ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟକା, ଲୋକସଭା ନିର୍ବାଚନ ଏକା ଲଢ଼ିବ ତୃଣମୂଳ କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟକା ଲାଗିଛି । ଆଗାମୀ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ସମସ୍ତ ଆସନରେ ଏକା ଲଢ଼ିବ‌ ବୋଲି ଦଳର ସୁପ୍ରିମୋ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି । ମମତା କହିଛନ୍ତି, ଟିଏମସି ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ଖାରଜ କରାଯାଇଛି । ତେଣୁ ତୃଣମୂଳ କଂଗ୍ରେସ ରାଜ୍ୟରେ କୌଣସି ଦଳ ସହ ମେଣ୍ଟ କରିବନି ବରଂ ଏକା ନିର୍ବାଚନ ଲଢ଼ିବ । ମମତା ବାନାର୍ଜୀ [...]

Admin•ଜାନୁଆରୀ 24, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟକା ଲାଗିଛି । ଆଗାମୀ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ସମସ୍ତ ଆସନରେ ଏକା ଲଢ଼ିବ‌ ବୋଲି ଦଳର ସୁପ୍ରିମୋ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି । ମମତା କହିଛନ୍ତି, ଟିଏମସି ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ଖାରଜ କରାଯାଇଛି । ତେଣୁ ତୃଣମୂଳ କଂଗ୍ରେସ ରାଜ୍ୟରେ କୌଣସି ଦଳ ସହ ମେଣ୍ଟ କରିବନି ବରଂ ଏକା ନିର୍ବାଚନ ଲଢ଼ିବ ।

ମମତା ବାନାର୍ଜୀ କହିଛନ୍ତି, “କଂଗ୍ରେସ ଦଳ ସହ ମୋର କୌଣସି ଆଲୋଚନା ହୋଇ ନାହିଁ। ମୁଁ ସବୁବେଳେ କହିଛି ଯେ ପଶ୍ଚିମବଙ୍ଗରେ ଆମେ ଏକା ନିର୍ବାଚନ ଲଢ଼ିବୁ । ଦେଶରେ କଣ କରାଯିବ ସେନେଇ ମୁଁ ଚିନ୍ତିତ ନୁହେଁ । କିନ୍ତୁ ଆମେ ଏକ ଧର୍ମନିରପେକ୍ଷ ଦଳ । ପଶ୍ଚିମବଙ୍ଗରେ ଆମେ ଏକାକୀ ବିଜେପିକୁ ପରାସ୍ତ କରିବୁ। ”

କଂଗ୍ରେସ ଉପରେ ନିରାଶା ପ୍ରକାଶ କରି ଟିଏମସି ସୁପ୍ରିମୋ କହିଛନ୍ତି, “ମୁଁ ‘ଇଣ୍ଡିଆ’ ମେଣ୍ଟର ଏକ ଅଂଶ ହୋଇଥିଲେ ମଧ୍ୟ ସେମାନେ ବେଙ୍ଗଲରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆୟୋଜନ ନେଇ ମୋତେ ସୌଜନ୍ୟମୂଳକ ଭାବେ‌ ମଧ୍ୟ ଜଣାଇ ନାହାଁନ୍ତି ।”

ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିନକ ପୂର୍ବରୁ କହିଥିଲେ ଯେ ‘ଇଣ୍ଡିଆ’ ମେଣ୍ଟର ସମସ୍ତ ଦଳ ଏକାଠି ଅଛନ୍ତି । ମେଣ୍ଟରେ କୌଣସି ପ୍ରକାରର ମତଭେଦ ନାହିଁ। ଭରତ ଯୋଡ଼ୋ ନ୍ୟାୟ ଯାତ୍ରା ମଧ୍ୟ ବେଙ୍ଗଲର କିଛି ଅଞ୍ଚଳ ଦେଇ ଯିବ । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଞ୍ଜନ ଚୌଧୁରୀ ଟିଏମସିକୁ ଲଗାତାର ଟାର୍ଗେଟ୍ କରିଆସୁଛନ୍ତି ।

#Odia#Odisha#News
Share Article:

Related Articles