ଆଜିଠୁ +୨ ପରୀକ୍ଷା: ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାର ୨୦୫ କେନ୍ଦ୍ରରେ ୭୯,୫୫୮ ପରୀକ୍ଷାର୍ଥୀ
ବ୍ରହ୍ମପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ (ବ୍ରହ୍ମପୁର) ଅଧୀନସ୍ଥ ଆଠଟି ଜିଲ୍ଲାର ୪୫ଟି ପରୀକ୍ଷା ପରିଚାଳନା ହବ୍ ଓ ୨୦୫ଟି ପରୀକ୍ଷା କେନ୍ଦ୍ରରେ ସର୍ବମୋଟ ୭୯ ହଜାର ୫୫୮ ଜଣ ପରୀକ୍ଷା ଦେବେ। ସମସ୍ତ ପରୀକ୍ଷା ପରିଚାଳନା ହବରେ ଏ ମଧ୍ୟରେ ପ୍ରଶ୍ନପତ୍ର କଡ଼ା [...]
ବ୍ରହ୍ମପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ (ବ୍ରହ୍ମପୁର) ଅଧୀନସ୍ଥ ଆଠଟି ଜିଲ୍ଲାର ୪୫ଟି ପରୀକ୍ଷା ପରିଚାଳନା ହବ୍ ଓ ୨୦୫ଟି ପରୀକ୍ଷା କେନ୍ଦ୍ରରେ ସର୍ବମୋଟ ୭୯ ହଜାର ୫୫୮ ଜଣ ପରୀକ୍ଷା ଦେବେ। ସମସ୍ତ ପରୀକ୍ଷା ପରିଚାଳନା ହବରେ ଏ ମଧ୍ୟରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷା, ୨୪ ଘଣ୍ଟିଆ ସିସି କ୍ୟାମେରା ଓ ସଶସ୍ତ୍ର ପୋଲିସ୍ ବାହିନୀ ମୁତୟନ ସହ ଗଚ୍ଛିତ ରଖାଯାଇଛି। ପରୀକ୍ଷାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ, ସ୍ୱଚ୍ଛ ଓ କପିମୁକ୍ତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ପରୀକ୍ଷା ପରିଚାଳନା ହବ୍ ଆନୁକୁଲ୍ୟରେ ପର୍ଯ୍ୟବେକ୍ଷକସ୍ତରୀୟ ସ୍କ୍ୱାଡ୍, ବ୍ରହ୍ମପୁର ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଜୋନାଲସ୍ତରୀୟ ସ୍କ୍ୱାଡ୍ ଓ ଭୁବନେଶ୍ୱର ମୁଖ୍ୟାଳୟ ପକ୍ଷରୁ କେନ୍ଦ୍ରୀୟ ସ୍କ୍ୱାଡ୍ ପରୀକ୍ଷା କେନ୍ଦ୍ରରେ ତଦାରଖ କରିବେ। ପ୍ରଶ୍ନପତ୍ର ଖୋଲିବା ଓ ଉତ୍ତରପତ୍ର ପ୍ୟାକେଟ୍ ସିଲ୍ ହେବା ସମୟରେ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ ଉପସ୍ଥିତ ରହି ପରୀକ୍ଷା ବ୍ୟବସ୍ଥା ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ ଡ. କୁଳମଣି ଓଝା।
ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ୭୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩୩ ହଜାର ୪୧୬ ଜଣ ଛାତ୍ରଛାତ୍ରୀ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେବେ। କଳା ସ୍ରୋତରେ ୧୭ ହଜାର ୫୩୧ ଜଣ ରେଗୁଲାର ପରୀକ୍ଷାର୍ଥୀ ଓ ୮୨୬ ଜଣ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ବିଜ୍ଞାନ ସ୍ରୋତରେ ୧୧ ହଜାର ୩୭୮ ଜଣ ରେଗୁଲାର୍ ଓ ୧୦୩୬ ଜଣ ଏକ୍ସରେଗୁଲାର୍ ବିଦ୍ୟାର୍ଥୀ ପରୀକ୍ଷା ଦେବେ। ବାଣିଜ୍ୟ ସ୍ରୋତରେ ୨୧୨୬ ଜଣ ରେଗୁଲାର୍ ଓ ୧୩୭ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ସେହିପରି ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ୨୫୯ ଜଣ ରେଗୁଲାର୍ ଓ ୩୨ ଜଣ ଏକ୍ସରେଗୁଲାର୍ ବିଦ୍ୟାର୍ଥୀ ଫର୍ମ ପୂରଣ କରିଛନ୍ତି। ଜିଲ୍ଲାରେ ୧୬ଟି ପରୀକ୍ଷା ପରିଚାଳନା ହବ୍ କରାଯାଇଛି।
ଗଜପତି ଜିଲ୍ଲାରେ ୪ଟି ପରୀକ୍ଷା ପରିଚାଳନା ହବ୍ ଓ ୧୬ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୦୬୧ ଜଣ ପରୀକ୍ଷା ଦେବେ। +୨ କଳା ସ୍ରୋତରେ ୩୧୨୪ ଜଣ ରେଗୁଲାର୍ ଓ ୨୮୭ ଜଣ ଏକ୍ସ-ରେଗୁଲାର୍ ପରୀକ୍ଷା ଦେବେ। ବିଜ୍ଞାନ ସ୍ରୋତରେ ୧୧୯୬ ଜଣ ରେଗୁଲାର୍ ଓ ୨୩୩ ଛାତ୍ରଛାତ୍ରୀ ଏକ୍ସ-ରେଗୁଲାର୍ ପରୀକ୍ଷା ଦେବେ। ବାଣିଜ୍ୟ ସ୍ରୋତରେ ୮୩ ଓ ୨ ଜଣ ଛାତ୍ରଛାତ୍ରୀ ଯଥାକ୍ରମେ ରେଗୁଲାର୍ ଓ ଏକ୍ସରେଗୁଲାର୍ ପରୀକ୍ଷା ଦେବେ। ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ୯୨ ଜଣ ରେଗୁଲାର୍ ଓ ୪୩ ଜଣ ଏକ୍ସରେଗୁଲାର୍ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି।
କନ୍ଧମାଳ ଜିଲ୍ଲାରେ ୪ଟି ପରୀକ୍ଷା ପରିଚାଳନା ହବ୍ ଓ ୨୩ଟି ପରୀକ୍ଷା କେନ୍ଦ୍ରରେ ୬୯୫୪ ଜଣ ପରୀକ୍ଷା ଦେବେ। କଳାରେ ୫୨୮୧ ରେଗୁଲାର୍ ଓ ୧୫୧ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ବିଜ୍ଞାନ ସ୍ରୋତରେ ୯୫୮ ରେଗୁଲାର୍ ଓ ୧୯୧ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଅଛନ୍ତି। ବାଣିଜ୍ୟ ସ୍ରୋତରେ ୨୨୩ ରେଗୁଲାର୍ ଓ ୨୫ ଏକ୍ସ-ରେଗୁଲାର ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୨୨ ରେଗୁଲାର୍ ଓ ୩ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଅଛନ୍ତି।
କୋରାପୁଟ ଜିଲ୍ଲାରେ ୬ଟି ପରୀକ୍ଷା ପରିଚାଳନା ହବ୍ ଓ ୨୮ଟି ପରୀକ୍ଷା କେନ୍ଦ୍ରରେ ୧୦ ହଜାର ୬୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳା ସ୍ରୋତରେ ୫୧୮୧ ରେଗୁଲାର୍ ଏବଂ ୭୯୧ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ଅଛନ୍ତି। ବିଜ୍ଞାନ ସ୍ରୋତରେ ୩୦୦୨ ରେଗୁଲାର୍ ଓ ୪୯୭ ଏକ୍ସରେଗୁଲାର୍ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ବାଣିଜ୍ୟ ସ୍ରୋତରେ ୮୦୨ ଓ ୧୫୮ ଜଣ ଯଥାକ୍ରମେ ରେଗୁଲାର୍ ଓ ଏକ୍ସରେଗୁଲାର୍ ପରୀକ୍ଷା ଦେବେ। ଧନ୍ଦାମୂଳକ ଶିକ୍ଷାରେ ୧୬୧ ଓ ୪୦ ଜଣ ଛାତ୍ରଛାତ୍ରୀ ରେଗୁଲାର୍ ଓ ଏକ୍ସରେଗୁଲାର୍ ପରୀକ୍ଷା ଦେବେ।
ମାଲକାନଗିରି ଜିଲ୍ଲାରେ ୩ଟି ପରୀକ୍ଷା ପରିଚାଳନା ହବ୍ ଓ ୧୪ଟି ପରୀକ୍ଷା କେନ୍ଦ୍ରରେ ୪୮୪୨ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳା ସ୍ରୋତରେ ୨୬୨୪ ରେଗୁଲାର୍ ଓ ୪୩୮ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଅଛନ୍ତି। ବିଜ୍ଞାନ ସ୍ରୋତରେ ୧୨୪୭ ଓ ୧୫୭ ଜଣ ଯଥାକ୍ରମେ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷା ଦେବେ। ବାଣିଜ୍ୟ ସ୍ରୋତରେ ୩୪୨ ଓ ୩୮ ରେଗୁଲାର୍ ଓ ଏକ୍ସରେଗୁଲାର୍ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି।
ନବରଙ୍ଗପୁର ଜିଲ୍ଲାରେ ୩ଟି ପରୀକ୍ଷା ପରିଚାଳନା ହବ୍ ଓ ୨୦ଟି ପରୀକ୍ଷା କେନ୍ଦ୍ରରେ ୭୨୦୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳା ସ୍ରୋତରେ ୪୦୬୭ ଛାତ୍ରଛାତ୍ରୀ ରେଗୁଲାର୍ ଓ ୫୩୯ ଜଣ ଏକ୍ସ-ରେଗୁଲାର୍ ପରୀକ୍ଷା ଦେବେ। ବିଜ୍ଞାନ ସ୍ରୋତରେ ୧୯୧୮ ଜଣ ଓ ୨୫୩ ଜଣ ଯଥାକ୍ରମେ ରେଗୁଲାର୍ ଓ ଏକ୍ସରେଗୁଲାର୍ ପରୀକ୍ଷା ଦେବେ। ବାଣିଜ୍ୟ ସ୍ରୋତରେ ୩୮୩ ଓ ୫୧ ଜଣ ଯଥାକ୍ରମେ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷା ଦେବେ।
ରାୟଗଡ଼ା ଜିଲ୍ଲାରେ ୫ଟି ପରୀକ୍ଷା ପରିଚାଳନା ହବ୍ ଓ ୨୦ଟି ପରୀକ୍ଷା କେନ୍ଦ୍ରରେ ୭୩୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳା ସ୍ରୋତରେ ୩୭୦୫ ଜଣ ରେଗୁଲାର୍ ଓ ୩୫୨ ଜଣ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ଅଛନ୍ତି। ବିଜ୍ଞାନ ସ୍ରୋତରେ ୨୧୪୮ ରେଗୁଲାର୍ ଓ ୨୮୭ ଏକ୍ସ-ରେଗୁଲାର୍, ବାଣିଜ୍ୟ ସ୍ରୋତରେ ୬୨୭ ରେଗୁଲାର୍ ଓ ୧୧୫ ଏକ୍ସ-ରେଗୁଲାର୍, ଧନ୍ଦାମୂଳକ ଶିକ୍ଷାରେ ୧୧୧ ରେଗୁଲାର୍ ଓ ୨୪ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଅଛନ୍ତି।
ବୌଦ୍ଧ ଜିଲ୍ଲାରେ ୩ଟି ପରୀକ୍ଷା ପରିଚାଳନା ହବ୍ ଓ ୧୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ୩୮୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳା ସ୍ରୋତରେ ୩୫୩୯ ରେଗୁଲାର୍ ଓ ୧୬୩ ଏକ୍ସ-ରେଗୁଲାର୍, ବିଜ୍ଞାନ ସ୍ରୋତରେ ୧୬୦ ରେଗୁଲାର୍ ଓ ୩୪ ଏକ୍ସ-ରେଗୁଲାର୍, ବାଣିଜ୍ୟ ସ୍ରୋତରେ ୧୮ ରେଗୁଲାର୍ ଓ ୨ ଜଣ ଏକ୍ସ-ରେଗୁଲାର୍, ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ୬୩ ରେଗୁଲାର୍ ଓ ୧୩ ଜଣ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ପ୍ରକାଶ ଥାଉକି ଚଳିତ ବର୍ଷ ଜାନୁଆରୀ ଦ୍ଵିତୀୟ ସପ୍ତାହରେ ଆଗୁଆ ପ୍ରାକ୍ଟିକାଲ୍ ପରୀକ୍ଷା ସମ୍ପନ୍ନ ହୋଇଯାଇଛି।
ତପ୍ତପାଣି ଘାଟିରେ ଓଲଟିଲା ବସ୍, ୨୫ ଭକ୍ତ ଆହତ: ଅନ୍ୟ ଗାଡ଼ିରେ ପୁରୀ ପଠାଇଲା ପ୍ରଶାସନ
Next Articleଆଜି ପବିତ୍ର ମାଘ ସପ୍ତମୀ, ଭଗବାନ ସୂର୍ଯ୍ୟ ଦେବଙ୍କ ଆବିର୍ଭାବ ତିଥି, କୋଣାର୍କରେ ମାଘମେଳା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
