ଗଜପତି ଜିଲ୍ଲାର ମୌଳିକ ଉତ୍ପାଦ ତାଳ ଗୁଡ଼, ମିଳିଲା ଜିଆଇ ଟ୍ୟାଗ୍
ପାରଳାଖେମୁଣ୍ଡି: ସ୍ବାସ୍ଥ୍ୟକୁ ବେଶ୍ ଉପଯୋଗୀ। ଶରୀର ଓ ପେଟକୁ ଥଣ୍ଡା ରଖିବା ସହ ତ୍ବଚାରେ ଚମକ ଆଣିବାରେ ସହାୟକ ହୋଇଥାଏ ପ୍ରକୃତିରୁ ମିଳୁଥିବା ତଥା ଜୈବିକ ପଦ୍ଧତିରେ ପ୍ରସ୍ତୁତ ତାଳ ଗୁଡ଼। ଏଥିରେ ଭରି ରହିଛି ଆଇରନ୍ ଓ ଭିଟାମିନ୍। ଗଜପତି ଜିଲ୍ଲାର ଏହି ମୌଳିକ ଉତ୍ପାଦ ଯାହା ଶହ ଶହ ଆଦିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ଅଟେ, ସେହି ତାଳ ଗୁଡ଼କୁ ମିଳିଛି ସ୍ବତନ୍ତ୍ର ମାନ୍ୟତା। ନିକଟରେ ଆମ ରାଜ୍ୟର ଯେଉଁ କେତୋଟି ଖାଦ୍ୟ ସାମଗ୍ରୀ [...]
ପାରଳାଖେମୁଣ୍ଡି: ସ୍ବାସ୍ଥ୍ୟକୁ ବେଶ୍ ଉପଯୋଗୀ। ଶରୀର ଓ ପେଟକୁ ଥଣ୍ଡା ରଖିବା ସହ ତ୍ବଚାରେ ଚମକ ଆଣିବାରେ ସହାୟକ ହୋଇଥାଏ ପ୍ରକୃତିରୁ ମିଳୁଥିବା ତଥା ଜୈବିକ ପଦ୍ଧତିରେ ପ୍ରସ୍ତୁତ ତାଳ ଗୁଡ଼। ଏଥିରେ ଭରି ରହିଛି ଆଇରନ୍ ଓ ଭିଟାମିନ୍। ଗଜପତି ଜିଲ୍ଲାର ଏହି ମୌଳିକ ଉତ୍ପାଦ ଯାହା ଶହ ଶହ ଆଦିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ଅଟେ, ସେହି ତାଳ ଗୁଡ଼କୁ ମିଳିଛି ସ୍ବତନ୍ତ୍ର ମାନ୍ୟତା। ନିକଟରେ ଆମ ରାଜ୍ୟର ଯେଉଁ କେତୋଟି ଖାଦ୍ୟ ସାମଗ୍ରୀ ବା କଳା କୌଶଳ ଜିଆଇ ଟ୍ୟାଗ୍ (ଜିଓଗ୍ରାଫିକାଲ ଇଣ୍ଡଇକଏସନ୍ ମାନ୍ୟତା) ପ୍ରାପ୍ତ କରିଛି ସେଥିରେ ରହିଛି ଗଜପତି ଜିଲ୍ଲାର ମାଳ ଗୁଡ଼। ଏହି ମାନ୍ୟତା ମିଳିବା ପରେ ଉକ୍ତ ଖାଦ୍ୟ ସାମଗ୍ରୀର ଅଧିକ ଉତ୍ପାଦନ ସହ ପ୍ରଚାର ପ୍ରସାର ଓ ବ୍ୟବସାୟିକ ଦୃଷ୍ଟିରୁ ସହାୟକ ହେବା ଆଶା କରାଯାଉଛି।
ପ୍ରାକୃତିକ ଓ ଜୈବିକ ଉତ୍ପାଦ ଥିବାରୁ ଯୋଗୁଁ ବଜାରରେ ଏହି ଗୁଡ଼ର ଚାହିଦା ରହିଛି। ତାଳ ଗୁଡ଼ ପ୍ରସ୍ତୁତ କରି ଗଜପତି ଜିଲ୍ଲାର ଅନେକ ଆଦିବାସୀ ଓ କୃଷକ ସ୍ଵାବଲମ୍ବୀ ହୋଇପାରୁଛନ୍ତି। ଜିଲ୍ଲାର ଆର୍.ଉଦୟଗିରି, ନୂଆଗଡ ଓ ରାମଗିରି ଅଞ୍ଚଳର ପ୍ରାୟ ୫୦୦ ଜଣ ଚାଷୀ ତାଳ ଗୁଡ଼ ପ୍ରସ୍ତୁତ କରି ଆୟ ଉପାର୍ଜନ ସହ ଲାଭବାନ ମଧ୍ୟ ହେଉଛନ୍ତି। ଏହି ଗୁଡ଼କୁ ପ୍ରସ୍ତୁତ କରି ଦୈନିକ ପ୍ରାୟ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରନ୍ତି ଆଦିବାସୀ। ଏହାର ବଜାରୀକରଣରେ ୧୯୬୮ରେ ପ୍ରତିଷ୍ଠିତ ତଥା ଆର୍.ଉଦୟଗିରି ବ୍ଲକ୍ ଲୁବୁରିସିଂ ସ୍ଥିତ ତାଳ ଗୁଡ଼ ସମବାୟ ସମିତିର ପ୍ରମୁଖ ଭୂମିକା ରହିଛି। ତାଳ ଗୁଡ଼ ୩ ପ୍ରକାରର ଯଥା ଧୂଳି ଗୁଡ଼, ଚେକା ଗୁଡ଼ ଓ ତରଳ ଗୁଡ଼ ଯାହାର ମୂଲ୍ୟ ସମବାୟ ସମିତିରେ କିଲୋ ପିଛା ଯଥାକ୍ରମେ ୧୫୦ ଟଙ୍କା, ୮୦ ଟଙ୍କା ଓ ୧୦୦ ଟଙ୍କା ରହିଛି। ଗତ ବର୍ଷ ପ୍ରାୟ ୬୦୦ କୁଇଣ୍ଟାଲ୍ ଗୁଡ଼ ପ୍ରସ୍ତୁତ ତଥା ବିକ୍ରି କରାଯାଇଥିଲା।
ଆଦିବାସୀମାନେ ପ୍ରତ୍ୟହ ସନ୍ଧ୍ୟା ବେଳେ ଖଜୁରୀ ଗଛର ଉପର ଭାଗରୁ କିଛି ମାତ୍ରାରେ କାଟି ସେଥିରେ ଏକ ମାଟି ହାଣ୍ଡି ଝୁଲାଇଥାନ୍ତି। ଦିନକ ପରେ ସକାଳୁ ଏହି ମାଟି ହାଣ୍ଡିରେ ସଂଗୃହିତ ଖଜୁରୀ ରସକୁ ଜୈବିକ ପ୍ରଣାଳୀରେ ରୋଷେଇ କରି ଏଥିରୁ ତାଳ ଗୁଡ଼ ପ୍ରସ୍ତୁତ କରାଯାଏ। ଯଦିଓ ଆଖୁରୁ ପ୍ରସ୍ତୁତ ଧଳା ତଥା ଚିନି ଗୁଡ଼ର ରଙ୍ଗ ଅପେକ୍ଷାକୃତ ସ୍ୱଚ୍ଛ ତେବେ ତାଳ ଗୁଡ଼ର ରଙ୍ଗ କଳା ଓ ଧୂସର। କିନ୍ତୁ ଏହାର ସ୍ଵାଦ ନିଆରା। ବର୍ତ୍ତମାନ ଏହି ତାଳ ଗୁଡ଼କୁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଜିଆଇ ମାନ୍ୟତା ମିଳିବା ପରେ ଏହାର ଚାହିଦା ବୃଦ୍ଧି ପାଇବା ସହ ଚାଷୀ ଏହି ଗୁଡ଼ ଅଧିକରୁ ଅଧିକ ପ୍ରସ୍ତୁତ କରିବା ପାଇଁ ଆଗ୍ରହ ହେବେ ଓ ଅଧିକ ଲାଭବାନ ହୋଇ ପାରିବେ ବୋଲି ଆଶା କରାଯାଉଛି। ରାଜ୍ୟ ସରକାରଙ୍କ ତୃଣମୂଳ ସ୍ତରରେ ଉଦ୍ୟୋଗକୁ ପ୍ରୋତ୍ସାହନ ତଥା ଆଦିବାସୀଙ୍କ ଜୀବନ ଜୀବିକା ପ୍ରତି ଗୁରୁତ୍ବର ଫଳସ୍ବରୂପ ଗଜପତି ଜିଲ୍ଲାର ଏହି ମୌଳିକ ଉତ୍ପାଦର ଭବିଷ୍ୟତ ଉଜ୍ଜ୍ୱଳ ହେବା ଆଶା କରାଯାଉଛି।
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ସମ୍ବଲପୁର ଜିଲ୍ଲା କମିଟି ଉପଦେଷ୍ଟା ବହିଷ୍କୃତ
Next Articleସୋମାଲିଆ ଉପକୂଳରୁ ପଣ୍ୟବାହୀ ଜାହାଜ ଅପହୃତ, ଜାହାଜରେ ଅଛନ୍ତି ୧୫ ଭାରତୀୟ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
