ଆଇପିଏସ ସ୍ତରରେ ଅଦଳବଦଳ: ବଦଳିଲେ ପୋଲିସ କମିଶନର ଓ ୬ ଜିଲ୍ଲାର ଏସପି, ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁଇନ୍ଦା ନିର୍ଦ୍ଦେଶକ
ଭୁବନେଶ୍ୱର – ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ୬ ଜିଲ୍ଲାର ଏସପିଙ୍କ ସମେତ କମିଶନରେଟ ପୋଲିସ କମିଶନରଙ୍କ ବଦଳି ହୋଇଛି । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ କଟକ-ଭୁବନେଶ୍ବରର ନୂଆ ପୋଲିସ କମିଶନର ହୋଇଛନ୍ତି ସଞ୍ଜୀବ ପଣ୍ଡା। କଟକ ଡିସିପି ହୋଇଛନ୍ତି କନଓ୍ବର ବିଶାଲ ସିଂ। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ହିମାଂଶୁ ଲାଲ୍ ହୋଇଛନ୍ତି ନୂଆ ଉତ୍ତରାଞ୍ଚଳ ଆଇଜି। ସନ୍ତୋଷ ବାଲାଙ୍କୁ ଓପିଏଚଡବ୍ଲୁ ସି ସିଏମଡି [...]
ଭୁବନେଶ୍ୱର – ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ୬ ଜିଲ୍ଲାର ଏସପିଙ୍କ ସମେତ କମିଶନରେଟ ପୋଲିସ କମିଶନରଙ୍କ ବଦଳି ହୋଇଛି । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ କଟକ-ଭୁବନେଶ୍ବରର ନୂଆ ପୋଲିସ କମିଶନର ହୋଇଛନ୍ତି ସଞ୍ଜୀବ ପଣ୍ଡା। କଟକ ଡିସିପି ହୋଇଛନ୍ତି କନଓ୍ବର ବିଶାଲ ସିଂ। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ହିମାଂଶୁ ଲାଲ୍ ହୋଇଛନ୍ତି ନୂଆ ଉତ୍ତରାଞ୍ଚଳ ଆଇଜି। ସନ୍ତୋଷ ବାଲାଙ୍କୁ ଓପିଏଚଡବ୍ଲୁ ସି ସିଏମଡି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।
ଦୀପକ କୁମାରଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନିଯୁକ୍ତ କରାଯାଇଛି। ଏଥିସହ ସେ ଅନୁଗୁଳ ପିଟିସି ପ୍ରିନସିପାଲ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।
ସତ୍ୟବ୍ରତ ଭୋଇ ପୂର୍ବାଞ୍ଚଳ ଆଇଜି ଭାବେ ନିଯୁକ୍ତି ପାଇଛନ୍ତି। ଜେ. ଏନ୍ ପଙ୍କଜ ହୋଇଛନ୍ତି ନୂଆ ଦକ୍ଷିଣାଞ୍ଚଳ ଆଇଜି। ଇଓଡବ୍ଲୁ ଓ ଏସଟିଏଫ ଆଇଜି ଭାବେ ସେ ଅତିରିକ୍ତ ଦାୟିତ୍ବ ତୁଲାଇବେ।
ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ନିଯୁକ୍ତ କରାଯାଇଥିବା ବେଳେ ବି. ଯୁଗଳ କିଶୋର କୁମାର କେନ୍ଦ୍ରାପଡା଼ ଓ ଏମ୍. ସନ୍ଦୀପ ସମ୍ପଦ ଢେଙ୍କାନାଳ ଏସପି ହୋଇଛନ୍ତି।
ରାମପ୍ରସାଦ ସାହୁ ଦେବଗଡ଼, ହରିଶ ବି.ସି. ରାୟଗଡ଼ା ଓ ୟଶପ୍ରତାପ ଶ୍ରୀମଲ ସୋନପୁର ଏସପି ଭାବେ ନିଯୁକ୍ତ ହୋଇଛନ୍ତି। ବିବେକାନନ୍ଦ ଶର୍ମା ଏଆଇଜି, ପୋଲିସ ମୁଖ୍ୟାଳୟ ହୋଇଥିବାବେଳେ ଜ୍ଞାନରଞ୍ଜନ ମହାପାତ୍ର ସ୍ପେଶାଲ ବ୍ରାଞ୍ଚ ଏସପି ଓ ଅମରେଶ କୁମାର ପଣ୍ଡା ପୋଲିସ ମୁଖ୍ୟାଳୟ ଏଆଇଜି ନିଯୁକ୍ତ ହୋଇଛନ୍ତି।
CM Dedicates 286 Transformed Schools in 6 Dists
Next Articleସ୍କୁଲ ରୂପାନ୍ତରଣ : ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ୬ଟି ଜିଲ୍ଲାର ୨୮୬ଟି ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
