ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା: ୧୯ରେ ଆଜମୀର -ପୁଷ୍କର ତୀର୍ଥ ଯାତ୍ରାରେ ଯିବେ ୯୭୦ ଜଣ
ସମ୍ବଲପୁର: ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ନିମନ୍ତେ ଚଳିତ ଫେବୃଆରୀ ୧୯ ତାରିଖ ରୁ ୨୪ ଫେବୃଆରୀ ମଧ୍ୟରେ ସମ୍ବଲପୁର, ବରଗଡ, ଦେଓଗଡ, ଝାରସୁଗୁଡା, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ ଅନୁଗୁଳ ଜିଲ୍ଲାରୁ ଚୟନ ହେଇଥିବା ୯୭୦ ଜଣ ବରିଷ୍ଠ ନାଗରିକ ଯାତ୍ରା କରିବେ। ପୂର୍ବ ନିର୍ଦ୍ଧାରିତ ଅନୁସାରେ ସାଥିରେ ୩୦ ଜଣ ଏସ୍କଟ ଅଫିସର ଙ୍କୁ ସହିତ ମୋଟ ୧୦୦୦ ଜଣ ଯାତ୍ରୀଙ୍କୁ ନେଇ ଆଜମୀର [...]
ସମ୍ବଲପୁର: ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ନିମନ୍ତେ ଚଳିତ ଫେବୃଆରୀ ୧୯ ତାରିଖ ରୁ ୨୪ ଫେବୃଆରୀ ମଧ୍ୟରେ ସମ୍ବଲପୁର, ବରଗଡ, ଦେଓଗଡ, ଝାରସୁଗୁଡା, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ ଅନୁଗୁଳ ଜିଲ୍ଲାରୁ ଚୟନ ହେଇଥିବା ୯୭୦ ଜଣ ବରିଷ୍ଠ ନାଗରିକ ଯାତ୍ରା କରିବେ। ପୂର୍ବ ନିର୍ଦ୍ଧାରିତ ଅନୁସାରେ ସାଥିରେ ୩୦ ଜଣ ଏସ୍କଟ ଅଫିସର ଙ୍କୁ ସହିତ ମୋଟ ୧୦୦୦ ଜଣ ଯାତ୍ରୀଙ୍କୁ ନେଇ ଆଜମୀର -ପୁଷ୍କରକୁ ଏକ ସ୍ଵତନ୍ତ୍ର ଟ୍ରେନ ଯାତ୍ରା କରିବ। ଏହି ଯାତ୍ରାକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଆଜି ଅପରାହ୍ନ ରେ ସ୍ଥାନୀୟ ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଆଇ. ଆଇ. ଏ. ଏସ(ପ୍ରବେଶନାରୀ ) ସ୍ନେହା ଅରୁଗୁଲା, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ଗଡ଼ନାୟକ, ସଦର ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା, ଓଏସଡି ପର୍ଯ୍ୟଟନ ବିଭାଗ ହେମନ୍ତ କୁମାର ପ୍ରଧାନ,ଆଞ୍ଚଳିକ ପରିଵହନ ଅଧିକାରୀ ରାମଦାସ ଟୁଡୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଝୁନୁ ସ୍ୱାଇଁ, ସମ୍ବଲପୁର ମହାନଗର ନିଗମର ଡେପୁଟି କମିସନର ସୀମା ସବିତା କୁଲୁ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ନୀଳାମ୍ବର ମହାନନ୍ଦ, ଏଡିପିଏଚଓ ଡକ୍ଟର ପି. ସି ବିଶ୍ୱାଳ, ନିଜାରତ ଅଫିସର ସୂର୍ଯ୍ୟକାନ୍ତ ବରାଳ,ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଓଟିଡିସି ମ୍ୟାନେଜର ସନ୍ତୋଷ ସାମନ୍ତରାୟ, ଆସିଷ୍ଟାଣ୍ଟ ଫାୟାର ଅଫିସର ଜିତେନ୍ଦ୍ର କୁମାର ବିଶ୍ୱାଳ, ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ମନୋନୀତ ବରିଷ୍ଠ ନାଗରିକ ମାନେ ସ୍ୱତନ୍ତ୍ର ବସ ଯୋଗେ ନିଜ ନିଜ ଜିଲ୍ଲାରୁ ସମ୍ବଲପୁର ଆସିବେ ଓ ସେଠାରୁ ସ୍ଵତନ୍ତ୍ର ଟ୍ରେନ ଯୋଗେ ଯାତ୍ରା କରିବେ। ଏଥିପାଇଁ ବସ ବ୍ୟବସ୍ଥା, ସମ୍ବଲପୁର ରେ ସେମାନଙ୍କ ପାଇଁ ଅସ୍ଥାୟୀ ରହଣି, ଖାଦ୍ୟପେୟ ବ୍ୟବସ୍ଥା, ପହଂଚିବା ପରେ ପଞ୍ଜିକରଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା ପାଇଁ ପୋଲିସ ମୁତୟନ ବ୍ୟବସ୍ଥା, ଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ସମେତ ସମେତ ଯାତ୍ରା ସମୟରୁ ଆରମ୍ଭ କରି ଯାତ୍ରରୁ ଫେରି ଘରେ ପହଂଚିବା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସୁବିଧା କରାଯିବା ପ୍ରତି ଦୁଷ୍ଟି ଦେବାକୁ ଜିଲ୍ଲାପାଳ ଅଧିକାରୀଙ୍କ ସହିତ ବିଶଦ ଭାବେ ଆଲୋଚନା କରିଥିଲେ। ସୂଚନା ଯେ ଏହି ଯାତ୍ରା ପାଇଁ ସମ୍ବଲପୁର ଜିଲ୍ଲାରୁ ୧୧୨ଜଣ, ବରଗଡ଼ ରୁ ୧୫୯, ଦେବଗଡ଼ ରୁ ୩୩, ଝାରସୁଗୁଡା ରୁ ୬୨, ସୁନ୍ଦରଗଡ଼ରୁ ୨୨୫ ବଲାଙ୍ଗୀର ରୁ ୧୭୭ ସୁବର୍ଣ୍ଣପୁର ରୁ ୬୫ ଏବଂ ଅନୁଗୁଳ ରୁ ୧୩୭ ଜଣ ବରିଷ୍ଠ ନାଗରିକ ଯାତ୍ରା କରିବେ। ଅନ୍ୟ ଜିଲ୍ଲା ଏବଂ ସମ୍ବଲପୁର ରୁ ଆସୁଥିବା ସମସ୍ତ ବିରିଷ୍ଠ ନାଗରିକ ନିମନ୍ତେ ସମ୍ବଲପୁର ଦରବାର , ପାନ୍ଥନିବାସ, ପର୍ଶୁରାମ ଭଵନ ଏବଂ ଆୟେଷା ମହଲ ଠାରେ ଅସ୍ଥାୟୀ ରହଣି ର ବ୍ୟବସ୍ଥା କରାଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନଟି ୧୯ ତାରିଖ ପୂର୍ବାହ୍ନରେ ସମ୍ବଲପୁର ରେଳ ଷ୍ଟେସରୁ ଯାତ୍ରା ଆରମ୍ଭ କରିବ।
ମମତା ଯୋଜନା ସହାୟତା ରାଶିକୁ ଦୁଇଗୁଣ କଲେ ନବୀନ : ଏଣିକି ମିଳିବ ୧୦ହଜାର
Next ArticleCM to Visit Ganjam Dist Tomorrow, to Inaugurate & Lay Foundation of Various Development Projects
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
