ଲୋକାର୍ପିତ ହେଲା ଗାନ୍ଧୀ ଭବନ ଲାଇବ୍ରେରୀ
ବଲାଙ୍ଗିର: ଲୋକାର୍ପିତ ହେଇଛି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଗାନ୍ଧୀ ଭବନ ଲାଇବ୍ରେରୀ । ଜିଲ୍ଲାପାଳ ଚଞ୍ଚଳ ରାଣା ଏହାର ଉଦଘାଟନ କରିବା ସହ ପିଲାମାନଙ୍କ ପାଇଁ ଏହା ଖୁବ ସହାୟକ ହେବ ବୋଲି କହିଛନ୍ତି । ଜିଲ୍ଲାପାଳ ଶ୍ରୀ ରାଣା ଏହା ଯତ୍ନ ନେବା ସହ ଏଠାରୁ ଅଧିକ ରୁ ଅଧିକ ପିଲା ସଫଳ ହୁଅନ୍ତୁ ବୋଲି କହିଥିଲେ । ୫୦ ବର୍ଷର ଏହି କୋଠା ରୂପାନ୍ତିକରଣ ପରେ ଖୁବସୁନ୍ଦର ହୋଇଛି । [...]
ବଲାଙ୍ଗିର: ଲୋକାର୍ପିତ ହେଇଛି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଗାନ୍ଧୀ ଭବନ ଲାଇବ୍ରେରୀ । ଜିଲ୍ଲାପାଳ ଚଞ୍ଚଳ ରାଣା ଏହାର ଉଦଘାଟନ କରିବା ସହ ପିଲାମାନଙ୍କ ପାଇଁ ଏହା ଖୁବ ସହାୟକ ହେବ ବୋଲି କହିଛନ୍ତି । ଜିଲ୍ଲାପାଳ ଶ୍ରୀ ରାଣା ଏହା ଯତ୍ନ ନେବା ସହ ଏଠାରୁ ଅଧିକ ରୁ ଅଧିକ ପିଲା ସଫଳ ହୁଅନ୍ତୁ ବୋଲି କହିଥିଲେ । ୫୦ ବର୍ଷର ଏହି କୋଠା ରୂପାନ୍ତିକରଣ ପରେ ଖୁବସୁନ୍ଦର ହୋଇଛି । ଏହାକୁ ଗତ ୩ ମାସ ହେଲା ରୂପାନ୍ତିକରଣ କରାଯାଉଥିଲା । ବଲାଙ୍ଗିର ବ୍ଲକ ପକ୍ଷରୁ ଏହାର କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ମହାନଦୀ କୋଲ ଫିଲଡ ଲିମିଟେଡ ସିଏସଆର ଫଣ୍ଡରୁ ଟଙ୍କା ଦେଇଥିଲା । ପାଠକ ଫୋରମର ସତ୍ୟ ପାଣିଗ୍ରାହୀ , ରଘୁନନ୍ଦନ ସିଂ, ବିଶିଷ୍ଟ ଗାନ୍ଧୀବାଦୀ ଜୟରାମ ମିଶ୍ର, ବିଡିଓ ଶରତ ସେଠୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ ସାହୁ , ଗାନ୍ଧୀଭବନ ର ଘାସିରାମ ଖାଲସାଇ ତଥା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ କୋହଲିଙ୍କୁ ନିମନ୍ତ୍ରଣ
Next Articleସମଲେଇ ପ୍ରକଳ୍ପ ଉଦଘାଟନ ନିମନ୍ତ୍ରଣ ପାଇଁ ବାହାରିଲେ ୫ ଦଳ, ଓଡିଶା ଓ ଛତିଶଗଡର ୧୩୭ ମନ୍ଦିରକୁ ନିଉତା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
