ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଓଡ଼ିଶା ଜଙ୍ଗଲରେ ବିରଳ ପ୍ରଜାତିର କଳାବାଘ ପରିବାର

ଭୁବନେଶ୍ୱର – ଓଡ଼ିଶା ଜଙ୍ଗଲରେ କଳା ବାଘ ପରିବାର ବୁଲୁଥିବା ଦେଖାଦେଇଛି। ୪ଟି ବିରଳ କଳା ବାଘ ଜଙ୍ଗଲରେ ଏକାଠି ବୁଲୁଥିବାର ଦୃଶ୍ୟ ବନ ବିଭାଗ କ୍ୟାମେରାରେ କଏଦ ହୋଇଛି । କଳା ବାଘଙ୍କ ପରିବାର ଓଡ଼ିଶା ଜଙ୍ଗଲରେ ବୁଲୁଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ଓଡ଼ିଶା ଜଙ୍ଗଲରେ ବିରଳ ମେଲାନିଷ୍ଟକ୍ ବାଘଙ୍କ ପରିବାରର ଭିଡିଓ ଅତ୍ୟନ୍ତ ରୋଚକ । ୪ଟି ବିରଳ କଳା ବାଘଙ୍କ ମଧ୍ୟରୁ ଗୋଟିଏ [...]

Admin•ଜାନୁଆରୀ 8, 2024
Share Article:

ଭୁବନେଶ୍ୱର – ଓଡ଼ିଶା ଜଙ୍ଗଲରେ କଳା ବାଘ ପରିବାର ବୁଲୁଥିବା ଦେଖାଦେଇଛି। ୪ଟି ବିରଳ କଳା ବାଘ ଜଙ୍ଗଲରେ ଏକାଠି ବୁଲୁଥିବାର ଦୃଶ୍ୟ ବନ ବିଭାଗ କ୍ୟାମେରାରେ କଏଦ ହୋଇଛି । କଳା ବାଘଙ୍କ ପରିବାର ଓଡ଼ିଶା ଜଙ୍ଗଲରେ ବୁଲୁଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ଓଡ଼ିଶା ଜଙ୍ଗଲରେ ବିରଳ ମେଲାନିଷ୍ଟକ୍ ବାଘଙ୍କ ପରିବାରର ଭିଡିଓ ଅତ୍ୟନ୍ତ ରୋଚକ । ୪ଟି ବିରଳ କଳା ବାଘଙ୍କ ମଧ୍ୟରୁ ଗୋଟିଏ ମା’ ଓ ତିନିଟି ଛୁଆ ବୋଲି ଅନୁମାନ କରାଯାଉଛି । ଏମାନେ କେଉଁ ଜଙ୍ଗଲରେ ଅଛନ୍ତି ସେ ନେଇ କିଛି ସ୍ପଷ୍ଟ କରାଯାଇନାହିଁ । ତେବେ ଏହା ଶିମିଳିପାଳ ଜଙ୍ଗଲର ବୋଲି ଅନୁମାନ କରାଯାଉଛି । ପୂର୍ବରୁ ଓଡ଼ିଶା ଜଙ୍ଗଲରେ କଳା କଲରାପତରିଆ ବାଘ ନଜରକୁ ଆସିଥିଲେ ।

#Odia#Odisha#News
Share Article:

Related Articles