ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଗୋଦାମ ଗୃହ ନିର୍ମାଣ ନିମନ୍ତେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ

ଭୁବନେଶ୍ୱର – ରାଜ୍ୟରେ ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନାରେ ଗୋଦାମ ଗୃହ ନିର୍ମାଣ ନିମନ୍ତେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି । ସମବାୟ ନିବନ୍ଧକ ଉଦ୍ଧବ ଚରଣ ମାଝିଙ୍କ ଉପସ୍ଥିତିରେ ନିର୍ମାଣକାରୀ ସଂସ୍ଥା ତଥା ଜାତୀୟ ନିର୍ମାଣ ନିଗମ- ଏନବିସିସି , ସମ୍ପୃକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ – ସିସିବି ଏବଂ ପ୍ରାଥମିକ କୃଷି ସମବାୟ ସମିତି – ପିଏସିଏସ, ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ସହିତ ତ୍ରିପାକ୍ଷୀୟ [...]

Admin•ଜାନୁଆରୀ 12, 2024
Share Article:

ଭୁବନେଶ୍ୱର – ରାଜ୍ୟରେ ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନାରେ ଗୋଦାମ ଗୃହ ନିର୍ମାଣ ନିମନ୍ତେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି । ସମବାୟ ନିବନ୍ଧକ ଉଦ୍ଧବ ଚରଣ ମାଝିଙ୍କ ଉପସ୍ଥିତିରେ ନିର୍ମାଣକାରୀ ସଂସ୍ଥା ତଥା ଜାତୀୟ ନିର୍ମାଣ ନିଗମ- ଏନବିସିସି , ସମ୍ପୃକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ – ସିସିବି ଏବଂ ପ୍ରାଥମିକ କୃଷି ସମବାୟ ସମିତି – ପିଏସିଏସ, ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ସହିତ ତ୍ରିପାକ୍ଷୀୟ ରାଜିନାମା ସ୍ଵାକ୍ଷରିତ ହୋଇଛି ।

ପ୍ରକାଶ ଥାଉକି ରାଜ୍ୟରେ ଉତ୍ପାଦିତ ହେଉଥିବା ଖାଦ୍ୟଶସ୍ୟ ସଂରକ୍ଷଣ ନିମନ୍ତେ ୨୪,୯୩,୭୫୦ ମେଟ୍ରିକ ଟନ କ୍ଷମତାର ଗୋଦାମ ଗୃହର ଆବଶ୍ୟକ ଥିବାବେଳେ ୧୧,୯୨,୭୬୦ମେଟ୍ରିକ ଟନ କ୍ଷମତାର ଗୋଦାମ ଗୃହ ରହିଛି। ଏହି ଅଭାବକୁ ପୂରଣ କରିବା ପାଇଁ ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନାରେ ଗୋଦାମ ଗୃହ ନିର୍ମାଣ ଏକ ମାଧ୍ୟମ।

ଓଡିଶା ସରକାରଙ୍କ ସହଯୋଗରେ ଭାରତ ସରକାରଙ୍କ ପାଇଲଟ ପ୍ରୋଜେକ୍ଟ “ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନା” ଆରମ୍ଭ କରାଯାଇଛି। ଏହି ଯୋଜନାରେ ୫୦୦ ରୁ ୨୫୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଗୋଦାମ ଗୁଡିକ ଭାରତୀୟ ଖାଦ୍ୟ ନିଗମ ଦ୍ଵାରା ବ୍ୟବହାର କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଅଛି।
ରାଜ୍ୟରେ ଥିବା ୨୭୧୦ଗୋଟି ପ୍ରାଥମିକ କୃଷି ସମବାୟ ସମବାୟ ସମିତି ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ୭୭ଟି ପ୍ରାଥମିକ କୃଷି ସମବାୟ ସମିତି / ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତିକୁ ମନୋନୀତ କରାଯାଇଛି। ତନ୍ମଧ୍ୟରୁ, ୫୬ ଗୋଟି ପ୍ରାଥମିକ କୃଷି ସମବାୟ ସମବାୟ ସମିତି / ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି , ନିର୍ମାଣକାରୀ ସଂସ୍ଥା ତଥା ଜାତୀୟ ନିର୍ମାଣ ନିଗମ ଏବଂ ସମ୍ପୃକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସହିତ ତ୍ରିପାକ୍ଷୀୟ ରାଜିନାମା ସ୍ଵାକ୍ଷର କରିଛନ୍ତି। ଅବଶିଷ୍ଟ ସମିତିମାନେ ବହୁତ ଶୀଘ୍ର ରାଜିନାମା ସ୍ଵାକ୍ଷର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୁଝାମଣା ପତ୍ର ସ୍ବାକ୍ଷର ସମୟରେ ଏନ.ବି.ସି.ସିର ଆଞ୍ଚଳିକ ନିର୍ଦ୍ଦେଶକ ରାକେଶ କୁମାର ସିହ୍ନା , ଅତିରିକ୍ତ ସମବାୟ ନିବନ୍ଧକ ଡାଃ ସୁଶାନ୍ତ କୁମାର ପଣ୍ଡାଙ୍କ ସମେତ ସମ୍ପୃକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତିର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

#Odia#Odisha#News
Share Article:

Related Articles