ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଘାଟିତ

ବରଗଡ଼ – ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ ହୋଇଛି । ଆରମ୍ଭ ହୋଇଛି କଂସ ରାଜୁତି। ବରଗଡ଼ ସହର ପାଲଟି ଯାଇଛି ମଥୁରା ନଗରୀ ଆଉ ଅମ୍ବାପାଲି ପାଲଟିଛି ଗୋପପୁର। ଜିରା ନଦୀ ପାଲଟିଛି ଯମୁନା। ୧୧ ଦିନ ଧରି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ପୌରାଣିକ କଥା ବସ୍ତୁକୁ ନେଇ ଧନୁଯାତ୍ରା ଅଭିନୀତ ହେବ । ପ୍ରଥମେ ଏକ ବିଶାଳ ଶୋଭାଯାତ୍ରା ଗାନ୍ଧିଛକ ଠାରୁ ବାହାରି ମାଆ ସମଲେଶ୍ବରୀ ମନ୍ଦିରରେ ପହଞ୍ଚିଥିଲା । ସେଠାରେ [...]

Admin•ଜାନୁଆରୀ 15, 2024
Share Article:

ବରଗଡ଼ – ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ ହୋଇଛି । ଆରମ୍ଭ ହୋଇଛି କଂସ ରାଜୁତି।

ବରଗଡ଼ ସହର ପାଲଟି ଯାଇଛି ମଥୁରା ନଗରୀ ଆଉ ଅମ୍ବାପାଲି ପାଲଟିଛି ଗୋପପୁର। ଜିରା ନଦୀ ପାଲଟିଛି ଯମୁନା। ୧୧ ଦିନ ଧରି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ପୌରାଣିକ କଥା ବସ୍ତୁକୁ ନେଇ ଧନୁଯାତ୍ରା ଅଭିନୀତ ହେବ ।

ପ୍ରଥମେ ଏକ ବିଶାଳ ଶୋଭାଯାତ୍ରା ଗାନ୍ଧିଛକ ଠାରୁ ବାହାରି ମାଆ ସମଲେଶ୍ବରୀ ମନ୍ଦିରରେ ପହଞ୍ଚିଥିଲା । ସେଠାରେ ପୂଜାର୍ଚ୍ଚନା ପରେ ହାଟପଦା ସ୍ଥିତ କଂସ ଦରବାରରେ ପହଞ୍ଚିଥିଲା ଶୋଭାଯାତ୍ରା । ଏଥିରେ ୧୯ଟି ସାଂସ୍କୃତିକ ଦଳ ଭାଗ ନେଇଥିଲେ ।

ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦାୟିତ୍ବରେ ବରଗଡ଼ ଆରକ୍ଷୀ ଅଧିକ୍ଷକ ସମେତ ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୧୨ ଜଣ ଇନ୍ସପେକଟର, ୧୦୫ ସବ୍ ଇନ୍ସପେକଟର ଓ ଏଏସଆଇ, ୧୨ ପ୍ଲାଟୁନ ଫୋର୍ସ ଓ ୫ରୁ୬ ପ୍ଲାଟୁନ ହୋମଗାର୍ଡ ରହିବେ ।

#Odia#Odisha#News
Share Article:

Related Articles