ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲ ଛାତ୍ରଛାତ୍ରୀମାନଙ୍କ ମାସିକ ଷ୍ଟାଇପେଣ୍ଡ୍ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଅନୁରୋଧ ରକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲ ଛାତ୍ରଛାତ୍ରୀମାନଙ୍କ ଅନୁରୋଧ ଗ୍ରହଣ କରି ସେମାନଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ନିଷ୍ପତ୍ତି ପରେ ଡି. ଫାର୍ମା ଛାତ୍ରଛାତ୍ରୀମାନେ ୨୫୦ ବଦଳରେ ୫୦୦ ଟଙ୍କା, ଏଏନଏମ ଛାତ୍ରଛାତ୍ରୀମାନେ ୧୦୦୦ ଟଙ୍କା ବଦଳରେ ୨୦୦୦, ବିଏସସି (ଏନ୍ ) ଇଣ୍ଟର୍ନମାନେ ୨ ହଜାର ୫ [...]

Admin•ଜାନୁଆରୀ 3, 2024
Share Article:

ଭୁବନେଶ୍ୱର – ଅନୁରୋଧ ରକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲ ଛାତ୍ରଛାତ୍ରୀମାନଙ୍କ ଅନୁରୋଧ ଗ୍ରହଣ କରି ସେମାନଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ନିଷ୍ପତ୍ତି ପରେ ଡି. ଫାର୍ମା ଛାତ୍ରଛାତ୍ରୀମାନେ ୨୫୦ ବଦଳରେ ୫୦୦ ଟଙ୍କା, ଏଏନଏମ ଛାତ୍ରଛାତ୍ରୀମାନେ ୧୦୦୦ ଟଙ୍କା ବଦଳରେ ୨୦୦୦, ବିଏସସି (ଏନ୍ ) ଇଣ୍ଟର୍ନମାନେ ୨ ହଜାର ୫ ଶହ ଟଙ୍କା ପରିବର୍ତ୍ତେ ୫ ହଜାର, କ୍ଲିନିକାଲ ସାଇକୋଲୋଜିରେ ଏମ୍ .ଫିଲ ଛାତ୍ରଛାତ୍ରୀମାନେ ୭ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା, ସାଇକାଟ୍ରିକ ସୋସିଆଲ ୱର୍କରେ ଏମଫିଲ୍ ଛାତ୍ରଛାତ୍ରୀମାନେ ୭ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ପାଇବେ ।

ଷ୍ଟାଇପେଣ୍ଡରେ ବୃଦ୍ଧି ଯୋଗୁଁ ଛାତ୍ରଛାତ୍ରୀମାନେ ଲୋକଙ୍କୁ ଭଲ ସେବା ଯୋଗାଇ ଦେବା ପାଇଁ ଆହୁରି ଉତ୍ସାହିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି। ଏଥିଯୋଗୁଁ ରାଜ୍ୟରେ ଚିକିତ୍ସା ସେବା ଆହୁରି ଉନ୍ନତ ହେବ
ନିକଟରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପରିଦର୍ଶନ ବେଳେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଛାତ୍ରଛାତ୍ରୀମାନେ ଷ୍ଟାଇପେଣ୍ଡ୍ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ ।

#Odia#Odisha#News
Share Article:

Related Articles