ୍ତ ତଥା ପର୍ଯ୍ୟଟକଙ୍କ ଦେଖିବା ପାଇଁ ନିର୍ମ।ଣାଧୀନ ମୁୟଜିଅମରେ ରଖିବାକୁ ସ୍ଥିର ହୋଇଥିବା ନେଇ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।

#Odia#Odisha#News
Share Article:

Related Articles