ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଟ୍ରକ ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ

ଭଦ୍ରକ – ଭଦ୍ରକ ସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ତିନିଜଣଙ୍କର ପ୍ରାଣହାନି ହୋଇଛି। ବାଇକକୁ ଏକ ଟ୍ରକ ଧକ୍କା ଦେବାରୁ ତିନି ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ଭଦ୍ରକ ସହର ରାଣୀତାଲ ସ୍ଥିତ ଘରୋଇ ଇଞ୍ଜିନିୟରିଂ କଲେଜ ସାମ୍ନାରେ ଆଜି ଏହି ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଆହତ ଆଉ ଜଣେ ଆରୋହୀଙ୍କ ଜିଲ୍ଲା [...]

Admin•ଜାନୁଆରୀ 21, 2024
Share Article:

ଭଦ୍ରକ – ଭଦ୍ରକ ସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ତିନିଜଣଙ୍କର ପ୍ରାଣହାନି ହୋଇଛି। ବାଇକକୁ ଏକ ଟ୍ରକ ଧକ୍କା ଦେବାରୁ ତିନି ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ଭଦ୍ରକ ସହର ରାଣୀତାଲ ସ୍ଥିତ ଘରୋଇ ଇଞ୍ଜିନିୟରିଂ କଲେଜ ସାମ୍ନାରେ ଆଜି ଏହି ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଆହତ ଆଉ ଜଣେ ଆରୋହୀଙ୍କ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଜଣଙ୍କ ମୃତ୍ୟୁ ହୋଇଛି।

ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଟ୍ରକ୍ ସହ ଡ୍ରାଇଭର ଫେରାର ହୋଇଯାଇଛି।

#Odia#Odisha#News
Share Article:

Related Articles