ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଯାଇଥିବା ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସୁନ୍ଦରଗଡ଼ର ସମଲେଶ୍ବରୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଶେଷଥର ପାଇଁ ପାଣ୍ଡିଆନ ସୁନ୍ଦରଗଡ଼ ଯାଇଥିବା ବେଳେ ମନ୍ଦିରର ଉନ୍ନତି ପାଇଁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ। ଏହାଛଡା ୫-ଟି ଅଧ୍ୟକ୍ଷ ରାଉରକେଲାରେ ବେଦବ୍ୟାସ ମନ୍ଦିର, ଘୋଗରର ଶିବ ମନ୍ଦିର ଓ ବେଲସରା ଶିବ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର [...]
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଯାଇଥିବା ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସୁନ୍ଦରଗଡ଼ର ସମଲେଶ୍ବରୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଶେଷଥର ପାଇଁ ପାଣ୍ଡିଆନ ସୁନ୍ଦରଗଡ଼ ଯାଇଥିବା ବେଳେ ମନ୍ଦିରର ଉନ୍ନତି ପାଇଁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ। ଏହାଛଡା ୫-ଟି ଅଧ୍ୟକ୍ଷ ରାଉରକେଲାରେ ବେଦବ୍ୟାସ ମନ୍ଦିର, ଘୋଗରର ଶିବ ମନ୍ଦିର ଓ ବେଲସରା ଶିବ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଗତ ୧୦ ବର୍ଷ ଧରି ନିର୍ମାଣ ହେଉଥିବା ରାଜଗାଙ୍ଗପୁର ରେଲୱେ ଓଭର ବ୍ରିଜର ଅଗ୍ରଗତିର ବି ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ । ଜିଲ୍ଲାକୁ ନିଜର ପୂର୍ବ ଗସ୍ତ ବେଳେ ସ୍ଥାନୀୟ ଲୋକେ ରେଲୱେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ୫-ଟି ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ। ଏହାପରେ ଦୀର୍ଘଦିନ ଧରି ପଡିରହିଥିବା ଜମିଜମା ସମସ୍ୟାର ସମାଧାନ ହୋଇଥିଲା ଓ ପ୍ରକଳ୍ପ କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା ।

ଆଜି ମଧ୍ୟ ୫-ଟି ସଚିବ ସୁନ୍ଦରଗଡ ଜିଲ୍ଲାର ଅନ୍ୟ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ । କୁତ୍ରା, ରାଜଗାଙ୍ଗପୁର, ଗୁରୁଣ୍ଡିଆ, ଲହୁଣୀପଡ଼ା, କୋଏଡା, ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକକୁ ପାନୀୟ ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ କାର୍ଯ୍ୟ, ଗୁରୁତ୍ୱପୂର୍ଣ୍ଣ ପୋଲ ସହ କୁଆଁରମୁଣ୍ଡା, ନୂଆଗାଁ ଓ ବିଶ୍ରାମ ବ୍ଳକରେ ସିନ୍ଥେଟିକ ଟର୍ଫ ହକି ଟ୍ରେନିଂ ସେଣ୍ଟର ଆଦିର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ। ସୁନ୍ଦରଗଡ଼ ଜିଲ୍ଲାକୁ ଗତବର୍ଷ ମାର୍ଚ୍ଚରେ ଯାଇଥିବା ବେଳେ ସେ ବିଭିନ୍ନ ଜାଗାରେ ଜନଶୁଣାଣିରେ ପାଇଥିବା ଦରଖାସ୍ତ ଓ ପବ୍ଲିକ ଫିଡବ୍ୟାକ ଆଧାରରେ ଜିଲ୍ଲାର କିଛି ପ୍ରମୁଖ ପ୍ରକଳ୍ପ ହାତକୁ ନିଆଯାଇଥିଲା ।

୨୦୧୯ରେ ଯେତେବେଳେ ଆନ୍ତର୍ଜାତିକ ହକି ମହାସଂଘ ଓଡ଼ିଶାରେ ୨୦୨୩ ବିଶ୍ୱକପ୍ ହକି ଆୟୋଜନ ପାଇଁ ଘୋଷଣା କରିଥିଲା । ରାଉରକେଲାକୁ ହକି ବିଶ୍ୱକପର ଦ୍ୱିତୀୟ ଆୟୋଜକ ଭେନ୍ୟୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ ବୋଲି ଜନସାଧାରଣଙ୍କ ସହ ଆଲୋଚନାରେ ପ୍ରକାଶ କରିଛନ୍ତି ୫-ଟି ଅଧ୍ୟକ୍ଷ । ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ହେଲେ ମଧ୍ୟ ରାଉରକେଲା ଓଡ଼ିଶାର ହକି ରାଜଧାନୀ ବୋଲି ମୁଖ୍ୟମନ୍ତ୍ରୀ ଆନ୍ତର୍ଜାତିକ ହକି ମହାସଂଘକୁ କହିଥିଲେ ବୋଲି ପାଣ୍ଡିଆନ ଲୋକଙ୍କ ସହ ଆଲୋଚନା ବେଳେ ଉଲ୍ଲେଖ କରିଥିଲେ। ତେବେ, ରାଉରକେଲାରେ ହକି ଷ୍ଟାଡିୟମ, ଏୟାରପୋର୍ଟ ଓ ହୋଟେଲ୍ ନଥିବାରୁ ଆନ୍ତର୍ଜାତିକ ହକି ମହାସଂଘ ଆପତ୍ତି ପ୍ରକାଶ କରିଥିଲା । ତେବେ ସବୁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଏଫଆଇଏଚକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। କୋଭିଡ୍ ମହାମାରୀ ଓ ବିଳମ୍ବ ସତ୍ତ୍ଵେ ହକି ଷ୍ଟାଡିୟମ୍, ୨୨୫ ରୁମ୍ ବିଶିଷ୍ଟ ରହଣୀସ୍ଥଳ ଓ ଏୟାରପୋର୍ଟ ରେକର୍ଡ ସମୟରେ ନିର୍ମାଣ କରାଗଲା ବୋଲି ୫-ଟି ଅଧ୍ୟକ୍ଷ କହିଥିଲେ । ହକି ଷ୍ଟାଡିୟମକୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରାଗଲା । ରେକର୍ଡ ୧୫ ମାସ ମଧ୍ୟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ନିର୍ମାଣ କରାଗଲା । ସର୍ବାଧିକ ଦର୍ଶକ ବସିପାରୁଥିବା ଏହି ଷ୍ଟାଡିୟମ ବିଶ୍ୱର ବୃହତ୍ତମ ହକି ଷ୍ଟାଡିୟମ ଭାବେ ଗିନିଜ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି। ଭାରତୀୟ ହକିକୁ ସୁନ୍ଦରଗଡ଼ ଅବଦାନ ପାଇଁ ଏହା ଏକ ସମ୍ମାନ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ନେଇ ପାଣ୍ଡିଆନ ପ୍ରକାଶ କରିଥିଲେ।
ରାଜଗାଙ୍ଗପୁର, ନୂଆଗାଁ ଓ ବଣାଇ ବ୍ଲକରେ ଜନସାଧାରଣଙ୍କ ସହ ଆଲୋଚନା କରି ଆପତ୍ତି ଅଭିଯୋଗ ଗ୍ରହଣ କରିଥିଲେ ୫-ଟି ଅଧ୍ୟକ୍ଷ। ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି।
5T Chairman Continues Sundargarh Visit, Takes Stock of Progress of Various Development Projects
Next Articleଲକ୍ଷାଧିକ ନଗଦ ଟଙ୍କା ସହ ଫରେଷ୍ଟ ଗାର୍ଡଙ୍କୁ ଧରିଲା ଭିଜିଲାନ୍ସ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
