ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଜାତୀୟ ‘ଚେଞ୍ଜ୍ ମେକର୍’ କର୍ମଶାଳାରେ ଯୋଗଦେବେ ବୁଗୁଡା ବ୍ଲକ୍ ଅଧ୍ୟକ୍ଷାଙ୍କ ସମେତ ଓଡ଼ିଶାରୁ ୧୦ ମହିଳା

ଛତ୍ରପୁର: ନୂଆଦିଲ୍ଲୀସ୍ଥିତ ସଂସଦ ଭବନରେ ଶୁକ୍ରବାର ଅନୁଷ୍ଠିତ ହେବ ଜାତୀୟସ୍ତରର ‘ଚେଞ୍ଜ୍ ମେକର୍’ କର୍ମଶାଳା। ସମାଜ ପରିବର୍ତ୍ତନରେ ମହିଳାମାନଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ସେମାନେ ମଧ୍ୟ ପରିବର୍ତ୍ତନର ବାର୍ତ୍ତାବାହକ ସାଜିପାରିବେ। ଏଣୁ ଏହି ଜାତୀୟ ସମ୍ମିଳନୀରେ ମହିଳାଙ୍କ ନେତୃତ୍ବ ଦକ୍ଷତା, ଅଭିଜ୍ଞତା, ପରିଚାଳନାଗତ କୌଶଳ, ନୀତି ଓ ନିଷ୍ପତ୍ତିରେ ସେମାନଙ୍କ ଭୂମିକା ବାବଦରେ ଆଲୋଚନା ପର୍ଯ୍ୟାଲୋଚନା ସହ ବିଭିନ୍ନ ବିଷୟରେ ମତ ଆଦାନ ପ୍ରଦାନ କରାଯିବ। ଫଳରେ ତୃଣମୂଳ ସ୍ତରର ନାରୀ ନେତୃତ୍ୱକୁ ବଳ ମିଳିବ। ଏହି ଜାତୀୟ [...]

Admin•ଜାନୁଆରୀ 4, 2024
Share Article:

ଛତ୍ରପୁର: ନୂଆଦିଲ୍ଲୀସ୍ଥିତ ସଂସଦ ଭବନରେ ଶୁକ୍ରବାର ଅନୁଷ୍ଠିତ ହେବ ଜାତୀୟସ୍ତରର ‘ଚେଞ୍ଜ୍ ମେକର୍’ କର୍ମଶାଳା। ସମାଜ ପରିବର୍ତ୍ତନରେ ମହିଳାମାନଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ସେମାନେ ମଧ୍ୟ ପରିବର୍ତ୍ତନର ବାର୍ତ୍ତାବାହକ ସାଜିପାରିବେ। ଏଣୁ ଏହି ଜାତୀୟ ସମ୍ମିଳନୀରେ ମହିଳାଙ୍କ ନେତୃତ୍ବ ଦକ୍ଷତା, ଅଭିଜ୍ଞତା, ପରିଚାଳନାଗତ କୌଶଳ, ନୀତି ଓ ନିଷ୍ପତ୍ତିରେ ସେମାନଙ୍କ ଭୂମିକା ବାବଦରେ ଆଲୋଚନା ପର୍ଯ୍ୟାଲୋଚନା ସହ ବିଭିନ୍ନ ବିଷୟରେ ମତ ଆଦାନ ପ୍ରଦାନ କରାଯିବ। ଫଳରେ ତୃଣମୂଳ ସ୍ତରର ନାରୀ ନେତୃତ୍ୱକୁ ବଳ ମିଳିବ।

ଏହି ଜାତୀୟ କର୍ମଶାଳାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୦ ଜଣ ମହିଳା ପ୍ରତିନିଧି ଯୋଗ ଦେଉଛନ୍ତି। ସେମାନେ ପ୍ରଥମେ ଜିଲ୍ଲାସ୍ତରୀୟ ଓ ପରେ ରାଜ୍ୟସ୍ତରୀୟ ମହିଳା ନେତୃତ୍ବ ଶୀର୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିବା ସହ
ସଂସଦ ଭବନରେ ହେବାକୁ ଥିବା ଜାତୀୟ ‘ଚେଞ୍ଜ୍ ମେକର୍’ କର୍ମଶାଳା ନିମନ୍ତେ ବଛା ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ। ସେ ଇତିମଧ୍ୟରେ ଦିଲ୍ଲୀରେ ପହଞ୍ଚିଲାଣି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଭଳି ନାରୀ ସଶକ୍ତୀକରଣକୁ ଗୁରୁତ୍ବ ଦେଉଛନ୍ତି ସେ ବାବଦରେ କେ.ପ୍ରିୟଦର୍ଶିନୀ ନିଜ ମତ ରଖିବେ ବୋଲି ଜଣାପଡିଛି।

#Odia#Odisha#News
Share Article:

Related Articles