ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ ମେସିନ ଗାଡ଼ି, ୪ ମୃତ, ଜଣେ ଗୁରୁତର

ବରଗଡ଼ – ବରଗଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାରିଜଣ ଶ୍ରମିକଙ୍କ ପ୍ରାଣ ଯାଇଛି । ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ମୃତାହତ ମଧ୍ୟପ୍ରଦେଶର ହୋଇଥିବା ଜଣାଯାଇଛି। ଗତକାଲି ରାତିରେ ବିର୍ଜାମ ଗାଁରେ ବୋରୱେଲ୍‌ ଖୋଳାଯାଉଥିଲା ବେଳେ ତେଲ ସରିଯିବାରୁ କିଛି ଶ୍ରମିକ ତେଲ ପାଇଁ ନିକଟସ୍ଥ ବଜାରକୁ ଯାଇଥିଲେ। ଅନ୍ୟ ୫ ଶ୍ରମିକ ଗାଡ଼ିପାଖରେ ଶୋଇଥିବା ବେଳେ ଡ୍ରାଇଭର ଗାଡ଼ି ଭିତରେ ଶୋଇଥିଲେ। ତେଲ ନେଇ ଅନ୍ୟ [...]

Admin•ଜାନୁଆରୀ 18, 2024
Share Article:

ବରଗଡ଼ – ବରଗଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାରିଜଣ ଶ୍ରମିକଙ୍କ ପ୍ରାଣ ଯାଇଛି ।

ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ମୃତାହତ ମଧ୍ୟପ୍ରଦେଶର ହୋଇଥିବା ଜଣାଯାଇଛି। ଗତକାଲି ରାତିରେ ବିର୍ଜାମ ଗାଁରେ ବୋରୱେଲ୍‌ ଖୋଳାଯାଉଥିଲା ବେଳେ ତେଲ ସରିଯିବାରୁ କିଛି ଶ୍ରମିକ ତେଲ ପାଇଁ ନିକଟସ୍ଥ ବଜାରକୁ ଯାଇଥିଲେ। ଅନ୍ୟ ୫ ଶ୍ରମିକ ଗାଡ଼ିପାଖରେ ଶୋଇଥିବା ବେଳେ ଡ୍ରାଇଭର ଗାଡ଼ି ଭିତରେ ଶୋଇଥିଲେ। ତେଲ ନେଇ ଅନ୍ୟ ଶ୍ରମିକମାନେ ଫେରିଲା ବେଳେ ୫ ଜଣ ଶ୍ରମିକଙ୍କ ଉପରେ ଗାଡ଼ି ଚଢ଼ିଯାଇଥିବା ଦେଖିଥିଲେ। ସେମାନେ ଡ୍ରାଇଭରକୁ ବି ଘଟଣାସ୍ଥଳରେ ଦେଖିବାକୁ ପାଇନଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନରେ ଭର୍ତ୍ତି କରିଥିଲା। ଡାକ୍ତର ୪ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

#Odia#Odisha#News
Share Article:

Related Articles