ପ୍ରକୃତିର ବୈଚିତ୍ରତା ମଧ୍ୟରେ ରହିଛି ଦେଢ଼ଶୁର-ଭାଇବୋହୂ ଭୀମ ପାହାଡ଼
କୁହାଯାଏ ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ, କିର୍ତ୍ତିରାଜି ଓ ମନୋଲୋଭା ପର୍ଯ୍ୟଟନସ୍ଥଳିରେ ଭରପୁର ବୌଦ୍ଧ ଜିଲ୍ଲା । ଏହି ଜିଲ୍ଲାର କୋଣ ଅନୁକୋଣରେ ରହିଛି ମନ ମୋହିନେଲା ଭଳି ଅନେକ ସ୍ଥାନ । ଆଉ ସେଥିମଧ୍ୟମରୁ ଗୋଟିଏ ହେଲା ଦେଢ଼ଶୂର-ଭାଇବୋହୂ ଭୀମ ପାହାଡ଼ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଉମା ପଞ୍ଚାୟତ ରେଘାମୁଣ୍ଡା ରେ ରହିଛି ଏହି ଦେଢ଼ଶୂର-ଭାଇବୋହୂ ଭୀମ ପାହାଡ଼ । ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ପୌରାଣିକ ଗାଥା [...]
କୁହାଯାଏ ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ, କିର୍ତ୍ତିରାଜି ଓ ମନୋଲୋଭା ପର୍ଯ୍ୟଟନସ୍ଥଳିରେ ଭରପୁର ବୌଦ୍ଧ ଜିଲ୍ଲା । ଏହି ଜିଲ୍ଲାର କୋଣ ଅନୁକୋଣରେ ରହିଛି ମନ ମୋହିନେଲା ଭଳି ଅନେକ ସ୍ଥାନ । ଆଉ ସେଥିମଧ୍ୟମରୁ ଗୋଟିଏ ହେଲା ଦେଢ଼ଶୂର-ଭାଇବୋହୂ ଭୀମ ପାହାଡ଼ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଉମା ପଞ୍ଚାୟତ ରେଘାମୁଣ୍ଡା ରେ ରହିଛି ଏହି ଦେଢ଼ଶୂର-ଭାଇବୋହୂ ଭୀମ ପାହାଡ଼ ।
ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ପୌରାଣିକ ଗାଥା ସହ ଏହି ପାହାଡ଼ର ଅନେକ ସଂଯୋଗ ରହିଛି । ଏମିତିକି ଲୋକଙ୍କର ବିଶ୍ୱାସ ରହିଛି ଯେ, ଅଜ୍ଞାତବାସ ସମୟରେ ପାଣ୍ଡବମାନେ ଏଠାରେ ଗୁପ୍ତ ଭାବେ ଶୈବ ଉପାସନା କରୁଥିଲେ । ଆଉ ସେବେଠାରୁ ଏଠାରେ ବାବା ଗୁପ୍ତେଶ୍ୱରଙ୍କ ମନ୍ଦିର ମଧ୍ୟ ରହିଛି । ବାବା ଗୁପ୍ତେଶ୍ୱର ଙ୍କ ପ୍ରତି ଲୋକଙ୍କର ଅନେକ ଆସ୍ଥା ରହିଛି । ସ୍ଥାନୀୟ ଅଞ୍ଚଳରେ ଲୋକ ତାଙ୍କୁ ନିଜର ଆରାଧ୍ୟ ବୋଲି ମାନନ୍ତି । ଖାଲି ସେତିକି ନୁହେଁ, ଶ୍ରାବଣ ଆସିଲେ ଏଠାରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ମଧ୍ୟ ଜମେ । ବାବାଙ୍କ ପାଖରେ ଜଳ ଲାଗି କରିବାକୁ କାହିଁ କେତେ ଦୂରରୁ କାଉଡିଆମାନେ ଏଠାକୁ ଆସିଥାନ୍ତି ।
କେବଳ ଗୁପ୍ତେଶ୍ୱର ବାବାଙ୍କ ଦର୍ଶନ ନୁହେଁ । ସବୁଜ ବନାନୀ ଏବଂ ପାହାଡ଼ର ୫୦ ଫୁଟ ଉଚ୍ଚରେ ରହିଥିବା ଦେଢ଼ଶୂର-ଭାଇବୋହୂ ପଥର ଏହି ସ୍ଥାନର ଅନ୍ୟତମ ଆକର୍ଷଣ । ଯାହାକି ଅନେକ ଐତିହାସିକ ମହତ୍ୱ ରଖେ । ଭୀମଙ୍କ ପାଦଚିହ୍ନ ଦେଇ ପର୍ଯ୍ୟଟକମାନେ ଏହି ପାହାଡ଼ ଉପରକୁ ଚଢ଼ି ସେହି ଦେଢ଼ଶୂର-ଭାଇବୋହୂ ପଥର ଦର୍ଶନ କରିଥାନ୍ତି । ଏହାସହ ପାହାଡରେ ରହିଥିବା ଅନେକ ଐତିହାସିକ ଗୁମ୍ଫାରେ ମଧ୍ୟ ପ୍ରବେଶ କରି ନିଜର ପାପ ମୋଚନ କରଥାନ୍ତି ପର୍ଯ୍ୟଟକ ।
ଲବୌଦ୍ଧ ଜିଲ୍ଲାର ଇତିହାସ ଯେତିକି ପ୍ରାଚୀନ ସେତିକି ମନୋରମ ମଧ୍ୟ । ଏହାର ଐତିହ୍ୟ, ପରମ୍ପରା ଓ ଲୋକ ସଂସ୍କୃତି ମଧ୍ୟ ମହାନ । ପର୍ଯ୍ୟଟନ ଓ ପ୍ରକୃତିକ ସୌନ୍ଦର୍ଯ୍ୟକୁ ନେଇ ସମୃଦ୍ଧ ବୌଦ୍ଧ ଜିଲ୍ଲାରେ ରହିଛି ଅନେକ ନଦନଦୀ ଓ ଛୋଟବଡ଼ ପାହାଡ଼ । ତେବେ ଆପଣ ଏଠାକୁ ଥରେ ଗଲେ ଆସିବାକୁ ଇଚ୍ଛା କରିବେ ନାହିଁ । ଏମିତିକି ଥରେ ଏହି ଦେଢ଼ଶୂର-ଭାଇବୋହୂ ପହାଡ଼କୁ ଗଲେ ଆପଣ ବାରମ୍ବାର ଯିବାକୁ ମନ କରିବେ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋମୁଗ୍ଧକର।
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
Next Articleବଲାଙ୍ଗୀରବାସୀ ପାଇବେ ନୂଆବର୍ଷ ଉପହାର, ଆଜି ଲୋୟର ସୁକତେଲ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
