ଓରମାସ ମେଳାରେ ‘ମୋ ସ୍କୁଲ୍ ଅଭିଯାନ’ ଷ୍ଟଲ୍ , ପ୍ରଦର୍ଶିତ ହେଲା କଫି ଟେବୁଲ୍ ବୁକ୍, ସୂଚନାପତ୍ର
ଭୁବନେଶ୍ୱର – ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ) ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଥାନୀୟ ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ ଶନିବାରଠାରୁ ଆରମ୍ଭ ହୋଇଥିବା ୧୦ ଦିନିଆ ‘ଶିଶିର ସରସ’ ମେଳାରେ ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ଏକ ସୁନ୍ଦର ଆଇଇସି (ସୂଚନା, ଶିକ୍ଷା ଓ ଯୋଗାଯୋଗ) ଷ୍ଟଲ୍ ଖୋଲାଯାଇଛି। ଏଥିରେ ‘ମୋ ସ୍କୁଲ୍ ଅଭିଯାନ’ର ଲକ୍ଷ୍ୟ ଓ ଆଭିମୁଖ୍ୟ ପ୍ରଦର୍ଶିତ ହୋଇଛି। ଏଥିସହ କଫି ଟେବୁଲ [...]
ଭୁବନେଶ୍ୱର – ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ) ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଥାନୀୟ ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ ଶନିବାରଠାରୁ ଆରମ୍ଭ ହୋଇଥିବା ୧୦ ଦିନିଆ ‘ଶିଶିର ସରସ’ ମେଳାରେ ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ଏକ ସୁନ୍ଦର ଆଇଇସି (ସୂଚନା, ଶିକ୍ଷା ଓ ଯୋଗାଯୋଗ) ଷ୍ଟଲ୍ ଖୋଲାଯାଇଛି। ଏଥିରେ ‘ମୋ ସ୍କୁଲ୍ ଅଭିଯାନ’ର ଲକ୍ଷ୍ୟ ଓ ଆଭିମୁଖ୍ୟ ପ୍ରଦର୍ଶିତ ହୋଇଛି। ଏଥିସହ କଫି ଟେବୁଲ ବୁକ୍, ‘ମୋ ସ୍କୁଲ୍’ ତରଫରୁ ପ୍ରକାଶ ପାଉଥିବା ତ୍ରୈମାସିକ ସୂଚନା ପତ୍ରିକା, ବ୍ରୋଚର, ଲିଫଲେଟ୍, ବ୍ୟାଜ୍ ଆଦି ଦ୍ୱାରା ଲୋକଙ୍କୁ ଏହାର ସଫଳତା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଉଛି। ଯେଉଁ ବିଦ୍ୟାଳୟଗୁଡ଼ିକ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଉଛନ୍ତି, ସେମାନଙ୍କ ସମ୍ପର୍କରେ ସୂଚନାପତ୍ରରେ ତଥ୍ୟ ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରାଯାଉଛି। ପ୍ରଥମ ଦିନରେ ଏହି ଷ୍ଟଲକୁ ପ୍ରାୟ ଦୁଇ ହଜାର ଦର୍ଶକ ବୁଲି ଦେଖିଥିବା ବେଳେ ଲିଫଲେଟ୍ ଜରିଆରେ ଏହାର ସଫଳତା ସମ୍ପର୍କରେ ସେମାନଙ୍କୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ‘ମୋ ସ୍କୁଲ୍ ଅଭିଯାନ’ ପୁରାତନ ଛାତ୍ରଛାତ୍ରୀ ଓ ସେମାନେ ପଢୁଥିବା ବିଦ୍ୟାଳୟ ମଧ୍ୟରେ ସମ୍ପର୍କର ସୁଦୃଢ଼ ସେତୁଟିଏ ନିର୍ମାଣ କରି ପାରିଥିବା ବେଳେ ସର୍ବାଧିକ ପୁରାତନ ଛାତ୍ରଙ୍କୁ ସେମାନଙ୍କ ବିଦ୍ୟାଳୟ ସହ ଯୋଡ଼ି ଏ କ୍ଷେତ୍ରରେ ଏକ ରେକର୍ଡ କରିପାରିଛି। ଏହି ଷ୍ଟଲ୍ ଜରିଆରେ ଚଳିତ ମାସ ଶେଷରେ ହେବାକୁ ଯାଉଥିବା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସୂଚନା ଦିଆଯାଉଛି।
ଜାନୁଆରୀ ୨୭ ତାରିଖରେ ସମଲେଇ ପ୍ରକଳ୍ପର ହେବ ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ନିମନ୍ତ୍ରଣ
Next Articleସମ୍ବଲପୁରରେ ହେବ କ୍ରୀଡାର ବିକାଶ: ବୁର୍ଲା ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
