ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଗାଡି ଦୁର୍ଘଟଣାଗ୍ରସ୍ତ ଯୋଗୁଁ ନବରଙ୍ଗପୁର ସାଂସଦ ସାମାନ୍ୟ ଆହତ

ନବରଙ୍ଗପୁର – ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ସାଂସଦ ଦିଲ୍ଲୀରୁ ସଂସଦ ଅଧିବେଶନ ସାରି ରାୟପୁର ରାସ୍ତା ଦେଇ ଫେରୁଥିବା ବେଳେ ଉମରକୋଟ ନିକଟସ୍ଥ ଦର୍ଗାଗୁଡ଼ା ଠାରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚକା ଫାଟିଯିବା ଯୋଗୁଁ ଗାଡ଼ି ଏକ ଖାତ ଭିତରକୁ ପଶି ଯାଇଥିଲା । ଗାଡ଼ିରେ ସାଂସଦଙ୍କ ସମେତ ଗାଡ଼ି ଡ୍ରାଇଭର ଓ ପିଏସଓ ଉପସ୍ଥିତ ଥିଲେ। ସମସ୍ତେ [...]

Admin•ଫେବୃଆରୀ 11, 2024
Share Article:

ନବରଙ୍ଗପୁର – ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ସାଂସଦ ଦିଲ୍ଲୀରୁ ସଂସଦ ଅଧିବେଶନ ସାରି ରାୟପୁର ରାସ୍ତା ଦେଇ ଫେରୁଥିବା ବେଳେ ଉମରକୋଟ ନିକଟସ୍ଥ ଦର୍ଗାଗୁଡ଼ା ଠାରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚକା ଫାଟିଯିବା ଯୋଗୁଁ ଗାଡ଼ି ଏକ ଖାତ ଭିତରକୁ ପଶି ଯାଇଥିଲା । ଗାଡ଼ିରେ ସାଂସଦଙ୍କ ସମେତ ଗାଡ଼ି ଡ୍ରାଇଭର ଓ ପିଏସଓ ଉପସ୍ଥିତ ଥିଲେ। ସମସ୍ତେ ସାମାନ୍ୟ ଆହତ ହୋଇ ସୁରକ୍ଷିତ ଥିବା ବେଳେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଯାଇଛନ୍ତି।

#Odia#Odisha#News
Share Article:

Related Articles