ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବୌଦ୍ଧ ଆରଟିଓଙ୍କ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ

ଭୁବନେଶ୍ୱର – ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କ ଘରେ ଚଢ଼ାଉ କରି ତାଙ୍କର ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବସନ୍ତ ମହାପାତ୍ରଙ୍କ ଘର ସମେତ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ରାଜଧାନୀ ଭୁବନେଶ୍ବରରେ ବୌଦ୍ଧ ଆରଟିଓଙ୍କ ୨ଟି ଫ୍ଲାଟ ସହ ୨ଟି ସପିଂ ଆଉଟ୍‌ଲେଟ୍ ରହିଛି । ତାଙ୍କ ବ୍ୟାଙ୍କ ଜମାରେ ପ୍ରାୟ କୋଟିଏ ଟଙ୍କା ରହିଥିବା ଭିଜିଲାନ୍ସ ଟିମ୍ ଜାଣିବାକୁ ପାଇଛି [...]

Admin•ଫେବୃଆରୀ 15, 2024
Share Article:

ଭୁବନେଶ୍ୱର – ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କ ଘରେ ଚଢ଼ାଉ କରି ତାଙ୍କର ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବସନ୍ତ ମହାପାତ୍ରଙ୍କ ଘର ସମେତ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ରାଜଧାନୀ ଭୁବନେଶ୍ବରରେ ବୌଦ୍ଧ ଆରଟିଓଙ୍କ ୨ଟି ଫ୍ଲାଟ ସହ ୨ଟି ସପିଂ ଆଉଟ୍‌ଲେଟ୍ ରହିଛି । ତାଙ୍କ ବ୍ୟାଙ୍କ ଜମାରେ ପ୍ରାୟ କୋଟିଏ ଟଙ୍କା ରହିଥିବା ଭିଜିଲାନ୍ସ ଟିମ୍ ଜାଣିବାକୁ ପାଇଛି । ବସନ୍ତଙ୍କ ଘରୁ ନଗଦ ୧ ଲକ୍ଷ ୧୬ ହଜାର ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

#Odia#Odisha#News
Share Article:

Related Articles