ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଇଭିଏମ ଓ ଭିଭିପାଟ ପ୍ରଦର୍ଶନ ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ

ସମ୍ବଲପୁର: ଆଗାମୀ ସାଧାରଣ ନିର୍ବାଚନରେ ଭୋଟର ନିର୍ଭୁଲ ମତଦାନ ସଚେତନତା ସକାଶେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମୁଖ୍ୟାଳୟ କାର୍ଯ୍ୟାଳୟ ପରିସରରେ ପ୍ରଦର୍ଶନ ଉଦଘାଟିତ ହୋଇଛି। ନିର୍ବାଚନକୁ ସୁରୁଖୁରେ ପରିଚାଳନା କରିବା ସହ ଭୋଟରମାନେ କିଭଳି ନିର୍ଦ୍ଵନ୍ଦ୍ବରେ ଭୋଟ ଦେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିର୍ବାଚନ ବିଭାଗ ତରଫରୁ ଏକ ଇଭିଏମ୍-ଭିଭିପାଟ ନମୁନା ପ୍ରଦର୍ଶନ କେନ୍ଦ୍ର ଆଜି ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି [...]

Admin•ଜାନୁଆରୀ 19, 2024
Share Article:

ସମ୍ବଲପୁର: ଆଗାମୀ ସାଧାରଣ ନିର୍ବାଚନରେ ଭୋଟର ନିର୍ଭୁଲ ମତଦାନ ସଚେତନତା ସକାଶେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମୁଖ୍ୟାଳୟ କାର୍ଯ୍ୟାଳୟ ପରିସରରେ ପ୍ରଦର୍ଶନ ଉଦଘାଟିତ ହୋଇଛି। ନିର୍ବାଚନକୁ ସୁରୁଖୁରେ ପରିଚାଳନା କରିବା ସହ ଭୋଟରମାନେ କିଭଳି ନିର୍ଦ୍ଵନ୍ଦ୍ବରେ ଭୋଟ ଦେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିର୍ବାଚନ ବିଭାଗ ତରଫରୁ ଏକ ଇଭିଏମ୍-ଭିଭିପାଟ ନମୁନା ପ୍ରଦର୍ଶନ କେନ୍ଦ୍ର ଆଜି ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।

ଏହି ନମୁନା ପ୍ରଦର୍ଶନ କେନ୍ଦ୍ରରେ ଅଧିକାରୀ, କର୍ମଚାରୀ, ଜନସାଧାରଣ, ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ଆଦି ଯୋଗଦେଇ ଇଭିଏମ ଏବଂ ଭିଭିପାଟ ବିଷୟରେ ଜାଣିବା ସହିତ ଏଥିରେ କିଭଳି ଭୋଟ ଦାନ ହେଉଛି ତାହା ପ୍ରଦର୍ଶନ ମାଧ୍ୟମରେ ବୁଝାଯାଇଥିଲା। ଏହି କେନ୍ଦ୍ରର ଚରମ ଉଦ୍ଦେଶ୍ୟ ହେଉଛି ମତଦାନ ସମୟରେ ଏହାର ପରିଚୟ ଏବଂ ସହଜରେ ବ୍ୟବହାର କରିବା ପାଇଁ ସମସ୍ତ ବର୍ଗର ଭୋଟରଙ୍କୁ ପ୍ରଶିକ୍ଷଣ ଇଭିଏମ୍ ପ୍ରଦର୍ଶନ କରିବା। ଏଥିପାଇଁ ଏକ ପ୍ରଦର୍ଶନୀ ଟିମ୍ ମଧ୍ୟ ମୁତୟନ କରାଯାଇଛି। ଏହି ଅବସରରେ ବୁଥ୍ ସ୍ତରୀୟ ଅଧିକାରୀ, ସାଧାରଣ ଜନତା, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ପୁଲିସ କର୍ମଚାରୀ, ପିଡବ୍ଲ୍ୟୁଡି ଭୋଟର ଆଦି ଉପସ୍ଥିତ ଥିଲେ।

ଏହା ୨୦୨୪ ଫେବୃଆରୀ ଶେଷ ମାସ ପର୍ଯ୍ୟନ୍ତ ଜାରି ରହିବ।

#Odia#Odisha#News
Share Article:

Related Articles