ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ‘ଶ୍ରୀମନ୍ଦିର ଖୁସି, ଓଡ଼ିଶା ଖୁସି’

ଭୁବନେଶ୍ବର – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ସାରାଦେଶରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତେ ଯେମିତି ଅନାଇ ରହିଛନ୍ତି ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ଏକ ରୂପାନ୍ତରଣ ଉତ୍ସବକୁ । ପରିକ୍ରମା ପ୍ରକଳ୍ପ ନେଇ ସୃଷ୍ଟି ହୋଇଥିବା ଅପୂର୍ବ ଉତ୍ସାହ ଓ ଉଦ୍ଦୀପନା ସାମାଜିକ ଗଣମାଧ୍ୟମରେ ପ୍ରତିଫଳିତ ହୋଇଛି। ‘ଏକ୍ସ’ ( ପୂର୍ବର ଟୁଇଟର)ରେ ଟ୍ରେଣ୍ଡ୍ କରୁଛି ‘ଶ୍ରୀମନ୍ଦିର ଖୁସି, ଓଡ଼ିଶା ଖୁସି’ । ସବୁଠି ପରିକ୍ରମା ପ୍ରକଳ୍ପ [...]

Admin•ଜାନୁଆରୀ 16, 2024
Share Article:
ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ‘ଶ୍ରୀମନ୍ଦିର ଖୁସି, ଓଡ଼ିଶା ଖୁସି’

ଭୁବନେଶ୍ବର – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ସାରାଦେଶରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତେ ଯେମିତି ଅନାଇ ରହିଛନ୍ତି ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ଏକ ରୂପାନ୍ତରଣ ଉତ୍ସବକୁ । ପରିକ୍ରମା ପ୍ରକଳ୍ପ ନେଇ ସୃଷ୍ଟି ହୋଇଥିବା ଅପୂର୍ବ ଉତ୍ସାହ ଓ ଉଦ୍ଦୀପନା ସାମାଜିକ ଗଣମାଧ୍ୟମରେ ପ୍ରତିଫଳିତ ହୋଇଛି। ‘ଏକ୍ସ’ ( ପୂର୍ବର ଟୁଇଟର)ରେ ଟ୍ରେଣ୍ଡ୍ କରୁଛି ‘ଶ୍ରୀମନ୍ଦିର ଖୁସି, ଓଡ଼ିଶା ଖୁସି’ । ସବୁଠି ପରିକ୍ରମା ପ୍ରକଳ୍ପ ନେଇ ଚର୍ଚ୍ଚା ଚାଲିଛି। ସମସ୍ତେ ପ୍ରକଳ୍ପର ପରିକଳ୍ପନାରୁ ବାସ୍ତବତା ଯାଏ ଯେଉଁମାନଙ୍କର ଭୂମିକା ରହିଛି ସେମାନଙ୍କୁ ପ୍ରଶଂସା କରୁଛନ୍ତି।

#Odia#Odisha#News
Share Article:

Related Articles