ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ସମ୍ବଲପୁର ଲୋକମହୋତ୍ସବ ୨୦୨୪ ଉଦ୍ଘାଟିତ
ସମ୍ବଲପୁର: ସମ୍ବଲପୁର ଲୋକ ମହୋତ୍ସବର ପ୍ରଥମ ଦିବସର ସନ୍ଧ୍ୟା କାର୍ଯ୍ୟକ୍ରମରେ ଶଙ୍ଖବାଦ୍ୟ ମଧ୍ୟରେ ମ୍ୟୁନିସିପାଲିଟି କମିଶନର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଦ୍ୱାରା ମା ସମଲେଈଙ୍କ ପ୍ରତିକୃତିରେ ପୂଜା ପରେ ୫ଟା. ୨୦ମିରେ ଲୁପ୍ତପ୍ରାୟ ବାଦ୍ୟରେ ପାରମ୍ପରିକ ଘୁଡକା ବାଦ୍ୟ ପରିବେଶିତ ହୋଇଥିଲା।ବାଦ୍ୟକାର ଥିଲେ ଚୂଡାମଣି ବାଗ ଓ ପ୍ରୟାଗରାଜ ବେହେରା। ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଫଟୋ,ଚିତ୍ରକଳା ଓ ହସ୍ତକଳା ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା।ପ୍ରଥମ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଅନନ୍ୟା [...]
ସମ୍ବଲପୁର: ସମ୍ବଲପୁର ଲୋକ ମହୋତ୍ସବର ପ୍ରଥମ ଦିବସର ସନ୍ଧ୍ୟା କାର୍ଯ୍ୟକ୍ରମରେ ଶଙ୍ଖବାଦ୍ୟ ମଧ୍ୟରେ ମ୍ୟୁନିସିପାଲିଟି କମିଶନର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଦ୍ୱାରା ମା ସମଲେଈଙ୍କ ପ୍ରତିକୃତିରେ ପୂଜା ପରେ ୫ଟା. ୨୦ମିରେ ଲୁପ୍ତପ୍ରାୟ ବାଦ୍ୟରେ ପାରମ୍ପରିକ ଘୁଡକା ବାଦ୍ୟ ପରିବେଶିତ ହୋଇଥିଲା।ବାଦ୍ୟକାର ଥିଲେ ଚୂଡାମଣି ବାଗ ଓ ପ୍ରୟାଗରାଜ ବେହେରା। ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଫଟୋ,ଚିତ୍ରକଳା ଓ ହସ୍ତକଳା ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା।ପ୍ରଥମ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ସଂଯୋଜକ ଭୋଲା ଶଙ୍କର ମହତ୍ତମ,ସହ ସଂଯୋଜକ ଅନୁପ ତରିଆ ତଥା ଅତିଥି ଭାବରେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର,ହସ୍ତତନ୍ତ ବୟନକଳା ମନ୍ତ୍ରୀ ରୀତା ସାହୁ,ବିଧାୟକ ତଥା ,ଜିଲ୍ଲା ପରିଷଦ ଅଧ୍ଯକ୍ଷା କୁମୋଦିନୀ ନାଏକ ଓ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ମଞ୍ଚରେ ଉପସ୍ଥିତ ଥିଲେ।ଅତିଥିମାନଙ୍କ ଦ୍ବାରା ଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ସଭାରେ ସମ୍ବଲପୁର ଲୋକମହୋତ୍ସବକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନିତ କରିବାକୁ ଦାବି ହୋଇଥିଲା। ଅତିଥି ଶ୍ରୀ ଗୌନ୍ତିଆ ତାଙ୍କ ବକ୍ତବ୍ୟରେ ଏହି ମହୋତ୍ସବ ବର୍ଷକୁ ବର୍ଷ କଳେବର ବୃଦ୍ଧି କରୁଛି ବୋଲି କହି ଶୁଭକାମନା ଜଣାଇଥିଲେ। କୁମୋଦିନୀ ନାଏକ କହିଥିଲେ,ସମ୍ବଲପୁର ଜିଲ୍ଲାରେ ଏକ ସାଂସ୍କୃତିକ ଜାଗରଣ ଆରମ୍ଭ ହୋଇଯାଇଛି ଆମକୁ ଆମ ପରମ୍ପରା ଓ ସଂସ୍କୃତିକୁ ବଂଚାଇ ରଖବାକୁ ହେବ। ରୀତା ସାହୁ କହିଥିଲେ ଯେ,ଲୋକକଳାକୁ ପୁଷ୍ଟ କରିବା ନିମନ୍ତେ ଏଭଳି ମହୋତ୍ସବର ଆବଶ୍ଯକତା ନିଶ୍ଚିତ ଭାବରେ ରହିଛି। ମୁଖ୍ୟ ଅତିଥି ଶ୍ରୀ ପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଏଭଳି ଉତ୍ସବ ଆମ ସଂସ୍କୃତିର ପରିଚାୟକ,ଯେଉଁ ଜାତି ଯେଉଁ ରାଷ୍ଟ୍ର ନିଜ ସଂସ୍କୃତିକୁ ଯେତେ ବେଶି ଉପରକୁ ନେଇଥାଏ ସେ ଜାତି ସେ ରାଷ୍ଟ୍ରର ବିକାଶ ସେତେ ବେଶୀ ହୋଇଥାଏ। ସମ୍ବଲପୁର ବାସୀ ଅତ୍ୟନ୍ତ ସ୍ୱାଭିମାନୀ ଏବଂ ନିଜ ସଂସ୍କୃତିକୁ ନେଇ ସମ୍ବଲପୁର ବାସୀ ସମସ୍ତଙ୍କୁ ନିଜର କରିଦେବାର କ୍ଷମତା ରଖନ୍ତି। ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ ଏହି ଲୋକମହୋତ୍ସବ ଓ ଏହି ଅଂଚଳର ଲୋକନୃତ୍ଯର ଯେଉଁ ବୈଶିଷ୍ଟ୍ୟ ଅଛି ତାହା ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏଣୁ ଏହା ଆମର ଗର୍ବ ଅଟେ। ଏହି ଅବସରରେ ଚଳିତ ବର୍ଷର ଲୋକମହୋତ୍ସବ ସ୍ମରଣିକା ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା ଏତଦ୍ବ୍ୟତିତ ନାଟ୍ୟକର୍ମୀ ଉମେଶ ପ୍ରସାଦ ରଥ ଓ ନୃତ୍ୟଶିଳ୍ପୀ ଦୀପାଳି ଚୌଧୁରୀଙ୍କୁ ସଂସ୍କୃତି କ୍ଷେତ୍ରରେ ତାଙ୍କ ଅବଦାନ ସକାଶେ ସମ୍ବର୍ଦ୍ଧିତ କରାଯାଇଥିଲା। ଲୋକଗୀତ କାର୍ଯ୍ୟକ୍ରମରେ ବିନାୟକ ସାହୁ ‘ମାଳେଶ୍ରୀ’ ,ଅନାମିକା ଆଚାର୍ଯ୍ୟ ‘ମାଏଲାଜଡ’,ତୁଲାରାମ କଲେତ ନଚନିଆ ଶୈଳୀର କୃଷ୍ଣ ଭଜନ ଓ ସାଇସ୍ମିତା ନାୟକ ସଂଚାର ଶୈଳୀର ସମ୍ବଲପୁରୀ ଲୋକଗୀତ ପରିବେଷଣ କରିଥିଲେ। ଆବାହକ ମାନସ ରଞ୍ଜନ ମିଶ୍ରଙ୍କ ସମେତ ସତ୍ୟ ରଂଜନ ସାହୁ,ମୀମାଂସା ରଥ,ଦୁର୍ଗାଦଶୀ ନାଥଶର୍ମା,ଅମୃତ ସାଗର ପଣ୍ଡା,ନିଶାନ୍ତ ତ୍ରିପାଠୀ,ଛନ୍ଦାମୟୀ ମିଶ୍ର,ସ୍ୱାଗତିକା ପଣ୍ଡା ଓ ସୁଶ୍ରୀ ପାଣିଗ୍ରାହୀ ଉଦ୍ଘୋଷଣା ଦାୟିତ୍ତ୍ୱରେ ଥିଲେ।ସମ୍ବଲପୁରୀ,ହିନ୍ଦୀ ଓ ଇଂରାଜୀ ଭାଷାରେ ଉଦ୍ଘୋଷଣା କରାଯାଇଥିଲା।ଲୋକନୃତ୍ୟ କାର୍ଯ୍ୟକ୍ରମରେ ସମ୍ବଲପୁର ଟ୍ରାଇବେଲ ଏଣ୍ଡ ଫୋକ୍ ଆର୍ଟ ସେଣ୍ଟର ଦଣ୍ଡ ନୃତ୍ଯ ,ଉତ୍ତରାଖଣ୍ଡର ଲୋକନୃତ୍ୟ ଦଳ ଗଡୱାଲି,କୁଚିଣ୍ଡାର ଲୋକନୃତ୍ୟ ଦଳ ରସରକେଲୀ, ରାଜସ୍ଥାନର ଲୋକନୃତ୍ଯଦଳ ଚକ୍ରି, ଅନ୍ତରାଷ୍ଟ୍ରୀୟ ଦଳ ଥାଇଲାଣ୍ଡର ଦଳ ଲାନା ମୁଙ୍ଗା ଥିପି ନୃତ୍ଯ, ମଧ୍ୟପ୍ରଦେଶ ମୟୁର ନାଚ,କୋରାପୁଟର ରିଂଜୋଡି ନାଚ,ଗୁଜରାଟର ଡାଙ୍ଗୀ,ହରିୟାଣା ଘୁମର,ପଞାବର ଗିଦ୍ଧା,ଭାରତୀ କଳାବିକାଶ କେନ୍ଦ୍ର,ବୁର୍ଲାର ଚୁଟକୁଚୁଟା ଓ ସୋନପୁରରୁ ଆସିଥିବା ଲୋକନୃତ୍ୟ ଦଳ ପରଭା ନାଚ ପ୍ରଦର୍ଶନ କରିଥିଲେ।
ଲକ୍ଷାଧିକ ନଗଦ ଟଙ୍କା ସହ ଫରେଷ୍ଟ ଗାର୍ଡଙ୍କୁ ଧରିଲା ଭିଜିଲାନ୍ସ
Next Articleଏ ବର୍ଷ ଚିଲିକାରେ ଅଧିକ ବିଦେଶୀ ଅତିଥି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
