ଜିରାଙ୍ଗ ବୌଦ୍ଧ ପୀଠରେ ଉଡ଼ିଲା ୨୪ ଫୁଟ ତ୍ରିରଙ୍ଗା
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ବ୍ଲକର ଜିରାଙ୍ଗସ୍ଥିତ ବୌଦ୍ଧ ପୀଠରେ ଉଡ଼ିଲା ୨୪ ଫୁଟ ଉଚ୍ଚ ଜାତୀୟ ପତାକା।୧୯ ମିଟର ଉଚ୍ଚ, ୧୬ ଫୁଟ ଓସାର ବିଶିଷ୍ଟ ପ୍ଲାଟଫର୍ମରେ ଫରଫର ହୋଇ ଉଡୁଛି ଦୂରରୁ ଆକର୍ଷଣୀୟ ଦେଖାଯାଉଥିବା ତ୍ରିରଙ୍ଗା ପତାକା। ଏହାକୁ ପ୍ରଥମ କରି ଉତ୍ତୋଳନ କରିଛନ୍ତି ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ। ଦେଶବିଦେଶରେ ପ୍ରସିଦ୍ଧ ବୌଦ୍ଧ ଧର୍ମର ଏହି ମନ୍ଦିରକୁ ବର୍ଷତମାମ ଭକ୍ତ, ପର୍ଯ୍ୟଟକମାନେ ବୁଲି ଆସିଥାନ୍ତି। ଏବେ ସେଠାରେ ସୁଉଚ୍ଚ ତ୍ରିରଙ୍ଗା ଉଡ଼ିବା ଫଳରେ [...]
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ବ୍ଲକର ଜିରାଙ୍ଗସ୍ଥିତ ବୌଦ୍ଧ ପୀଠରେ ଉଡ଼ିଲା ୨୪ ଫୁଟ ଉଚ୍ଚ ଜାତୀୟ ପତାକା।୧୯ ମିଟର ଉଚ୍ଚ, ୧୬ ଫୁଟ ଓସାର ବିଶିଷ୍ଟ ପ୍ଲାଟଫର୍ମରେ ଫରଫର ହୋଇ ଉଡୁଛି ଦୂରରୁ ଆକର୍ଷଣୀୟ ଦେଖାଯାଉଥିବା ତ୍ରିରଙ୍ଗା ପତାକା। ଏହାକୁ ପ୍ରଥମ କରି ଉତ୍ତୋଳନ କରିଛନ୍ତି ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ। ଦେଶବିଦେଶରେ ପ୍ରସିଦ୍ଧ ବୌଦ୍ଧ ଧର୍ମର ଏହି ମନ୍ଦିରକୁ ବର୍ଷତମାମ ଭକ୍ତ, ପର୍ଯ୍ୟଟକମାନେ ବୁଲି ଆସିଥାନ୍ତି। ଏବେ ସେଠାରେ ସୁଉଚ୍ଚ ତ୍ରିରଙ୍ଗା ଉଡ଼ିବା ଫଳରେ ସମସ୍ତଙ୍କ ମଧ୍ୟରେ ଜାତୀୟତାର ଭାବ ଉଦ୍ରେକ ହେବା ଆଶା କରାଯାଉଛି। ଏହି ପତାକା ମଧ୍ୟ ଦେଖଣାହାରୀଙ୍କ ପାଇଁ ଅନ୍ୟତମ ଆକର୍ଷଣ ସାଜିଛି।

ତିବ୍ବତୀୟ ବୌଦ୍ଧ ମନ୍ଦିର ମୁଖ୍ୟ ଗୁରୁଜୀ ଖେନସୋ ପେମା, ତିବ୍ବତୀୟ କମିଟି ଅଧିକାରୀ ଚେମ୍ପାଲ ଦନଡୁପଙ୍କ ଉପସ୍ଥିତିରେ ହୋଇଥିବା ଉଦଘାଟନୀ ସମାରୋହରେ ଅନ୍ୟତମ ଅତିଥି ଥିଲେ ଜଳସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ରନାଥ ମହାରଣା। ଏହି ପର୍ଯ୍ୟଟନ ସ୍ଥଳରେ ଲୋକେ ରହିବା କିମ୍ବା ବିଶ୍ରାମ ନେବାର ପାଇଁ ବିଶେଷ ସୁବିଧା ନଥିବା ବେଳେ ଏବେ ଗଜପତି ଜିଲ୍ଲା ପ୍ରଶାସନ ଓ ଜଳସେଚନ ବିଭାଗ ଏହାର ସମାଧାନ କରିବାକୁ ଯାଉଛନ୍ତି। ଜିଲ୍ଲାପାଳଙ୍କ ଦ୍ବାରା ୧୫ ଲକ୍ଷ ଟଙ୍କାରେ ଅତିଥି ଭବନ ନିର୍ମାଣ ନିମନ୍ତେ ଶୁଭ ଦେଇଥିଲେ। ଫଳରେ ଆଗାମୀ ଦିନରେ ଏଠାକୁ ଆସୁଥିବା ଟୁରିଷ୍ଟମାନଙ୍କ ପାଇଁ ଏହା ଅଧିକ ସହାୟକ ହେବ।
Nijukti Parba: CM Naveen To Handover Appointment Letters To 441 Junior Engineers (Civil) Today
Next Articleମୟୂରଭଞ୍ଜ ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା: ତେଲ ଟ୍ୟାଙ୍କର ଓ ଟ୍ରକ୍ ଧକ୍କା, ଡ୍ରାଇଭର ଜୀବନ୍ତ ଦଗ୍ଧ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
