ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସ୍କୁଲ ରୂପାନ୍ତରୀକରଣ : ଚତୁର୍ଥ ପର୍ଯ୍ୟାୟରେ ଆଜି ୩୨୭ଟି ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ୫-ଟି ସ୍କୁଲ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟରେ ଆଜି ୬ଟି ଜିଲ୍ଲାର ୩୨୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମାଲକାନଗିରିର ୩୫ଟି ଉଚ୍ଚ ବିଦ୍ୟାଳୟ, ବାଲେଶ୍ଵର ଜିଲ୍ଲାର ୭୬, ଗଜପତି ଜିଲ୍ଲାର ୨୮, ଢେଙ୍କାନାଳ ଜିଲ୍ଲାର ୬୩,କେନ୍ଦୁଝର ଜିଲ୍ଲାର ୪୫ ଓ କଟକ ଜିଲ୍ଲାର ୮୦ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ ଯେ, ସ୍କୁଲ୍ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟରେ ପ୍ରଥମେ ୫ଟି ଜିଲ୍ଲାର ୩୮୯ଟି ରୂପାନ୍ତରିତ [...]

Admin•ଜାନୁଆରୀ 13, 2024
Share Article:

ଭୁବନେଶ୍ୱର – ୫-ଟି ସ୍କୁଲ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟରେ ଆଜି ୬ଟି ଜିଲ୍ଲାର ୩୨୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମାଲକାନଗିରିର ୩୫ଟି ଉଚ୍ଚ ବିଦ୍ୟାଳୟ, ବାଲେଶ୍ଵର ଜିଲ୍ଲାର ୭୬, ଗଜପତି ଜିଲ୍ଲାର ୨୮, ଢେଙ୍କାନାଳ ଜିଲ୍ଲାର ୬୩,କେନ୍ଦୁଝର ଜିଲ୍ଲାର ୪୫ ଓ କଟକ ଜିଲ୍ଲାର ୮୦ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ ଯେ, ସ୍କୁଲ୍ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟରେ ପ୍ରଥମେ ୫ଟି ଜିଲ୍ଲାର ୩୮୯ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ।
ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ତିନିଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ ।

#Odia#Odisha#News
Share Article:

Related Articles