ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଏନ୍ଏଚ ୫୫ ନେଇ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଘେରିଲେ ପାଣ୍ଡିଆନ

ସମ୍ବଲପୁର: ଆଜି କୁଚିଣ୍ଡା ଗସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଆସି କଟକ ସମ୍ବଲପୁର ଜାତୀୟ ରାଜପଥକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଦୀର୍ଘ ୧୦ ବର୍ଷ ହୋଇଗଲା କଟକ ସମ୍ବଲପୁର ଜାତୀୟ ରାଜପଥର ମରାମତି କାମ ହୋଇପାରିନାହିଁ। ଏହି ଅଂଚଳରେ କେନ୍ଦ୍ରମନ୍ତ୍ରୀ ବାରମ୍ବାର ଆସୁଛନ୍ତି, କିନ୍ତୁ ଏହାରି ଉପରେ କାହାର ନଜର ରହୁନାହି ବୋଲି ସମାଵେଶରେ କହିଛନ୍ତି। ସେପଟେ ବିଜୁ ଏକ୍ସ ପ୍ରେସ ୱେରେ କେନ୍ଦ୍ର ମନ୍ତ୍ରୀ ଯାଉଥିବାରୁ ଜାତୀୟ ରାଜପଥ ଉପରେ ତାଙ୍କର ଫୋକସ [...]

Admin•ଜାନୁଆରୀ 13, 2024
Share Article:

ସମ୍ବଲପୁର: ଆଜି କୁଚିଣ୍ଡା ଗସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଆସି କଟକ ସମ୍ବଲପୁର ଜାତୀୟ ରାଜପଥକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଦୀର୍ଘ ୧୦ ବର୍ଷ ହୋଇଗଲା କଟକ ସମ୍ବଲପୁର ଜାତୀୟ ରାଜପଥର ମରାମତି କାମ ହୋଇପାରିନାହିଁ। ଏହି ଅଂଚଳରେ କେନ୍ଦ୍ରମନ୍ତ୍ରୀ ବାରମ୍ବାର ଆସୁଛନ୍ତି, କିନ୍ତୁ ଏହାରି ଉପରେ କାହାର ନଜର ରହୁନାହି ବୋଲି ସମାଵେଶରେ କହିଛନ୍ତି। ସେପଟେ ବିଜୁ ଏକ୍ସ ପ୍ରେସ ୱେରେ କେନ୍ଦ୍ର ମନ୍ତ୍ରୀ ଯାଉଥିବାରୁ ଜାତୀୟ ରାଜପଥ ଉପରେ ତାଙ୍କର ଫୋକସ ରହୁନଥିବାରୁ ଆଜି ଏ ଅବସ୍ଥା ବୋଲି କେନ୍ଦ୍ର ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନ ମଣ୍ଡଳୀର କୁଚିଣ୍ଡା କଲେଜ ଖେଳ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ୫ଟି ଓ ନବୀନ ଓଡିଶା ଅଧକ୍ଷ ଭି କେ ପାଣ୍ଡିଆନ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଉଦବୋଧନ ଦେଇଥିଲେ l ଯେଉଁ ମାନଙ୍କର ରାସନ କାର୍ଡ ନଥିବ ସେମାନେ ମଧ୍ୟ ନବୀନ କାର୍ଡ ପାଇପାରିବେ l ସେହିପରି କୁଚିଣ୍ଡା ନିର୍ବାଚନ ମଣ୍ଡଳୀରୁ ୭୧୫ ଅଭିଯୋଗ ପତ୍ର ଦିଆଯାଇଥିଲା ସେଥି ମଧ୍ୟରୁ ୬୫୦ ଟି ଅଭିଯୋଗ ପତ୍ର ସମାଧାନ ହୋଇଥିବା ଲୋକଙ୍କୁ କହିଛନ୍ତି। ଖୁବଶୀଘ୍ର କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତ ମାନଙ୍କରେ ଲକ୍ଷ୍ମୀ ବସ ଗଡିବ l ଆଜି ମଧ୍ୟ ଅନେକ ଲୋକଙ୍କ ଅଭିଯୋଗ ପତ୍ର ୫ଟି ଅଧକ୍ଷ ଗ୍ରହଣ କରିଥିଲେ l
ସେ ଏହି ଅବସରରେ କହିଛନ୍ତି ଯେ ଏନ୍ଏଚ ୫୫ ର କାମ ଆରମ୍ଭ ହେବାର ବହୁ ବର୍ଷ ପରେ ବରଗଡ- ଆମ୍ବପାଣି ବିଜୁ ଏକ୍ସପ୍ରେସ ୱେ କାମ ଆରମ୍ଭ ହୋଇଥିଲା। ତଥାପି ବିଜୁ ଏକ୍ସପ୍ରେସ ୱେ କାମ କେବେଠୁ ସଂପୂର୍ଣ୍ଣ ହୋଇସାରିଛି। ହେଲେ ୧୦ ବର୍ଷ ପରେ ବି ଏନ୍ଏଚ କାମ ଅଧା ବାଟରେ ବୋଲି ସମାଲୋଚନା କରିଛନ୍ତି ପାଣ୍ଡିଆନ।

#Odia#Odisha#News
Share Article:

Related Articles