ଆସନ୍ତାକାଲି ସମଲେଇ ପ୍ରକଳ୍ପ ଲୋକାର୍ପଣ: ହୋମଯଜ୍ଞ ପାଇଁ ଭବ୍ଯ କଳସ ଶୋଭାଯାତ୍ରା
ସମ୍ବଲପୁର: ସକାଳ ପାହିଲେ ମାଁ ସମଲେଶ୍ବରୀଙ୍କ ପୀଠର ଉନ୍ନୟନ ସଂପର୍କିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ସବୁ ପ୍ରତୀକ୍ଷାର ଅନ୍ତ ଘଟିବ। ଏହି ଅବସରରେ ଆସନ୍ତାକାଲି ଠାରୁ ୫ ଦିନ ଧରି ହେବାକୁ ଥିବା ହୋମଯଜ୍ଞ ପାଇଁ ଆଜି ଭବ୍ଯ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ୧୧ ଶହ ମହିଳା ଏଥିରେ ସାମିଲ ହୋଇ ମହାନଦୀ ଘାଟରୁ ପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଛନ୍ତି। ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ପାଇଁ ସବୁ ପ୍ରସ୍ତୁତି ଚୂଡାନ୍ତ [...]
ସମ୍ବଲପୁର: ସକାଳ ପାହିଲେ ମାଁ ସମଲେଶ୍ବରୀଙ୍କ ପୀଠର ଉନ୍ନୟନ ସଂପର୍କିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ସବୁ ପ୍ରତୀକ୍ଷାର ଅନ୍ତ ଘଟିବ। ଏହି ଅବସରରେ ଆସନ୍ତାକାଲି ଠାରୁ ୫ ଦିନ ଧରି ହେବାକୁ ଥିବା ହୋମଯଜ୍ଞ ପାଇଁ ଆଜି ଭବ୍ଯ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ୧୧ ଶହ ମହିଳା ଏଥିରେ ସାମିଲ ହୋଇ ମହାନଦୀ ଘାଟରୁ ପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଛନ୍ତି।
ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ପାଇଁ ସବୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ମାଁଙ୍କ ପୀଠର ଏହି ଦିବ୍ଯ ରୂପାନ୍ତରିତ ରୂପର ଲୋକାର୍ପଣ ହେବ। ଏଥିପାଇଁ ଆସନ୍ତାକାଲି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ଯାପି ହେବାକୁ ଥିବା ହୋମଯଜ୍ଞ ପାଇଁ ଆଜି ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ୧୧ ଶହ ମହିଳା ସାମିଲ ହୋଇ ମହାନଦୀର ଅଯୋଧ୍ୟା ଘାଟରୁ ପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଛନ୍ତି। ଏଥିରେ ଯୋଡିଶଂଖ ସମେତ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇଛନ୍ତି। ଶୋଭାଯାତ୍ରା ମନ୍ଦିର ପରିସରକୁ ଫେରିବା ପରେ ଯଜ୍ଞ ପାଇଁ ନିର୍ମିତ ୫ ଟି ମଣ୍ଡପରେ ଏହାକୁ ସ୍ଥାପନା କରାଯାଇଛି। ଆସନ୍ତାକାଲି ପୂର୍ବାହ୍ନ ସାଢେ ୧୦ଟାରୁ ହୋମଯଜ୍ଞ ଏବଂ ଚଣ୍ଡୀପାଠ ଆରମ୍ଭ ହେବ। ଆଉ ସାଢେ ୧୨ଟାରେ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ ସହିତ ଯଜ୍ଞରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ଯ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି।
ସେପଟେ ସମଗ୍ର ମନ୍ଦିର ପରିସରକୁ ଆକର୍ଷଣୀୟ ଆଲୋକମାଳା ଏବଂ ଫୁଲରେ ସଜ୍ଜିତ କରାଯାଇଛି। ଅନ୍ୟତମ ମୁଖ୍ଯ ଆକର୍ଷଣ ହେଲା ଯେ ଯଜ୍ଞ ମଣ୍ଡପ ଗୁଡିକ ସମ୍ବଲପୁରୀ ବାନ୍ଧକଳାରେ ତିଆରି ବସ୍ତ୍ରରେ ସଜେଇ ହୋଇଛି। ଏହାଛଡା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରତିଷ୍ଠିତ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। ଅନ୍ଯ ମୁଖ୍ଯ କଥା ହେଲା ଯେ, ପଶ୍ଚିମ ଓଡ଼ିଶାର ସବୁ ଅଞ୍ଚଳରୁ ମାଁଙ୍କ ପାଇଁ ସିନ୍ଦୁର ଏବଂ ଚୁନରୀ ମଧ୍ଯ ସଂଗ୍ରହ ଚାଲିଛି। ଆଉ ଏଥିରେ ସାମିଲ ହେବାକୁ ରାଜ୍ଯ ତଥା ରାଜ୍ଯ ବାହାରର ୧୦୮ରୁ ଅଧିକ ପୀଠର ପ୍ରତିନିଧି ସମ୍ବଲପୁର ଆସୁଥିବା ଜଣାପଡିଛି।
75th state level R-Day parade held in Bhubaneswar
Next Articleସାଧାରଣତନ୍ତ୍ର ଦିବସ ପରେଡରେ ଭାରତର ସାମରିକ କ୍ଷମତା ଓ ନାରୀ ଶକ୍ତିର ପ୍ରଦର୍ଶନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
