ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଫିରିଙ୍ଗିଆରେ ଗଛକୁ ଧକ୍କା ଦେଲା ବାଇକ୍: ବାପା ମୃତ, ପୁଅ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ବାଲନ୍ଦାପଡା ନିକଟରେ ମଙ୍ଗଳବାର ରାତି ପ୍ରାୟ ଦଶଟାରେ ଏକ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋଛାପଡା ଥାନା ଅର୍ନ୍ତଗତ କୁଇରୀମାଣ୍ଡୁ ପଞ୍ଚାୟତ ଗଟଗାଁର ବୁଜ ଦିଗାଲ। ଦୁର୍ଘଟଣାରେ ତାଙ୍କ ପୁଅ ଦାଉଦ ଦିଗାଲ ଗୁରୁତର ହୋଇଛନ୍ତି। ବାପା ପୁଅ ଗୋଟିଏ ବାଇକରେ ସାଡିଙ୍ଗିଆ ଗାଁର ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ।‌ ତେବେ ବାଲନ୍ଦାପଡା ଠାରୁ ଗଟଗାଁ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକା ଗଛରେ ଗାଡ଼ିଟି ଭାରସାମ୍ୟ [...]

Admin•ଫେବୃଆରୀ 14, 2024
Share Article:

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ବାଲନ୍ଦାପଡା ନିକଟରେ ମଙ୍ଗଳବାର ରାତି ପ୍ରାୟ ଦଶଟାରେ ଏକ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋଛାପଡା ଥାନା ଅର୍ନ୍ତଗତ କୁଇରୀମାଣ୍ଡୁ ପଞ୍ଚାୟତ ଗଟଗାଁର ବୁଜ ଦିଗାଲ। ଦୁର୍ଘଟଣାରେ ତାଙ୍କ ପୁଅ ଦାଉଦ ଦିଗାଲ ଗୁରୁତର ହୋଇଛନ୍ତି। ବାପା ପୁଅ ଗୋଟିଏ ବାଇକରେ ସାଡିଙ୍ଗିଆ ଗାଁର ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ।‌ ତେବେ ବାଲନ୍ଦାପଡା ଠାରୁ ଗଟଗାଁ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକା ଗଛରେ ଗାଡ଼ିଟି ଭାରସାମ୍ୟ ହରାଇ ପିଟି ହୋଇଥିଲା I ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇଥିଲେ। ଖବର ପାଇ ତାଙ୍କ ପରିବାର ଲୋକେ ଘଟଣାସ୍ଥଳରୁ ଦୁହିଁଙ୍କୁ ଉଦ୍ଧାର କରି ବାଲନ୍ଦାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ବୁଦ୍ଧଙ୍କୁ ମୃତ ଘୋଷଣା କରିଥିଲେ।

#Odia#Odisha#News
Share Article:

Related Articles