ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରାଜ୍ୟରେ କୋଭିଡ୍ ସବ୍ ଭାରିଆଣ୍ଟ ଜେଏନ.୧ ଦ୍ବାରା ଦୁଇ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ କୋଭିଡ୍-୧୯ର ସଦ୍ୟତମ ସବ୍ ଭାରିଆଣ୍ଟ ଜେଏନ. ୧ରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ୨ ଜଣ ରୋଗୀଙ୍କଠାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଜେଏନ.୧ ଦ୍ୱାରା ଆକ୍ରାନ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ହୋଇଥିବା ବେଳେ ଅନ୍ୟ ଜଣେ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି। ଜଣେ ହୋମ ଆଇସୋଲେସନରେ ଥାଇ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଅନ୍ୟ ଆକ୍ରାନ୍ତ ଜଣକ [...]

Admin•ଜାନୁଆରୀ 4, 2024
Share Article:

ଭୁବନେଶ୍ୱର – ରାଜ୍ୟରେ କୋଭିଡ୍-୧୯ର ସଦ୍ୟତମ ସବ୍ ଭାରିଆଣ୍ଟ ଜେଏନ. ୧ରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ୨ ଜଣ ରୋଗୀଙ୍କଠାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଜେଏନ.୧ ଦ୍ୱାରା ଆକ୍ରାନ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ହୋଇଥିବା ବେଳେ ଅନ୍ୟ ଜଣେ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି। ଜଣେ ହୋମ ଆଇସୋଲେସନରେ ଥାଇ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଅନ୍ୟ ଆକ୍ରାନ୍ତ ଜଣକ ହେଉଛନ୍ତି ମହିଳା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି।

#Odia#Odisha#News
Share Article:

Related Articles