ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହାଇସ୍କୁଲ ପ୍ରଧାନ ଶିକ୍ଷକ

ଭବାନୀପାଟଣା – ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନଶିକ୍ଷକ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନ ଅଧମୁଣ୍ଡା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଗସ୍ତି ସାହୁ ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ଆଜି ପ୍ରଧାନ ଶିକ୍ଷକ ଅଗସ୍ତି ସାହୁ ସ୍କୁଲ ଅଫିସରେ ଠିକାଦାର ଯୁଧିଷ୍ଠିର ଭଗତଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ପ୍ରଧାନ ଶିକ୍ଷକଙ୍କଠାରୁ [...]

Admin•ଜାନୁଆରୀ 19, 2024
Share Article:

ଭବାନୀପାଟଣା – ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନଶିକ୍ଷକ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନ ଅଧମୁଣ୍ଡା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଗସ୍ତି ସାହୁ ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ଆଜି ପ୍ରଧାନ ଶିକ୍ଷକ ଅଗସ୍ତି ସାହୁ ସ୍କୁଲ ଅଫିସରେ ଠିକାଦାର ଯୁଧିଷ୍ଠିର ଭଗତଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ପ୍ରଧାନ ଶିକ୍ଷକଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏ ମାମଲାରେ ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ । ଅଗସ୍ତି ସାହୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଗୋଟିଏ ଜାଗାରେ ଚଢାଉ କରିଛି ଭିଜିଲାନ୍ସ।

#Odia#Odisha#News
Share Article:

Related Articles