ଗୋପାଳପୁର ଶୀଘ୍ର ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଉଜ୍ଜ୍ୱଳ ସ୍ଥାନ ଭାବେ ଲୋକପ୍ରିୟ ହେବ: ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର: ଦେଶର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ଭାବେ ଗୋପାଳପୁର ପ୍ରସିଦ୍ଧ ଳ। ଏହାର ସୁନ୍ଦର ଓ ଶାନ୍ତ ବେଳାଭୂମି ପର୍ଯ୍ୟଟକଙ୍କ ପସନ୍ଦ ଅଟେ। ମୋର ବି ଗୋପାଳପୁର ବେଳାଭୂମି ବହୁତ ପସନ୍ଦ। ଏକ ବନ୍ଦର ଓ ଶିଳ୍ପ ନଗରୀ ଭାବେ ଏହା ସୁନାମ ଅଛି। ଏବେ ସାରା ରାଜ୍ୟରେ ରୂପାନ୍ତରୀକରଣ ପର୍ବ ଚାଲିଛି। ଗଞ୍ଜାମ ମଧ୍ୟ ସେଥିରେ ସାମିଲ ହୋଇଛି। ମା’ ତାରାତାରିଣୀ ମନ୍ଦିରର ନୂଆ ଦୃଶ୍ୟ ଭକ୍ତଙ୍କୁ ଆକୃଷ୍ଟ କରିବା ସହ ଏକ ଦିବ୍ୟ [...]
ବ୍ରହ୍ମପୁର: ଦେଶର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ଭାବେ ଗୋପାଳପୁର ପ୍ରସିଦ୍ଧ ଳ। ଏହାର ସୁନ୍ଦର ଓ ଶାନ୍ତ ବେଳାଭୂମି ପର୍ଯ୍ୟଟକଙ୍କ ପସନ୍ଦ ଅଟେ। ମୋର ବି ଗୋପାଳପୁର ବେଳାଭୂମି ବହୁତ ପସନ୍ଦ। ଏକ ବନ୍ଦର ଓ ଶିଳ୍ପ ନଗରୀ ଭାବେ ଏହା ସୁନାମ ଅଛି। ଏବେ ସାରା ରାଜ୍ୟରେ ରୂପାନ୍ତରୀକରଣ ପର୍ବ ଚାଲିଛି। ଗଞ୍ଜାମ ମଧ୍ୟ ସେଥିରେ ସାମିଲ ହୋଇଛି। ମା’ ତାରାତାରିଣୀ ମନ୍ଦିରର ନୂଆ ଦୃଶ୍ୟ ଭକ୍ତଙ୍କୁ ଆକୃଷ୍ଟ କରିବା ସହ ଏକ ଦିବ୍ୟ ଅନୁଭବ ଆଣି ଦେଉଛି। ଗୋପାଳପୁର ଖୁବ ଶୀଘ୍ର ବିଶ୍ବର ପର୍ଯ୍ୟଟନ ମାନଚିତ୍ରରେ ଉଜ୍ଜ୍ୱଳ ସ୍ଥାନ ଭାବେ ଲୋକପ୍ରିୟ ହେବ ବୋଲି ମୁଁ ଆଶା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ସନ୍ଧ୍ୟାରେ ୪ ଦିନିଆ ବେଳାଭୂମି ମହୋତ୍ସବକୁ ଭର୍ଚୁଆଲରେ ଉଦଘାଟନ କରି ଏହା କହିଛନ୍ତି ସେ।

ଉଦଘାଟନୀ ସନ୍ଧ୍ୟାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମେୟର୍ ସଂଘମିତ୍ରା ଦଳେଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ମଞ୍ଚାସୀନ ଥିଲେ। ସେହିପରି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍, ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍, ବିଇଏମସି କମିଶନର୍ ଜେ.ସୋନାଲ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମଧ୍ୟ ଅତିଥି ଥିଲେ। ରଙ୍ଗାରଙ୍ଗ ଆତସବାଜି ସହ ଏହାର ଉଦଘାଟନ ହୋଇଥିଲା।
ପ୍ରଥମ ସନ୍ଧ୍ୟାରେ ସନମ୍ ଗ୍ରୁପ୍ ବ୍ୟାଣ୍ଡ ସହ ଆକର୍ଷଣୀୟ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥିସହ ଟାଙ୍ଗଣାପଲ୍ଲୀର ଯୋଡ଼ି ଶଙ୍ଖ, ସମୂହ ଗୀତ, ଓଡ଼ିଶୀ ନୃତ୍ୟ, ଆଧୁନିକ ଓ ଲୋକ ନୃତ୍ୟ, ଖୋର୍ଦ୍ଧା ପାଇକ ଆଖଡ଼ା, ଫ୍ୟାସନ୍ ସୋ’, ଦିଗପହଣ୍ଡି କଳାକାରଙ୍କ ବିହୂ, କୋରାପୁଟ କଳାକାରଙ୍କ ଢେମସା, ଭୁବନେଶ୍ବର କଳାକାରଙ୍କ ଗୋଟିପୁଅ ନାଚ ଦର୍ଶକଙ୍କ ମନ ମୋହିଥିଲା।
CM Launches ‘Transformed Odisha through Folk Arts’ Campaign
Next ArticleOdisha Has Created New History in All Areas of Development: CM
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
