ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ତିନିରୁ ଅଧିକ ସନ୍ତାନ ଥିଲେ ସରକାରୀ ଯୋଜନାର ଲାଭ ପାଇବେ ନାହିଁ ମହିଳା, ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆସାମ ସରକାରଙ୍କ ନୂଆ ପଦକ୍ଷେପ

ଗୌହାଟୀ: ଆସାମ ସରକାର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ନିଆରା ଉପାୟ ଆପଣାଇଛନ୍ତି । କେବଳ ଛୋଟ ପରିବାରକୁ ସରକାରୀ ଯୋଜନାର ସୁବିଧା ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଏଥିପାଇଁ ମହିଳାମାନଙ୍କ ପାଇଁ ‘ମହିଳା ଉଦ୍ୟୋଗୀ ଅଛୋନି’ ନାମକ ଏକ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା ଅନୁଯାୟୀ ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀର ୩୯ ଲକ୍ଷ ମହିଳାଙ୍କୁ ତିନି ବର୍ଷ ମଧ୍ୟରେ ତିନିଟି ପର୍ଯ୍ୟାୟରେ ଆର୍ଥିକ [...]

Admin•ଜାନୁଆରୀ 12, 2024
Share Article:

ଗୌହାଟୀ: ଆସାମ ସରକାର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ନିଆରା ଉପାୟ ଆପଣାଇଛନ୍ତି । କେବଳ ଛୋଟ ପରିବାରକୁ ସରକାରୀ ଯୋଜନାର ସୁବିଧା ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଏଥିପାଇଁ ମହିଳାମାନଙ୍କ ପାଇଁ ‘ମହିଳା ଉଦ୍ୟୋଗୀ ଅଛୋନି’ ନାମକ ଏକ ଯୋଜନା ଘୋଷଣା କରିଛନ୍ତି ।

ଏହି ଯୋଜନା ଅନୁଯାୟୀ ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀର ୩୯ ଲକ୍ଷ ମହିଳାଙ୍କୁ ତିନି ବର୍ଷ ମଧ୍ୟରେ ତିନିଟି ପର୍ଯ୍ୟାୟରେ ଆର୍ଥିକ ସହାୟତା ଦିଆଯିବ । ଏହି ଯୋଜନାର ଲାଭ ଉଠାଇବା ପାଇଁ କିଛି ସର୍ତ୍ତ ରହିଛି। ଏଥିପାଇଁ ୧୪୫ ବ୍ୟବସାୟ ମଡେଲ ଚିହ୍ନଟ କରାଯାଇଥିବା ବେଳେ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ସନ୍ତାନ ସୀମା ଧାର୍ଯ୍ୟ କରାଯାଇଛି | ସର୍ତ୍ତ ଅନୁଯାୟୀ, ତିନିରୁ ଅଧିକ ସନ୍ତାନ ଥିଲେ ସାଧାରଣ ଏବଂ ଓବିସି ବର୍ଗର ମହିଳାମାନେ ଏହି ଯୋଜନାର ଲାଭ ପାଇପାରିବେ ନାହିଁ। ଏହାଛଡ଼ା ଅନୁସୂଚିତ ଜନଜାତି (ଏସଟି) ଏବଂ ଅନୁସୂଚିତ ଜାତି (ଏସସି) ମହିଳାମାନଙ୍କ ପାଇଁ ଏହି ସନ୍ତାନ ସୀମା ଚାରି ରହିଛି | ସରକାରୀ ଯୋଜନାର ଲାଭ ପାଇବା ପାଇଁ ଏହି ସର୍ତ୍ତ ରହିବ।

#Odia#Odisha#News
Share Article:

Related Articles