ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର – ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଓ ପ୍ଳାଣ୍ଟ ଲଭର୍ସ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେରେ ଏକାମ୍ର କାନନରେ ଆରମ୍ଭ ହୋଇଯାଇଛି ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ । ପ୍ରିନ୍ସିପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟ ତଥା ହେଡ ଅଫ ଫରେଷ୍ଟ ଫୋର୍ସ ଦେବଦତ୍ତ ବିଶ୍ଵାଳ ଏହି ବାର୍ଷିକ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କରି ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ପନ୍ତଙ୍କ ସହ ପ୍ରଦର୍ଶନୀରେ ଥ‌ିବା ବିଭିନ୍ନ ପୁଷ୍ପ ବଗିଚା, ପ୍ରଦର୍ଶନୀ [...]

Admin•ଜାନୁଆରୀ 13, 2024
Share Article:

ଭୁବନେଶ୍ୱର – ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଓ ପ୍ଳାଣ୍ଟ ଲଭର୍ସ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେରେ ଏକାମ୍ର କାନନରେ ଆରମ୍ଭ ହୋଇଯାଇଛି ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ । ପ୍ରିନ୍ସିପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟ ତଥା ହେଡ ଅଫ ଫରେଷ୍ଟ ଫୋର୍ସ ଦେବଦତ୍ତ ବିଶ୍ଵାଳ ଏହି ବାର୍ଷିକ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କରି ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ପନ୍ତଙ୍କ ସହ ପ୍ରଦର୍ଶନୀରେ ଥ‌ିବା ବିଭିନ୍ନ ପୁଷ୍ପ ବଗିଚା, ପ୍ରଦର୍ଶନୀ ଷ୍ଟଲ , ଉଦ୍ଭିଦ ବଜାର ଏବଂ ସେଲଫି ପଏଣ୍ଟ ଆଦି ବୁଲି ଦେଖିଥିଲେ । ଏହି ପ୍ରଦର୍ଶନୀରେ ବିଭିନ୍ନ କିସମ ଫୁଲର ସମାହାର ସହ ବିଭିନ୍ନ କିସମର ପତ୍ର ଗଛ ପ୍ରଦର୍ଶିତ ହୋଇଛି । ଏହା ସହିତ ଅତିଥିମାନେ ରିଜିଓନାଲ୍ ପ୍ଲାଣ୍ଟ ରିସୋର୍ସ ସେଣ୍ଟରର ରିସର୍ଚ୍ଚ ଆଣ୍ଡ୍ ଆକ୍ଟିଭିଟିସ ରିପୋର୍ଟ ୨୦୨୨ – ୨୩ ସହ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍‌ର ବାର୍ଷିକ ପତ୍ରିକା ‘ ସବୁଜିମା – ୨୦୨୪ ’ ଉନ୍ମୋଚନ କରିଥିଲେ । ପୂର୍ବତନ ପ୍ରିନ୍ସିପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପୁଷ୍ପାଝୁଲେ ମେକରେ ଚିତ୍ର ଓ ପୋଷ୍ଟର ଓ ଗାର୍ଡନ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ ।

ପୁଷ୍ପ ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ହେଲା ପ୍ଲାଣ୍ଟ ବଜାର । ଚଳିତ ବର୍ଷ ୩୬ଟି ସଂସ୍ଥା , ୧୯ ଟି ନର୍ସରୀ , ୪୪ ଟି ଷ୍ଟଲ ଏହି ପ୍ଳାଣ୍ଟ ବଜାରରେ ନର୍ସରୀ ଓ ବଗିଚା ଉପକରଣ ଇତ୍ୟାଦି ବିକିବା ସହ ବିଭିନ୍ନ ଗଛର ଚାରା , ମଞ୍ଜି , କଲମକରା ଡାଳ ଓ ଭର୍ଟିକାଲ ପ୍ଳାଣ୍ଟ ଆଦି ବିକ୍ରିବଟା କରିଛନ୍ତି । ଫୁଲଫଳର ବାରା ସହିତ ବିଭିନ୍ନ ରଙ୍ଗବେରଙ୍ଗର ସେରାମିକ ଫୁଲ କୁଣ୍ଡ , ଫୁଲଦାନି ଇତ୍ୟାଦି ପରିଦର୍ଶକଙ୍କର ଦୃଷ୍ଟି ଆକର୍ଷଣ କରୁଛି । ସର୍ବସାଧାରଣଙ୍କ ନିମନ୍ତେ ଦେୟମୁକ୍ତ ଦୁଇଦିନ ପାଇଁ ଏହି ପ୍ରଦର୍ଶନୀ ଖୋଲା ରହିଥିବାବେଳେ ଆଜି ପ୍ରଥମ ଦିନରେ ପ୍ରାୟ ୧୫ ହଜାର ଦର୍ଶକଙ୍କ ସମାଗମ ହୋଇଥିଲା । ଆସନ୍ତାକାଲି ରବିବାର ହୋଇଥିବାରୁ ଅଧିକ ଲୋକଙ୍କର ସମାଗମ ହେବ ବୋଲି ଆଶା କରାଯାଉଛି । ଏହି ଦୁଇଦିନିଆ ଉତ୍ସବରେ ଓଡ଼ିଶା ଖଣି ନିଗମ ଲିମିଟେଡ , ଓଡ଼ିଶା ଉଦ୍ୟାନ କୃଷି ନିର୍ଦେଶାଳୟ ଏବଂ ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ , ନାଲକୋ , ଏମ୍ଜିଏମ୍ ମିନେରାଲସ ( ପ୍ରା ) ଲିମିଟେଡ ଓ ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟ ସହ ବିଭିନ୍ନ ଘରୋଇ ଅନୁଷ୍ଠାନ ଆଦି ପୁଷ୍ପ ପ୍ରଦର୍ଶନୀ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଏହି ପ୍ରଦର୍ଶନୀର ଶେଷଦିନରେ ଅର୍ଥାତ ୧୪ ଜାନୁଆରୀରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ ।

#Odia#Odisha#News
Share Article:

Related Articles