ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଭାରତୀୟ ବାୟୁସେନାର କମାଲ, ପ୍ରଥମ ଥର ରାତିର ଘନ ଅନ୍ଧାରରେ ବିମାନର ସଫଳ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏସ୍) ଏକ ବିରଳ ତଥା ଚ୍ୟାଲେଞ୍ଜିଂ ସଫଳତା ହାସଲ କରିଛି | ବାୟୁସେନା ପ୍ରଥମ ଥର ପାଇଁ ରାତିର ଘନ ଅନ୍ଧାରରେ କାର୍ଗିଲ ବିମାନ ଘାଟିରେ ସି-୧୩୦ଜେ ହର୍କ୍ୟୁଲସ୍ ବିମାନର ସୁରକ୍ଷିତ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଛି | ବାୟୁସେନା ପାଇଁ ଏହା ଏକ ଐତିହାସିକ ସଫଳତା ଭାବେ ବିବେଚନା କରାଯାଉଛି। ଏହି ରାତ୍ରୀକାଳୀନ ଲ୍ୟାଣ୍ଡିଂର ଭିଡିଓ ଭାରତୀୟ ବାୟୁସେନା ଏହାର ‘ଏକ୍ସ’ ହ୍ୟାଣ୍ଡଲରେ ସେୟାର କରିଛି । ଏହା ପୂର୍ବରୁ ଗତ [...]

Admin•ଜାନୁଆରୀ 7, 2024
Share Article:

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏସ୍) ଏକ ବିରଳ ତଥା ଚ୍ୟାଲେଞ୍ଜିଂ ସଫଳତା ହାସଲ କରିଛି | ବାୟୁସେନା ପ୍ରଥମ ଥର ପାଇଁ ରାତିର ଘନ ଅନ୍ଧାରରେ କାର୍ଗିଲ ବିମାନ ଘାଟିରେ ସି-୧୩୦ଜେ ହର୍କ୍ୟୁଲସ୍ ବିମାନର ସୁରକ୍ଷିତ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଛି | ବାୟୁସେନା ପାଇଁ ଏହା ଏକ ଐତିହାସିକ ସଫଳତା ଭାବେ ବିବେଚନା କରାଯାଉଛି। ଏହି ରାତ୍ରୀକାଳୀନ ଲ୍ୟାଣ୍ଡିଂର ଭିଡିଓ ଭାରତୀୟ ବାୟୁସେନା ଏହାର ‘ଏକ୍ସ’ ହ୍ୟାଣ୍ଡଲରେ ସେୟାର କରିଛି ।

ଏହା ପୂର୍ବରୁ ଗତ ବର୍ଷ ନଭେମ୍ବରରେ ବାୟୁସେନା ଏହାର ଦୁଇଟି ସି-୧୩୦ଜେ-୩୦ ‘ସୁପର ହର୍କ୍ୟୁଲସ୍’ ସୈନ୍ୟ ପରିବହନ ବିମାନକୁ ଉତ୍ତରାଖଣ୍ଡର ଏକ ସ୍ବଳ୍ପ ବିକଶିତ ତଥା ଅବ୍ୟବହାର୍ଯ୍ୟ ବିମାନ ଘାଟରେ ଅବତରଣ କରିଥିଲା। ଖରାପ ପାଗରେ ନିକଟସ୍ଥ ନିର୍ମାଣାଧୀନ ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବାରେ ସହାୟତା କରିବା ପାଇଁ ଭାରି ଇଞ୍ଜିନିୟରିଂ ଉପକରଣ ଯୋଗାଇବା ପାଇଁ ଉକ୍ତ ମିଶନ ଚଳାଇଥିଲା ଆଇଏଏଫ୍ |

#Odia#Odisha#News
Share Article:

Related Articles