ପ୍ରଥମ ଟେଷ୍ଟ: ସ୍ପିନରଙ୍କ ପରେ ଚମକିଲେ ଯଶସ୍ବୀ, ପ୍ରଥମ ଦିନରେ ଭାରତର ପ୍ରାଧାନ୍ୟ
ହାଇଦ୍ରାବାଦ: ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନରଙ୍କ ଯାଦୁକରୀ ପ୍ରଦର୍ଶନ ଆଗରେ ଇଂଲଣ୍ଡର ‘ବାଜବଲ୍’ ରଣନୀତି ପ୍ରଭାବହୀନ ସାବ୍ୟସ୍ତ ହୋଇଛି । ଇଂଲଣ୍ଡକୁ ପ୍ରଥମ ଇନିଂସରେ ମାତ୍ର ୨୪୬ ରନରେ ସୀମିତ ରଖିଛନ୍ତି ଭାରତୀୟ ସ୍ପିନର। ଏହାର ଜବାବରେ ଯଶସ୍ବୀ ଜୈସୱାଲଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨୩ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୧୯ ରନ୍ କରିନେଇଛି । ଚମତ୍କାର ଫର୍ମରେ ଥିବା ଯୁବ ବ୍ୟାଟର ଜୈସୱାଲ ୭୦ଟି ବଲରେ [...]
ହାଇଦ୍ରାବାଦ: ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନରଙ୍କ ଯାଦୁକରୀ ପ୍ରଦର୍ଶନ ଆଗରେ ଇଂଲଣ୍ଡର ‘ବାଜବଲ୍’ ରଣନୀତି ପ୍ରଭାବହୀନ ସାବ୍ୟସ୍ତ ହୋଇଛି । ଇଂଲଣ୍ଡକୁ ପ୍ରଥମ ଇନିଂସରେ ମାତ୍ର ୨୪୬ ରନରେ ସୀମିତ ରଖିଛନ୍ତି ଭାରତୀୟ ସ୍ପିନର। ଏହାର ଜବାବରେ ଯଶସ୍ବୀ ଜୈସୱାଲଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨୩ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୧୯ ରନ୍ କରିନେଇଛି ।
ଚମତ୍କାର ଫର୍ମରେ ଥିବା ଯୁବ ବ୍ୟାଟର ଜୈସୱାଲ ୭୦ଟି ବଲରେ ୭୬ ରନ୍ କରି ଅପରାଜିତ ରହିଛନ୍ତି । ତାଙ୍କର ଏହି ଇନିଂସରେ ୯ ଚୌକା ଓ ତିନୋଟି ଛକା ସାମିଲ ରହିଛି । ତାଙ୍କ ସହିତ ଶୁଭମାନ ଗିଲ୍ ୧୪ ରନରେ ବ୍ୟାଟିଂ କରୁଛନ୍ତି।
ଅଧିନାୟକ ରୋହିତ ଶର୍ମାଙ୍କ ରୂପରେ ଭାରତ ଏକମାତ୍ର ୱିକେଟ୍ ହରାଇଛି । ରୋହିତ ସ୍ପିନର ଜ୍ୟାକ୍ ଲିଚଙ୍କ ବଲରେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେ ୩ଟି ଚୌକା ସହାୟତାରେ ୨୭ ବଲରେ ୨୪ ରନ୍ କରିଥିଲେ।
ପୂର୍ବରୁ ଷ୍ଟୋକ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଭାରତୀୟ ସ୍ପିନରଙ୍କ ସଫଳ ମୁକାବିଲା କରିପାରିନଥିଲେ । ଏକ ସହାୟକ ପିଚରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ଅକ୍ଷର ପଟେଲ ଓ ଜସପ୍ରୀତ ବୁମରା ୨-୨ ୱିକେଟ୍ ହାତେଇଥିଲେ।
ନିଜର ‘ବାଜବଲ୍’ ରଣନୀତି ଆଧାରରେ ଇଂଲଣ୍ଡ ନିକଟ ଅତୀତରେ ବେଶ୍ ସଫଳତା ହାସଲ କରିଛି । ଏହି ରଣନୀତି ଅନୁଯାୟୀ ପରିସ୍ଥିତି ଯାହା ହେଉନା କାହିଁକି ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥାଏ | ହେଲେ ଆଜି ଭାରତୀୟ ସ୍ପିନରଙ୍କ ଆଗରେ ଇଂଲଣ୍ଡର ‘ବାଜବଲ୍’ ରଣନୀତି କାମ ଦେଇନଥିଲା । ଇଂଲଣ୍ଡର ପ୍ରଥମ ଇନିଂସ୍ ୬୪.୩ ଓଭରରେ ଶେଷ ହୋଇଥିଲା । ସେଥିମଧ୍ୟରୁ ଅଧିନାୟକ ରୋହିତ ଶର୍ମା ତିନି ସ୍ପିନରଙ୍କ ଦ୍ୱାରା ୫୨ ଓଭର ବୋଲିଂ କରିଥିଲେ । ତାଙ୍କର ଏହି ରଣନୀତି ଫଳପ୍ରଦ ହୋଇଥିଲା ।
ଇଂଲଣ୍ଡ ତରଫରୁ ଅଧିନାୟକ ବେନ୍ ଷ୍ଟୋକ୍ସ ସର୍ବାଧିକ ୭୦ ରନ୍ କରିଥିବା ବେଳେ ଜନି ବେୟାରଷ୍ଟୋ ୩୭ ରନ୍ ଓ ବେନ୍ ଡକେଟ୍ ୩୫ ରନ୍ କରିଥିଲେ।
Polling Officials Can Cast Their Votes at Places of Duty in Odisha: CEO
Next Articleଚତୁର୍ଥ ଥର ପାଇଁ ଶ୍ରେଷ୍ଠ ଦିନିକିଆ ଖେଳାଳି ଭାବେ ଆଇସିସି ପୁରସ୍କାର ଜିତିଲେ କୋହଲି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
