ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଲାଞ୍ଚ ମାମଲାରେ ମେଡିକାଲ ଅଫିସର ଦୋଷୀ, ୨ ବର୍ଷ ଜେଲ୍ ଓ ଜୋରିମାନା ଆଦେଶ ଦେଲେ ଭିଜିଲାନ୍ସ କୋର୍ଟ

ଭୁବନେଶ୍ୱର – ଏକ ଲାଞ୍ଚ ମାମଲାରେ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ତଥା ବର୍ତ୍ତମାନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର କରୁଣାକର ରାଉତଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ୧୦ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଜୋରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି ଆଦେଶ ଦେଇଛନ୍ତି କୋର୍ଟ । ୨୦୧୪ [...]

Admin•ଜାନୁଆରୀ 16, 2024
Share Article:

ଭୁବନେଶ୍ୱର – ଏକ ଲାଞ୍ଚ ମାମଲାରେ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ତଥା ବର୍ତ୍ତମାନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର କରୁଣାକର ରାଉତଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ୧୦ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଜୋରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି ଆଦେଶ ଦେଇଛନ୍ତି କୋର୍ଟ ।

୨୦୧୪ ମସିହାରେ ମଧୁବନ ସିଏଚସିରେ ଏମଡିଏ ଯାଞ୍ଚ ସମୟରେ ଜଣେ ଠିକା ସ୍ୱାସ୍ଥ୍ୟକର୍ମୀ ଅନୁପସ୍ଥିତ ଥିଲେ । ତାଙ୍କ ବିରୋଧରେ କୋଣସି କାର୍ଯ୍ୟାନୁଷ୍ଠାନ ନହେବା ନିମନ୍ତେ ସେତେବେଳେ ମେଡିକାଲ ଅଫିସର ଥିବା କରୁଣାକର ରାଉତ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ। ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିବା ସହ ଚାର୍ଜସିଟ ଦାଖଲ କରିଥିଲା। କଟକ ଭିଜିଲାନ୍ସ ଡିଭିଜନର ତତ୍କାଳୀନ ଡିଏସପି ଭରତ ଚନ୍ଦ୍ର ସେଠୀ ଏହି ମାମଲାର ତଦନ୍ତ କରିଥିଲେ। ଏହି ମାମଲାରେ କରୁଣାକର ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କୁ ଚାକିରୀରୁ ବହିଷ୍କାର ନିମନ୍ତେ ପାଇଁ ଭିଜିଲାନ୍ସ ପକ୍ଷରୁ ସରକାରଙ୍କୁ ଆବେଦନ କରାଯିବ ବୋଲି କୁହାଯାଇଛି।

#Odia#Odisha#News
Share Article:

Related Articles