ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଗୁଳିକାଣ୍ଡରେ ସମିତି ସଭ୍ୟ ଗୁରୁତର

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା କେନ୍ଦୁବାଡି ପଞ୍ଚାୟତ ଅଧୀନ ଗରେଇଝୁଳି ଗାଁରେ ବୁଧବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି। ଏଥିରେ ଗୁରୁତର ହୋଇଛନ୍ତି କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ନରେନ୍ଦ୍ର କୁମାର ସ୍ୱାଇଁ। ଏଥିରେ ଆଉ ଜଣେ ତଥା ସମିତି ସଭ୍ଯଙ୍କ ସମ୍ପର୍କୀୟ ଭାଇ ବା ଯୋଗାଣ ସହାୟକ ରାଜେଶ୍ବର ସ୍ୱାଇଁ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ପୂର୍ବ ଶତ୍ରୁତାଜନିତ ଗଣ୍ଡଗୋଳର ସମାଧାନ ଉଦ୍ୟମ ବେଳେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଗୁରୁତର ନରେନ୍ଦ୍ରଙ୍କୁ [...]

Admin•ଜାନୁଆରୀ 11, 2024
Share Article:

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା କେନ୍ଦୁବାଡି ପଞ୍ଚାୟତ ଅଧୀନ ଗରେଇଝୁଳି ଗାଁରେ ବୁଧବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି। ଏଥିରେ ଗୁରୁତର ହୋଇଛନ୍ତି କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ନରେନ୍ଦ୍ର କୁମାର ସ୍ୱାଇଁ। ଏଥିରେ ଆଉ ଜଣେ ତଥା ସମିତି ସଭ୍ଯଙ୍କ ସମ୍ପର୍କୀୟ ଭାଇ ବା ଯୋଗାଣ ସହାୟକ ରାଜେଶ୍ବର ସ୍ୱାଇଁ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ପୂର୍ବ ଶତ୍ରୁତାଜନିତ ଗଣ୍ଡଗୋଳର ସମାଧାନ ଉଦ୍ୟମ ବେଳେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଗୁରୁତର ନରେନ୍ଦ୍ରଙ୍କୁ ପ୍ରଥମେ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

#Odia#Odisha#News
Share Article:

Related Articles