ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବୌଦ୍ଧ ପୋଲିସ ଆଗରେ ଦୁଇ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ – ହିଂସା ଓ ମାଓ ଆନ୍ଦୋଳନ ପ୍ରତି ମୋହ ଭଙ୍ଗ । ଅସ୍ତ୍ର ଛାଡି ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି ଦୁଇ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ। କେକେବିଏନ ମାଓ ଡିଭିଜନର ଦୁଇ ମହିଳା ମାଓବାଦୀ ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଛତିଶଗଡ଼ର ମନିଷା ଥାଟି ଓ ଚମ୍ପା କୋରାମ । ଉଭୟ ଗତ ୫ ବର୍ଷ ହେବ ମାଓ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ । ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜଙ୍କ ଉପସ୍ଥିତିରେ [...]

Admin•ଫେବୃଆରୀ 6, 2024
Share Article:

ବୌଦ୍ଧ – ହିଂସା ଓ ମାଓ ଆନ୍ଦୋଳନ ପ୍ରତି ମୋହ ଭଙ୍ଗ । ଅସ୍ତ୍ର ଛାଡି ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି ଦୁଇ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ। କେକେବିଏନ ମାଓ ଡିଭିଜନର ଦୁଇ ମହିଳା ମାଓବାଦୀ ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଛତିଶଗଡ଼ର ମନିଷା ଥାଟି ଓ ଚମ୍ପା କୋରାମ । ଉଭୟ ଗତ ୫ ବର୍ଷ ହେବ ମାଓ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ । ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜଙ୍କ ଉପସ୍ଥିତିରେ ଦୁଇ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୬ ମାସ ହେବ ବୌଦ୍ଧ-କନ୍ଧମାଳରେ କେକେବିଏନ ଡିଭିଜନ ସକ୍ରିୟ ରହିଛି ବୋଲି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି।
ନକ୍ସଲ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦିଆଯାଉଛି ବୋଲି ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀମାନେ ଅଭିଯୋଗ କରିଛନ୍ତି। ଉଭୟ କେକେବିଏନ ଡିଭିଜନ ମହାନଦୀ ଏରିଆ କମିଟି ସଦସ୍ୟ ଥିଲେ ।

#Odia#Odisha#News
Share Article:

Related Articles