ଗଞ୍ଜାମ ପୋଲିସ ରାଜ୍ୟରେ ଶ୍ରେଷ୍ଠ , ବ୍ରହ୍ମପୁର ଟାଉନ ଥାନା ଓ କୋଦଳା ଥାନାଧିକାରୀ ଶ୍ରେଷ୍ଠ ତାଲିକାର ପ୍ରଥମ ସ୍ଥାନରେ
ବ୍ରହ୍ମପୁର – କ୍ରାଇମ୍ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱର୍କ ସିଷ୍ଟମ – ସିସିଟିଏନ ଏସରେ ଲୋକଙ୍କୁ ହାତପାଆନ୍ତାରେ ବିଭିନ୍ନ ସେବା ଯୋଗାଇଦେବା ଏବଂ ଅପରାଧ ଓ ବିଭିନ୍ନ ତଥ୍ୟ ପଞ୍ଜିକରଣରେ ଗଞ୍ଜାମ ଜିଲ୍ଲା ପୋଲିସ ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଛି । ଏ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ବାକି ୩୫ଟି ପୋଲିସ ଜିଲ୍ଲାକୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛି ଗଞ୍ଜାମ ଜିଲ୍ଲା ପୋଲିସ। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଜିଲ୍ଲାୱ।ରୀ ପ୍ରଗତି [...]
ବ୍ରହ୍ମପୁର – କ୍ରାଇମ୍ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱର୍କ ସିଷ୍ଟମ – ସିସିଟିଏନ ଏସରେ ଲୋକଙ୍କୁ ହାତପାଆନ୍ତାରେ ବିଭିନ୍ନ ସେବା ଯୋଗାଇଦେବା ଏବଂ ଅପରାଧ ଓ ବିଭିନ୍ନ ତଥ୍ୟ ପଞ୍ଜିକରଣରେ ଗଞ୍ଜାମ ଜିଲ୍ଲା ପୋଲିସ ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଛି । ଏ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ବାକି ୩୫ଟି ପୋଲିସ ଜିଲ୍ଲାକୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛି ଗଞ୍ଜାମ ଜିଲ୍ଲା ପୋଲିସ। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଜିଲ୍ଲାୱ।ରୀ ପ୍ରଗତି ଡ୍ୟାସବୋର୍ଡରେ ଏହି ସୂଚନା ଦିଆଯିବା ସହ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ପୋଲିସ ଦ୍ୱିତୀୟ ଓ ଅନୁଗୁଳ ଜିଲ୍ଲା ପୋଲିସ ତୃତୀୟ ସ୍ଥାନରେ ରହିଛି । ଗୃହ ବିଭାଗର ପ୍ରଗତି ଡ୍ୟାସବୋର୍ଡରେ ପ୍ରକାଶିତ ତଥ୍ୟ ଅନୁସାରେ ଗଞ୍ଜାମ ଜିଲ୍ଲା ପୋଲିସର ସଫଳତା ହାର ୯୭ ଦଶମିକ ୨୮ ପ୍ରତିଶତ ରହିଥିବା ବେଳେ ନୂଆପଡ଼ା ଜିଲ୍ଲା ପୋଲିସର ସଫଳତା ହାର ୯୬ ଦଶମିକ ୮୨ ପ୍ରତିଶତ ରହିଛି । ଅନୁଗୁଳ ଜିଲ୍ଲା ପୋଲିସର ସଫଳତା ହାର ୯୧ ଦଶମିକ ୭୨ ପ୍ରତିଶତ ରହିଛି।
ରାଜ୍ୟର ଶ୍ରେଷ୍ଠ ଥାନା ତାଲିକାରେ ବ୍ରହ୍ମପୁର ଟାଉନ ଥାନା ପ୍ରଥମ ସ୍ଥାନରେ ରହିଛି । ଶ୍ରେଷ୍ଠ ଥାନାଧିକାରୀଙ୍କ ମଧ୍ୟରେ ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ କୋଦଳା ଥାନାଧିକାରୀ ଉମାକାନ୍ତ ସାହୁ ପ୍ରଥମ ସ୍ଥାନରେ ରହିଛନ୍ତି।
ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା
Next Articleବ୍ରହ୍ମପୁର ପିଏଚଡି ଡିଭିଜନ୍ ଅଫିସରେ ଅଗ୍ନିକାଣ୍ଡ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
