ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଦକ୍ଷତା ବିକାଶ ଏବଂ ଉଚ୍ଚ ଶିକ୍ଷା ବିଭାଗର ନିଯୁକ୍ତି ପର୍ବ : ୫୧୨ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ୫୧୨ ନୂଆ ସହକାରୀ ପ୍ରଫେସର, ସହକାରୀ ଟ୍ରେନିଂ ଅଫିସର, କନିଷ୍ଠ ସହକାରୀ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚଶିକ୍ଷା ବିଭାଗରେ ୧୫୮ ଜଣ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ମିଳିଥିବା ବେଳେ ୧୯୪ ଜଣ ସହକାରୀ ତାଲିମ ଅଧିକାରୀ,୧୫୦ ଜଣ କନିଷ୍ଠ ସହାୟକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ନିଯୁକ୍ତି ଦିଆଯାଇଛି। ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ [...]

Admin•ଜାନୁଆରୀ 10, 2024
Share Article:

ଭୁବନେଶ୍ୱର – ୫୧୨ ନୂଆ ସହକାରୀ ପ୍ରଫେସର, ସହକାରୀ ଟ୍ରେନିଂ ଅଫିସର, କନିଷ୍ଠ ସହକାରୀ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚଶିକ୍ଷା ବିଭାଗରେ ୧୫୮ ଜଣ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ମିଳିଥିବା ବେଳେ ୧୯୪ ଜଣ ସହକାରୀ ତାଲିମ ଅଧିକାରୀ,୧୫୦ ଜଣ କନିଷ୍ଠ ସହାୟକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ନିଯୁକ୍ତି ଦିଆଯାଇଛି। ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରଫେସରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଏଭଳି ଏକ ବୃତ୍ତିକୁ ଆପଣାଇବା ସହ ଯୁବପିଢ଼ିଙ୍କୁ ଦକ୍ଷକରି ଗଢ଼ିତୋଳିବା ପାଇଁ ବ୍ରତୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଗତ କିଛି ବର୍ଷ ମଧ୍ୟରେ ଉଭୟ ସରକାରୀ ଏବଂ ଅଣ ସରକାରୀ ସହାୟକ ମହାବିଦ୍ୟାଳୟ ପାଇଁ ରେକର୍ଡ ସଂଖ୍ୟକ ୪ ହଜାର ୯୪୧ ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ସରକାରୀ ଭାବେ ଡିଗ୍ରୀ କଲେଜରେ ୫୫୬ ସହକାରୀ ପ୍ରଫେସରଙ୍କୁ ଏହି ସମୟ ମଧ୍ୟରେ ନିଯୁକ୍ତି ଦିଆଯାଇଛି। ସେହିପରି ଶିକ୍ଷକ ଶିକ୍ଷା ତାଲିମ ପ୍ରତିଷ୍ଠାନରେ ନିଯୁକ୍ତ ୩୩୨ ସହକାରୀ ପ୍ରଫେସର ଏବଂ ୩୦୮ ଜଣ ଅଣ ଶିକ୍ଷକ କର୍ମଚାରୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। ଏହା ବ୍ୟତୀତ ଗତ କିଛି ବର୍ଷ ମଧ୍ୟରେ ଅଣ-ସରକାରୀ ସହାୟକ କଲେଜଗୁଡ଼ିକରେ ୩୭୪୫ ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି ।

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାରେ ନବନିଯୁକ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉଚ୍ଚଶିକ୍ଷା ସହିତ ଆମର ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ କୌଶଳ କ୍ଷେତ୍ର ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଏହି ନିଯୁକ୍ତି ଦକ୍ଷତା ବିକାଶ ପାଇଁ ୫-ଟି ଢାଞ୍ଚାର ପ୍ରତିବଦ୍ଧତାକୁ ସୂଚିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କାର୍ଯ୍ୟକ୍ରମରେ ଉପସ୍ଥିତ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ରାଜ୍ୟରେ ୫-ଟି ପଦକ୍ଷେପକୁ ପ୍ରୟୋଗ କରି ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟ କରୁଛି। ଉଚ୍ଚଶିକ୍ଷାର ବିକାଶ ପାଇଁ ରାଜ୍ୟ ବଜେଟ୍‌ ୪୦୦୦ କୋଟିରେ ପହଞ୍ଚିଛି ଏବଂ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି ଯେ ‘ସ୍କିଲ୍ଡ -ଇନ୍‌-ଓଡିଶା’ ପଦକ୍ଷେପ ଦକ୍ଷତା ବିକାଶ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିଛି।

#Odia#Odisha#News
Share Article:

Related Articles