ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବ୍ରହ୍ମପୁର ଆଇଟିଆଇ କୋଣାର୍କ ଚକ୍ରକୁ ଅନ୍ତର୍ଜାତୀୟ ପୁରସ୍କାର

ବ୍ରହ୍ମପୁର: ସ୍ଥାନୀୟ ସରକାରୀ ଆଇଟିଆଇକୁ ମିଳିଛି ଉତ୍କର୍ଷତାର ଆଉ ଏକ ପ୍ରମାଣପତ୍ର। ଏଠିକାର ପ୍ରଶିକ୍ଷାର୍ଥୀଙ୍କ ଦ୍ବାରା ପ୍ରସ୍ତୁତ କୋଣାର୍କ ଚକ୍ର କଳାକୃତିକୁ ମିଳିଛି ଅନ୍ତର୍ଜାତୀୟ ପୁରସ୍କାର। ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓ୍ବେଲଡିଂ ଦ୍ବାରା ନିକଟରେ ଆୟୋଜିତ ‘ଥ୍ରାସ୍ ଟୁ ଟ୍ରେଜର୍’ ଇଭେଣ୍ଟରେ ରନର୍ସ ଅପ୍ ପୁରସ୍କାର ପାଇଛି ବର୍ଜ୍ୟବସ୍ତୁରେ ନିର୍ମିତ ଅଥଚ ସୁନ୍ଦର‌ ଭାବେ ସୁସଜ୍ଜିତ ଏହି କୋଣାର୍କ ଚକ୍ର। ଆଗାମୀ ଦିନରେ ଗ୍ରୀସରେ ଆୟୋଜିତ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଏହି କଳାକୃତି ପ୍ରଦର୍ଶିତ [...]

Admin•ଜାନୁଆରୀ 3, 2024
Share Article:

ବ୍ରହ୍ମପୁର: ସ୍ଥାନୀୟ ସରକାରୀ ଆଇଟିଆଇକୁ ମିଳିଛି ଉତ୍କର୍ଷତାର ଆଉ ଏକ ପ୍ରମାଣପତ୍ର। ଏଠିକାର ପ୍ରଶିକ୍ଷାର୍ଥୀଙ୍କ ଦ୍ବାରା ପ୍ରସ୍ତୁତ କୋଣାର୍କ ଚକ୍ର କଳାକୃତିକୁ ମିଳିଛି ଅନ୍ତର୍ଜାତୀୟ ପୁରସ୍କାର। ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓ୍ବେଲଡିଂ ଦ୍ବାରା ନିକଟରେ ଆୟୋଜିତ ‘ଥ୍ରାସ୍ ଟୁ ଟ୍ରେଜର୍’ ଇଭେଣ୍ଟରେ ରନର୍ସ ଅପ୍ ପୁରସ୍କାର ପାଇଛି ବର୍ଜ୍ୟବସ୍ତୁରେ ନିର୍ମିତ ଅଥଚ ସୁନ୍ଦର‌ ଭାବେ ସୁସଜ୍ଜିତ ଏହି କୋଣାର୍କ ଚକ୍ର। ଆଗାମୀ ଦିନରେ ଗ୍ରୀସରେ ଆୟୋଜିତ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଏହି କଳାକୃତି ପ୍ରଦର୍ଶିତ ହେବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ। ଉପରୋକ୍ତ ପୁରସ୍କାର ଏହି ସରକାରୀ ଅନୁଷ୍ଠାନ ତଥା ଆମ ରାଜ୍ୟ ପାଇଁ ଗୌରବ ଆଣିଥିବା ସେ କହିଛନ୍ତି। ସ୍କିଲଡ ଇନ୍ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଓ୍ବେଷ୍ଟ ଟୁ ଓ୍ବେଲଥ୍ ଜରିଆରେ ଏହି ଓ୍ବେଲଡିଂ ଆର୍ଟ ଏବେ ବେଶ୍ ଚର୍ଚ୍ଚିତ ହୋଇଛି।

#Odia#Odisha#News
Share Article:

Related Articles